ETV Bharat / sports

ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ ପାଇଁ ଭେନ୍ୟୁ ଘୋଷଣା, ଜୁନ୍‌ ୧୨ରେ ବାରବାଟୀରେ ଲଢେଇ

author img

By

Published : Apr 23, 2022, 10:51 PM IST

ଜୁନ୍‌ ମାସରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ଖେଳାଯିବ । ଏହି ସିରିଜ ଜୁନ ୯ରୁ ଆରମ୍ଭ ହେବ ଓ ବେଙ୍ଗାଲୁରୁରେ ଜୁନ୍‌ ୧୯ରେ ଶେଷ ହେବ । ଅଧିକ ପଢନ୍ତୁ

South Africa to tour India for 5 T20Is, BCCI announces venues
ଭାରତ-ଦକ୍ଷିଣ ଆଫ୍ରିକା ଟି୨୦ ସିରିଜ ପାଇଁ ଭେନ୍ୟୁ ଘୋଷଣା, ଜୁନ୍‌ ୧୨ରେ ବାରବାଟୀରେ ଲଢେଇ

ମୁମ୍ବାଇ: ବାରବାଟୀ ଷ୍ଟାଡିୟମ କଟକରେ ଜୁନ୍‌ ୧୨ରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି୨୦ ସିରିଜର ଦ୍ବିତୀୟ ମ୍ୟାଚ୍‌ । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ଶନିବାର ଟିମ ଇଣ୍ଡିଆର ଆଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜ ପାଇଁ ଭେନ୍ୟୁ ଘୋଷଣା କରିଛି ।

ଜୁନ୍‌ ମାସରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ଟି ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌ ଖେଳାଯିବ । ଏହି ସିରିଜ ଜୁନ୍‌- ୯ରୁ ଆରମ୍ଭ ହେବ ଓ ବେଙ୍ଗାଲୁରୁରେ ଜୁନ ୧୯ରେ ଶେଷ ହେବ । ଏହି ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ଦିଲ୍ଲୀ, କଟକ, ଭାଇଜାଗ୍‌, ରାଜକୋଟ ଓ ବେଙ୍ଗାଲୁରୁରେ ଯଥାକ୍ରମେ ଜୁନ ୯, ୧୨, ୧୪, ଓ ୧୯ ତାରିଖରେ ଖେଳାଯିବ ।

ଚଳିତ ବର୍ଷ ଶେଷ ଭାଗରେ ଅଷ୍ଟ୍ରେଲିଆରେ ଟି୨୦ ବିଶ୍ବକପ ଖେଳାଯିବାକୁ ଥିବାବେଳେ ଦକ୍ଷିଣ ଆଫ୍ରିକା ବିପକ୍ଷ ଏହି ସିରିଜ ବେଶ ଗୁରୁତ୍ବପୂର୍ଣ୍ଣ ରହିଛି । ଭାରତୀୟ ଟିମ ଶେଷ ଥର ପାଇଁ ଶ୍ରୀଲଙ୍କା ବିପକ୍ଷରେ ଟି୨୦ ସିରିଜ ଖେଳିଥିଲା ଓ ୩-୦ରେ ବିଜୟୀ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.