ETV Bharat / sports

Cricket World Cup 2023: ବାବରଙ୍କ ହାତରୁ ଯିବ ଅଧିନାୟକ ପଦ, ଫେରିବେ ସର୍ଫରାଜ !

author img

By ETV Bharat Odisha Team

Published : Oct 25, 2023, 10:24 PM IST

ବାବର ଆଜମଙ୍କ ହାତରୁ ଯିବ ଅଧିନାୟକ ପଦ
ବାବର ଆଜମଙ୍କ ହାତରୁ ଯିବ ଅଧିନାୟକ ପଦ

ବଶ୍ବକପ୍‌ ୨୦୨୩ରେ ପାକିସ୍ତାନ ଦଳର ଶୋଚନୀୟ ପ୍ରଦର୍ଶନ ଜାରି ରହିଛି । ପ୍ରଥମ ଦୁଇଟି ମ୍ୟାଚ୍‌ ଜିତିବା ପରେ କ୍ରମାଗତ ୩ଟି ମ୍ୟାଚ୍‌ ହାରିଲାଣି ବାବର ବାହିନୀ । ଏହାପରେ ବାବର ଆଜମଙ୍କ ଅଧିନାୟକ ପଦ ଉପରେ ଆସିଛି ସଙ୍କଟ । ବିଶ୍ବକପ୍‌ ପରେ ବାବରଙ୍କୁ ଅଧିନାୟକ ପଦରୁ ହଟାଇ ସର୍ଫରାଜ ଅହମ୍ମଦ କିମ୍ବା ଶାହୀନ ଆଫ୍ରିଦିଙ୍କୁ ଦାୟିତ୍ବ ମିଳିପାରେ ବୋଲି ପିସିବି ସୂତ୍ରରୁ ଖବର ମିଳିଛି । ଅଧିକ ପଢ଼ନ୍ତୁ

ନୂଆଦିଲ୍ଲୀ: ଭାରତରେ ଜାରି ରହିଥିବା ଆଇସିସି ଦିନିକିଆ ବିଶ୍ବକପ୍‌ରେ ପାକିସ୍ତାନ ଦଳର ଶୋଚନୀୟ ପ୍ରଦର୍ଶନ ଜାରି ରହିଛି । ଆରମ୍ଭରୁ ଦୁଇଟି ମ୍ୟାଚ୍‌ ଜିତିବା ପରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଠାରୁ ହାରିଥିଲା ପାକିସ୍ତାନ । ଏହାପରେ ଆଉ ବିଜୟ ଟ୍ରାକ୍‌କୁ ଫେରିପାରୁନି ବାବର ବାହିନୀ । ଭାରତ ପରେ ଅଷ୍ଟ୍ରେଲିଆ ଓ ପରେ ଆଫଗାନିସ୍ତାନଠାରୁ ମଧ୍ୟ ଶୋଚନୀୟ ଭାବେ ହାରିଥିଲା ପାକ୍‌ ଦଳ । ଯାହାପରେ ଦଳ ପାଇଁ ସେମିଫାଇନାଲ୍‌ ରାସ୍ତା ଭାରି କଠିନ ହୋଇପଡ଼ିଛି । ଦଳର ଏଭଳି ନୈରାଶ୍ୟଜନକ ପ୍ରଦର୍ଶନ କାରଣରୁ ଅଧିନାୟକ ବାବର ଆଜମଙ୍କ ନେତୃତ୍ବ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପାକିସ୍ତାନର ପୂର୍ବତନ କ୍ରିକେଟର ବାବରଙ୍କୁ ତୀବ୍ର ସମାଲୋଚନା କରୁଥିବାବେଳେ ବିଶ୍ବକପ୍‌ ପରେ ତାଙ୍କୁ ଅଧିନାୟକ ପଦରୁ ହଟାଯିବା ନେଇ ମଧ୍ୟ ରିପୋର୍ଟ ପ୍ରକାଶ ପାଇଛି ।

  • " class="align-text-top noRightClick twitterSection" data="">

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ପାକିସ୍ତାନ ଟିମ୍‌ରେ ଅନ୍ତଃକନ୍ଦଳ ! ରିପୋର୍ଟକୁ ଖଣ୍ଡନ କଲା PCB

