ETV Bharat / sports

ବ୍ୟାଟିଂ କୋଚ୍‌ ପରେ ଶ୍ରୀଲଙ୍କାର ଆଉ ଜଣେ ସଦସ୍ୟଙ୍କୁ କୋରୋନା

author img

By

Published : Jul 9, 2021, 7:32 PM IST

ଜୁଲାଇ 13ରୁ ଆରମ୍ଭ ହେବ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦିନିକିଆ ସିରିଜ । ଅଧିକ ପଢନ୍ତୁ...

SL performance analyst too found Covid-19 positive
ବ୍ୟାଟିଂ କୋଚ୍‌ ପରେ ଶ୍ରୀଲଙ୍କାର ଆଉଜଣେ ସଦସ୍ୟଙ୍କୁ କୋରୋନା

କଲମ୍ବୋ: ଜୁଲାଇ 13ରୁ ଆରମ୍ଭ ହେବ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦିନିକିଆ ସିରିଜ । ତେବେ ଶ୍ରୀଲଙ୍କା ଟିମର ଏକାଧିକ ସଦସ୍ୟ COVID-19 ପଜିଟିଭ ଚିହ୍ନଟ ହେବାପରେ ଏହି ସିରିଜ ନେଇ ଆଶଙ୍କା ଦେଖାଦେଇଛି । ବ୍ୟାଟିଂ କୋଚ୍‌ ଗ୍ରାଣ୍ଟ ଫ୍ଲାୱର ପଜିଟିଭ ଚିହ୍ନଟ ହେବାର ଦିନକ ପରେ ଶ୍ରୀଲଙ୍କା କ୍ରିକେଟ(SLC) ପର୍ଫମାନ୍ସ ଆନାଲିଷ୍ଟ ଶିରନ୍ତ ନିରୋସାନା ଶୁକ୍ରବାର COVID-19 ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଶ୍ରୀଲଙ୍କା କ୍ରିକେଟ ଟିମ ମଙ୍ଗଳବାର ଇଂଲଣ୍ଡରୁ ଫେରିବା ପରେ ଆଇସୋଲେସନରେ ରହିଥିବା ବୋର୍ଡର ମୁଖପାତ୍ର କହିଛନ୍ତି । ଗୁରୁବାର ଜାତୀୟ ଖେଳାଳି, କୋଚ୍‌ ଓ ସପୋର୍ଟ ଷ୍ଟାଫଙ୍କର PCR ଟେଷ୍ଟ ପରେ ଗ୍ରାଣ୍ଡ ଫ୍ଲାୱର COVID-19 ପଜିଟିଭ ଚିହ୍ନଟ ହୋଇଥିଲେ । ଏନେଇ SLC ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ।

ଭାରତୀୟ ସ୍କ୍ବାଡ ଦୀପଦେଶରେ ଜୁଲାଇ 13ରୁ ଆରମ୍ଭ ହେବାକୁ ଥିବା ଦିନିକିଆ ଓ ପରେ 25ରୁ ଟି20 ସିରିଜ ପାଇଁ ପ୍ରସ୍ତୁତି ଚଳାଇଛି । ସିରିଜ ଆରମ୍ଭ ପୂର୍ବରୁ ଅର୍ଥାତ ଜୁଲାଇ 11ରେ ଆଉ ଏକ ରାଉଣ୍ଡ PCR ଟେଷ୍ଟ ହେବ । ଏନେଇ ସ୍ପଷ୍ଟ କରିଛି ଶ୍ରୀଲଙ୍କା କ୍ରିକେଟ ବୋର୍ଡ ।

ବ୍ୟୁରାେ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.