ETV Bharat / sports

ଅଷ୍ଟ୍ରେଲିଆ ସହିତ କଡା ଟକ୍କର ହେବ କହିଲେ ବଟଲର

author img

By

Published : Oct 26, 2022, 10:09 PM IST

ଅଷ୍ଟ୍ରେଲିଆ ସହିତ କଡା ଟକ୍କର ହେବା ନେଇ କହିଲେ ବଟଲର
ଅଷ୍ଟ୍ରେଲିଆ ସହିତ କଡା ଟକ୍କର ହେବା ନେଇ କହିଲେ ବଟଲର

ଅକ୍ଟୋବର ୨୮ ତାରିଖରେ ମେଲବର୍ଣ୍ଣରେ ଅଷ୍ଟ୍ରେଲିଆକୁ ଭେଟିବ ଇଂଲଣ୍ଡ । ତେଣୁ ପରବର୍ତ୍ତୀ ମ୍ୟାଚ ଡିଫେଣ୍ଡିଂ ଚମ୍ପିଆନ ଅଷ୍ଟ୍ରେଲିଆ ସହିତ ଥିବାରୁ ତାହାକୁ ଗୁରୁତ୍ବପୂର୍ଣ୍ଣ ମ୍ୟାଚ ବୋଲି କହିଛନ୍ତି ବଟଲର । ଅଧିକ ପଢନ୍ତୁ

ହାଇଦ୍ରାବାଦ: ବିଶ୍ବକପକୁ ନେଇ ଚାପରେ ଥିବା କହିଲେ ଇଂଲିସ ଟିମ ଅଧିନାୟକ ଜସ ବଟଲର । ଆଜି ମେଲବର୍ଣ୍ଣରେ ଖେଳାଯାଇଥିବା ମ୍ୟାଚରେ ପରାଜୟ ସାମ୍ନା କରିଛି ଇଂଲଣ୍ଡ । ତେଣୁ ପରବର୍ତ୍ତୀ ମ୍ୟାଚ ଡିଫେଣ୍ଡିଂ ଚମ୍ପିଆନ ଅଷ୍ଟ୍ରେଲିଆ ସହିତ ଥିବାରୁ ତାହାକୁ ଗୁରୁତ୍ବପୂର୍ଣ୍ଣ ମ୍ୟାଚ ବୋଲି କହିଛନ୍ତି ବଟଲର । ଅକ୍ଟୋବର ୨୮ ତାରିଖରେ ମେଲବର୍ଣ୍ଣରେ ଅଷ୍ଟ୍ରେଲିଆକୁ ଭେଟିବ ଇଂଲଣ୍ଡ ।

ଅକ୍ଟୋବର ୨୮ ତାରିଖରେ ଖେଳାଯିବାକୁ ଥିବା ମ୍ୟାଚ ଉଭୟ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ପାଇଁ ବେଶ୍ ଗୁରୁତ୍ବ ବହନ କରୁଛି । କାରଣ ଉଭୟ ଏପର୍ଯ୍ୟନ୍ତ ଦୁଇ ପଏଣ୍ଟ ଲେଖାଏଁ ପାଇଛନ୍ତି । ଅଷ୍ଟ୍ରେଲିଆ ଗୋଟିଏ ମ୍ୟାଚ ହାରିଥିବା ବେଳେ ଗୋଟିଏ ମ୍ୟାଚ ଜିତିଛି । ସେହିପରି ଇଂଲଣ୍ଡର ମଧ୍ୟ ସମାନ ସ୍ଥିତି ରହିଛି । ତେଣୁ ଅଧିନାୟକ ବଟଲର କହିଛନ୍ତି ଶୁକ୍ରବାର ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଜିତିବା ଦଳ ପାଇଁ ଜରୁରୀ ହୋଇପଡିଛି । ଗ୍ରୁପ ୧ କୁ ଗ୍ରୁପ ଅଫ ଡେଥ କୁହାଯାଉଛି । ଗ୍ରୁପ ୧ ରେ ଇଂଲଣ୍ଡ ସହିତ ଅଷ୍ଟ୍ରେଲିଆ ଏବଂ ନ୍ୟୁଜଲାଣ୍ଡ ଭଳି ଶକ୍ତିଶାଳୀ ଦେଶ ରହିଛନ୍ତି । ତେଣୁ ପଏଣ୍ଟ ତାଲିକାଲେ ଶୀର୍ଷରେ ରହିବାକୁ ହେଲେ ଅଷ୍ଟ୍ରେଲିଆକୁ ହରାଇବା ଜରୁରୀ ବୋଲି କହିଛନ୍ତି ଜସ ବଟଲର ।

ବିଶ୍ବକପରେ ପ୍ରଥମ ମ୍ୟାଚରେ ଆଫଗାନିସ୍ତାନକୁ ହରାଇ ଇଂଲଣ୍ଡ ବିଜୟ ଅଭିଯାନ ଆରମ୍ଭ କରିଥିଲା । ଆଜି ( ବୁଧବାର ) ମେଲବର୍ଣ୍ଣରେ ଆୟରଲାଣ୍ଡରେ ବିପକ୍ଷ ମ୍ୟାଚରେ DLS ମେଥଡ କାରଣରୁ ଇଂଲଣ୍ଡ ୫ ରନରେ ପରାଜୟ ବରଣ କରିଛି । ଇଂଲଣ୍ଡ ବିଜୟ ରାସ୍ତାରେ ବର୍ଷା ଖଳନାୟକ ସାଜିଥିଲା । ଯାହା ଫଳରେ ଆୟରଲାଣ୍ଡକୁ ଏଥିରେ ଭରପୁର ଫାଇଦା ମିଳିଛି । ଆୟରଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୧୯.୨ ଓଭରରେ ୧୫୭ ରନ କରି ଅଲଆଉଟ ହୋଇଥିଲା । ୧୫୮ ରନର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିଲା ବଟଲର ଟିମ । ବର୍ଷା ପାଇଁ ଇଂଲଣ୍ଡ ୧୪.୩ ଓଭର ପର୍ଯ୍ୟନ୍ତ ଖେଳ ହୋଇଥିଲା । ସେତେବେଳକୁ ଇଂଲଣ୍ଡ ୫ ୱିକେଟ ହରାଇ ୧୦୫ ରନ କରିଥିଲା । ବର୍ଷା ପାଇଁ ମ୍ୟାଚରେ DLS ମେଥଡ ବ୍ୟବହାର କରାଯାଇଥିଲା । ଯାହା ଫଳରେ ମ୍ୟାଚର ପରିଣାମ ଆୟରଲାଣ୍ଡ ସପକ୍ଷରେ ଯାଇଥିଲା । ଆୟରଲାଣ୍ଡ ଇଂଲଣ୍ଡକୁ ୫ ରନରେ ପରାସ୍ତ କରିବା ସହିତ ୨ ପଏଣ୍ଟ ହାସଲ କରିନେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.