ETV Bharat / sports

ଜିମ୍ବାୱେ ବିପକ୍ଷ ଟି20 ସିରିଜ ଜିତିଲା ପାକିସ୍ତାନ

author img

By

Published : Apr 25, 2021, 10:47 PM IST

T20I: Babar, Rizwan, Hasan lead Pakistan to 2-1 series win against Zimbabwe
ଜିମ୍ବାୱେ ବିପକ୍ଷ ଟି20 ସିରିଜ ଜିତିଲା ପାକିସ୍ତାନ

ମହମ୍ମଦ ରିଜୱାନ ଓ ବାବାର ଆଜମଙ୍କ ଅର୍ଦ୍ଧଶତକ ଓ ଦ୍ରୁତ ବୋଲର ହାସନ ଅଲୀଙ୍କ 4 ୱିକେଟ ବଳରେ ପାକିସ୍ତାନ ତୃତୀୟ ଟି20ରେ ଜିମ୍ବାୱେକୁ 24 ରନ୍‌ରେ ହରାଇଛି । ଅଧିକ ପଢନ୍ତୁ...

ହରାରେ: ମହମ୍ମଦ ରିଜୱାନ ଓ ବାବାର ଆଜମଙ୍କ ଅର୍ଦ୍ଧଶତକ ଓ ଦ୍ରୁତ ବୋଲର ହାସନ ଅଲୀଙ୍କ 4 ୱିକେଟ ବଳରେ ପାକିସ୍ତାନ 3ୟ ଟି20ରେ ଜିମ୍ବାୱେକୁ 24 ରନ୍‌ରେ ହରାଇଛି । ଏଥିସହ 3 ମ୍ୟାଚ ବିଶିଷ୍ଟ ଟି20 ସିରିଜକୁ 2-1ରେ ଜିତିନେଇଛି ।

166 ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ପାକିସ୍ତାନ, 141 ରନରେ ଜିମ୍ବାୱେକୁ ରୋକିଥିଲା । ସିରିଜରେ ପ୍ରଥମ ମ୍ୟାଚ ଖେଳୁଥିବା ହାସନ ଅଲୀ ମ୍ୟାଚର 16ତମ ଓଭରରେ ଦୁଇଟି ୱିକେଟ ଅକ୍ତିଆର କରି ମ୍ୟାଚର ମୋଡ ବଦଳାଇ ଦେଇଥିଲେ ଓ 4 ଓଭରରେ 18 ରନ ବ୍ୟୟରେ 4ଟି ୱିକେଟ ହାସଲ କରିଥିଲେ । ଏହା ହାରିସଙ୍କ ଶ୍ରେଷ୍ଠ ଟି20 ପ୍ରଦର୍ଶନ ।

ପୂର୍ବରୁ ପାକିସ୍ତାନ 3 ୱିକେଟ ହରାଇ 165 ରନ ସଂଗ୍ରହ କରିଥିଲା । ରିଜୱାନ 60 ବଲ୍‌ରୁ ଅପରାଜିତ 91 ରନ କରିଥିଲେ । ବାବାଦ ଆଜମ 46 ବଲ୍‌ରୁ 52 ରନ୍‌ର ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ । ଉଭୟଙ୍କ ମଧ୍ୟରେ ଦ୍ବିତୀୟ ୱିକେଟ ଯୋଡିରେ 126 ରନ୍‌ର ଭାଗିଦାରୀ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.