ETV Bharat / sports

ବିରାଟ କୋହଲି କୋରୋନା ସଂକ୍ରମିତ

author img

By

Published : Jun 22, 2022, 1:27 PM IST

ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି କୋରୋନା ସଂକ୍ରମିତ ହୋଇଛନ୍ତି । ଅଧିକ ପଢନ୍ତୁ

ଭାରତୀୟ ପୂର୍ବତନ ଅଧିନାୟକ ବିରାଟ କୋହଲି କୋରୋନା ସଂକ୍ରମିତ
ଭାରତୀୟ ପୂର୍ବତନ ଅଧିନାୟକ ବିରାଟ କୋହଲି କୋରୋନା ସଂକ୍ରମିତ

ନୂଆଦିଲ୍ଲୀ: ଇଂଲଣ୍ଡ ଟେଷ୍ଟ ଗସ୍ତ ପୂର୍ବରୁ ଭାରତୀୟ ଦଳ ପାଇଁ ସମସ୍ୟା ସୃଷ୍ଟି ହୋଇଛି । ଜଣେ ପରେ ଜଣେ ଖେଳାଳି କୋରୋନା ସଂକ୍ରମିତ ହୋଇଛନ୍ତି । ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି କୋରୋନା ସଂକ୍ରମିତ ହୋଇଛନ୍ତି । ରୋହିତ ଶର୍ମା ଓ ବିରାଟ କୋହଲି ଫ୍ୟାନ୍ସଙ୍କ ସହ ଫଟୋ ଉଠାଇଥିଲେ । ଏ ନେଇ ବିସିସିଆଇ ତାଙ୍କୁ ତାଗିଦ କରିଥିଲା । ଆଜି କୋହଲିଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିଛି । ସେ ବର୍ତ୍ତମାନ ଆଇସୋଲେସନରେ ଅଛନ୍ତି ।

କିଛି ଦିନ ପୂର୍ବ କୋହଲି ମାଳଦ୍ବୀପ ଯାଇଥିଲେ । ସେଠାରୁ ଆସିବା ପରେ ସାମାନ୍ୟ ଅସୁସ୍ଥ ଅନୁଭବ କରିଥିଲେ । ପରୀକ୍ଷା କରାଇବାରୁ ସେ କୋଭିଡରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ତାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବା ସୂଚନା ମିଳିଛି । ଗତକାଲି (ମଙ୍ଗଳବାର) ଭାରତର ପ୍ରମୁଖ ସ୍ପିନର ରବିଚନ୍ଦ୍ରନ ଅଶ୍ବିନୀ କୋରୋନା ସଂକ୍ରମିତ ହୋଇଥିଲେ । ଫଳରେ ଭାରତୀୟ ଟେଷ୍ଟ ଦଳ ସହ ଇଂଲଣ୍ଡ ଯାତ୍ରାରୁ ବାଦ ପଡିଛନ୍ତି ଅଶ୍ବିନୀ । ସେ ଏବେ କ୍ବାରେଣ୍ଟାଇନରେ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.