ETV Bharat / sports

ହେବ କି ଭାରତ-ପାକିସ୍ତାନ ଫାଇନାଲ ? ବଟଲର କହିଲେ କରାଇ ଦେବୁନି

author img

By

Published : Nov 9, 2022, 8:51 PM IST

Updated : Nov 9, 2022, 10:33 PM IST

ଫାଇନାଲରେ ଭାରତ ପାକିସ୍ତାନ ମୁକାବିଲା ଦେଖିବାକୁ ଚାହାଁନ୍ତି ନାହଁ କହିଲେ ଇଂଲଣ୍ଡ କ୍ୟାପଟେନ୍
ଫାଇନାଲରେ ଭାରତ ପାକିସ୍ତାନ ମୁକାବିଲା ଦେଖିବାକୁ ଚାହାଁନ୍ତି ନାହଁ କହିଲେ ଇଂଲଣ୍ଡ କ୍ୟାପଟେନ୍

ଟି-୨୦ ବିଶ୍ବକପ ଫାଇନାଲରେ କ୍ରିକେଟ ପ୍ରଶଂସକ ଭାରତ ପାକିସ୍ତାନ ମଧ୍ୟରେ ମୁକାବିଲା ଦେଖିବାକୁ ଉତ୍କଣ୍ଠା ରହିଥିବା ବେଳେ ଇଂରାଜୀ ଦଳର ଅଧିନାୟକ କହିଛନ୍ତି ସେ ଫାଇନାଲରେ ଏହି ଦୁଇ ଦଳକୁ ଦେଖିବାକୁ ଚାହାଁନ୍ତି ନାହଁ ।

ହାଇଦ୍ରାବାଦ : ଆମେ ଭାରତ ପାକିସ୍ତାନ ମଧ୍ୟରେ ଫାଇନାଲ ମୁକାବିଲା ଦେଖିବାକୁ ଚାହୁଁ ନାହୁଁ । ଏକଥା ଆମେ କହୁ ନାହୁଁ । ଏ କଥା କହିଛନ୍ତି ଇଲିଂସ ଟିମ୍ କ୍ୟାପଟେନ୍ । ଚଳିତ ଟି୨୦ ବିଶ୍ବକପ ଫାଇନାଲରେ କ୍ରିକେଟ ପ୍ରଶଂସକ ଭାରତ ପାକିସ୍ତାନ ମଧ୍ୟରେ ମୁକାବିଲା ଦେଖିବାକୁ ଉତ୍କଣ୍ଠା ରହିଥିବା ବେଳେ ଇଂରାଜୀ ଦଳର ଅଧିନାୟକ ଏଭଳି ବୟାନ ରଖିଛନ୍ତି । ଆସନ୍ତାକାଲି ( ଗୁରୁବାର ) ଦ୍ବିତୀୟ ସେମିଫାଇନାଲ ମ୍ୟାଚ ଖେଳାଯିବ । ଆଡିଲେଡରେ ମୁହାଁମୁହାଁ ହେବେ ଭାରତ ଏବଂ ଇଂଲଣ୍ଡ ।

ଏନେଇ ଇଂଲଣ୍ଡର ଅଧିନାୟକ ଜୋସ୍ ବଟଲର କହିଛନ୍ତି, "ଆମେ ଫାଇନାଲରେ ଭାରତ ପାକିସ୍ତାନ ମ୍ୟାଚ ଦେଖିବାକୁ ଚାହୁଁନାହୁଁ । କଦାପି ଭାରତକୁ ଟି୨୦ ବିଶ୍ବକପ ଫାଇନାଲ ଟିକଟ୍ ହାତେଇବାକୁ ସୁଯୋଗ ଦେବୁନି । ସେମିଫାଇନାଲ ମ୍ୟାଚରେ ଭାରତର ରଣନୀତିକୁ ସଫଳ ହେବାକୁ ଦେବୁ ନାହୁଁ । ଭାରତକୁ ପରାସ୍ତ କରିବାକୁ ଆମେ ପ୍ରାଣମୂର୍ଚ୍ଛା ଉଦ୍ୟମ କରିବୁ । ଇଂଲଣ୍ଡ ମେନ୍ ଇନ୍ ବ୍ଲୁକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିବ । ସେମିଫାଇନାଲରେ ଭାରତ ସହିତ ମୁକାବିଲା ନେଇ ବହୁତ ଉତ୍ସାହିତ ରହିଛୁ । ଆମେ ରୋହିତ ବାହିନୀର ସମସ୍ତ ଯୋଜନା ପଣ୍ଡ କରି ଫାଇନାଲ ଟିକଟ୍ ହାତେଇବୁ ।"

ସେପଟେ ବଟଲର ଆହୁରି ମଧ୍ୟ କହିଛନ୍ତି, "ସୂର୍ଯ୍ୟକୁମାର ଯାଦବ ଏବେ ଚମତ୍କାର ଫର୍ମରେ ନଜର ଆସିଛନ୍ତି । ତାଙ୍କ ଇନିଂସ ଦେଖିବାକୁ ଭଲ ଲାଗେ । ମଇଦାନରେ ସବୁ ଦିଗକୁ ସଟ୍ ଖେଳିବାରେ ତାଙ୍କ ପାଖରେ ଅଭିଜ୍ଞତା ରହିଛି । ସେ ଦଳ ପାଇଁ ଟିକେ ଭାରି ପଡି ପାରନ୍ତି । ତଥାପି ସମସ୍ତଙ୍କ ୱିକେଟ ଯେପରି ନେଉ ଠିକ୍ ସେହିପରି ଆମେ Skyଙ୍କ ୱିକେଟ ନେବୁ ।"

ଇଂଲଣ୍ଡର ଦୁଇ ଷ୍ଟାର କ୍ରିକେଟର ଡେଭିଡ ମଲାନ ଏହଂ ମାର୍କ ଉଡ୍ ଆହତ ହୋଇଛନ୍ତି । ତେଣୁ ଭାରତ ବିପକ୍ଷ ସେମିଫାଇନାଲ ମ୍ୟାଚରେ ସେମାନେ ଖେଳିବା ନେଇ ଆଶଙ୍କା ଦେଖାଦେଇଛି । ଯଦି ସେମାନେ ଆହତ ସମସ୍ୟାରୁ ମୁକୁଳି ଫିଟ୍ ହୋଇଯିବେ ତାହେଲେ ସେମିରେ ସେମାନେ ଖେଳିବେ ବୋଲି କହିଛନ୍ତି ଜୋସ୍ ବଟଲର । ସେପଟେ ନ୍ୟୁଜିଲାଣ୍ଡକୁ ୭ ୱିକେଟରେ ପରାସ୍ତ କରି ଫାଇନାଲରେ ଦମଦାର ଏଣ୍ଟ୍ରି ମାରିଛି ପାକିସ୍ତାନ । ଟି-୨୦ ବିଶ୍ବକପ ୨୦୨୨ ରେ ପ୍ରଥମ ଦଳ ଭାବରେ ବାବର ଏଣ୍ଡ କୋ ଫାଇନାଲ ଟିକଟ ହାତେଇଛି ।

Last Updated :Nov 9, 2022, 10:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.