ETV Bharat / sports

T20 World Cup: UAEକୁ ୩ ୱିକେଟରେ ହରାଇଲା ନେଦରଲାଣ୍ଡସ

author img

By

Published : Oct 16, 2022, 10:06 PM IST

ଆଜିଠୁ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ଟି୨୦ ବିଶ୍ବକପ । ଦ୍ବିତୀୟ ଗ୍ରୁପ ଲିଗ ମ୍ୟାଚରେ UAEକୁ ୩ ୱିକେଟରେ ପରାସ୍ତ କରିଛି ନେଦରଲାଣ୍ଡସ । ଅଧିକ ପଢନ୍ତୁ

T20 World Cup: UAEକୁ ୩ ୱିକେଟରେ ହରାଇଲା ନେଦରଲାଣ୍ଡସ
T20 World Cup: UAEକୁ ୩ ୱିକେଟରେ ହରାଇଲା ନେଦରଲାଣ୍ଡସ

ହାଇଦ୍ରାବାଦ: ଆଜିଠୁ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ଟି୨୦ ବିଶ୍ବକପ । ପ୍ରଥମ ଗ୍ରୁପ ଲିଗ ମ୍ୟାଚରେ ଶ୍ରୀଲଙ୍କାକୁ ୫୫ ରନରେ ନାମିବ୍ୟା ହରାଇବା ପରେ ଦ୍ବିତୀୟ ଗ୍ରୁପ ଲିଗ ମ୍ୟାଚରେ UAEକୁ ୩ ୱିକେଟରେ ପରାସ୍ତ କରିଛି ନେଦରଲାଣ୍ଡସ । ୟୁଏଇ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୧୧ ରନ କରିଥିଲା । ଏହାର ଜବାବରେ ନେଦରଲାଣ୍ଡସ ୧୯.୫ ଓଭରରେ ୭ ୱିକେଟ ହରାଇ ୧୧୨ ରନ କରିଥିଲା ।

UAE ଠାରୁ ୧୧୨ ରନର ଟାର୍ଗେଟ ନେଇ ମଇଦାନକୁ ଓହ୍ଲାଇଥିଲା ନେଦରଲାଣ୍ଡସ । ମାକ୍ସ ୱଡ୍ବଡ ଓ କ୍ଲୋଇନ ଆକେରମନଙ୍କ ଇନିଂସ ବଳରେ ନେଦରଲାଣ୍ଡସରେ ସହଜରେ ଟାର୍ଗେଟ ହାସଲ କରିନେଇଥିଲା । ମାକ୍ସ ୱଡ୍ବଡ ସର୍ବାଧିକ ୨୩ ରନର ଇନିଂସ ଖେଳିଥିଲେ । ସେହିପରି କ୍ଲୋଇନ ଆକେରମନ ୧୭, ସ୍କୋଟ ଏଡୱାଡ୍ସ ୧୬, ଟିମ ପ୍ରିଞ୍ଜେଲ ୧୫, ବାସ ଡି ଲିଡେ ୧୪, ବିକ୍ରମଜିତ ସିଂ ୧୦ ରନ କରିଥିଲେ । UAEର ଜୁନାଇଦ ସିଦିକି ସର୍ବାଧିକ ୩ ଟି ୱିକେଟ ନେଇଥିଲେ । ସେହିପରି ବାସିଲ ହମିଦ, ଆୟାନ ଅଫଜଲ ଖାନ, କାର୍ତ୍ତିକ ମିୟାପନ, ଜହୁର ଖାନ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା UAE । UAEର ଓପନିଂ ଯୋଡି ଦମଦାର ଇନିଂସ ଆରମ୍ଭ କରିଥିଲେ ପରେ ବାସ ଡି ଲିଡେଙ୍କ ଆକ୍ରମଣାତ୍ମକ ବୋଲିଂ ବଳରେ UAE ମିଡିଲ ଅର୍ଡରରେ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା । ମହମ୍ମଦ ୱାସିମ ସର୍ବାଧିକ ୪୪ ରନର ଇନିଂସ ଖେଳିଥିଲେ । ସେହିପରି ଚିରାଗ ସୁରି ୧୨, କାଶିଫ ଦୌଡ ୧୫, ଅରବିନ୍ଦ ୧୮ ରନ କରିଥିଲେ । ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିବାରେ ବିଫଳ ହୋଇଥିଲେ । ନେଦରଲାଣ୍ଡସର ବାସ ଡି ଲିଡେ ସର୍ବାଧିକ ୩ଟି ୱିକେଟ ନେଇଥିବାବେଳେ ଫ୍ରିଦ କ୍ଲାସିନ ୨ଟି ଏବଂ ଭାନ ଦେର ମାରୱି ଓ ଟିମ ପ୍ରିଞ୍ଜେଲ ଗୋଟିଏ ୱିକେଟ ନେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.