ମିଳିଥିବା ସୂଚନା ଅନୁସାରେ ବାବର ଆଜମଙ୍କୁ ଅଧିନାୟକ ପଦରୁ ହଟାଇ ସର୍ଫରାଜ ଅହମ୍ମଦ, ମହମ୍ମଦ ରିଜ୍‌ୱାନ୍‌ କିମ୍ବା ଦଳର ଷ୍ଟାର ବୋଲର ଶାହୀନ ଆଫ୍ରିଦିଙ୍କୁ ଅଧିନାୟକ ପଦ ମିଳିପାରେ । ବିଶ୍ବକପ୍‌ ୨୦୨୩ ପରେ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଖେଳିବାକୁ ଅଷ୍ଟ୍ରେଲିଆ ଯିବ ପାକିସ୍ତାନ । ଏହି ସମୟରେ ସର୍ଫରାଜ ଅହମ୍ମଦ, ମହମ୍ମଦ ରିଜ୍‌ୱାନ୍‌ କିମ୍ବା ଶାହୀନ ଆଫ୍ରିଦିଙ୍କୁ ବାବର ଆଜମଙ୍କ ବଦଳରେ ଅଧିନାୟକ ପଦ ମିଳିପାରେ । ଅଧିନାୟକତ୍ବ ଚାପରେ ନିଜ ବ୍ୟାଟିଂ ଉପରେ ମଧ୍ୟ ଧ୍ୟାନ ଦେଇ ପାରୁନାହାନ୍ତି ବାବର । ଯେଉଁ କାରଣରୁ ଦିନକୁ ଦିନ ତାଙ୍କର ପ୍ରଦର୍ଶନ ମଧ୍ୟ ତଳକୁ ଖସିବାରେ ଲାଗିଛି । ତେବେ ପିସିବି ମୁଖ୍ୟ ଜାକା ଅଶ୍ରଫ ଅଷ୍ଟ୍ରେଲିଆ ଗସ୍ତ ନେଇ ପାକ୍‌ ଦଳର ମୁଖ୍ୟ ଚୟନକର୍ତ୍ତା ଇଞ୍ଜମାମ-ଉଲ୍‌-ହକ୍‌ଙ୍କ ସମେତ ପୂର୍ବତନ କ୍ରିକେଟର ମହମ୍ମଦ ୟୁସୁଫ ଓ ଆକିବ୍‌ ଜାଭେଦଙ୍କ ସହ ମଙ୍ଗଳବାର ଆଲୋଚନା କରିଥିବା ଜଣାପଡ଼ିଛି । ଏଥିରେ ସେମାନେ ଟି୨୦ ବିଶ୍ବକପ୍‌ ୨୦୨୪ ଉପରେ ମଧ୍ୟ ଆଲୋଚନା କରିଛନ୍ତି ।

ସୂତ୍ରରୁ ମିଳିଥିବା ଖବର ଅନୁସାରେ ସର୍ଫରାଜ ଅହମ୍ମଦଙ୍କୁ ଟେଷ୍ଟ ଓ ଦିନିକିଆ ଅଧିନାୟକ ଭାବେ ଦାୟିତ୍ବ ମିଳିପାରେ । ସେହିଭଳି ଟି୨୦ରେ ଦଳର ଷ୍ଟାର ବୋଲର ଶାହୀନ ଆଫ୍ରିଦିଙ୍କୁ ଅଧିନାୟକ ପଦ ମିଳିପାରେ । ଏନେଇ ପିସିବିର ଜଣେ ଅଧିକାରୀ କହିଛନ୍ତି, "ଯଦି ଚଳିତ ବିଶ୍ବକପ୍‌ରେ ପାକିସ୍ତାନ ଦଳ କୌଣସି ଚମତ୍କାର କରିପାରେ ଏବଂ ସେମିଫାଇନାଲ୍‌ରେ ପହଞ୍ଚିବା ପାଇଁ ବାକିଥିବା ସମସ୍ତ ମ୍ୟାଚ୍‌ ଜିତିପାରେ, ତେବେ ବାବର ନିଜ ପଦ ବଜାୟ ରଖିବାରେ ସଫଳ ହୋଇପାରନ୍ତି । ହେଲେ ଦିନିକିଆ କିମ୍ବା ଟି୨୦ରେ ନୁହେଁ, କେବଳ ଟେଷ୍ଟରେ ତାଙ୍କୁ ଅଧିନାୟକ ଭାବେ ରଖାଯାଇପାରେ । ବାବାରଙ୍କ ପାଇଁ ସବୁକିଛି ସରିଯାଇଛି । କାରଣ ତାଙ୍କୁ ଦଳର ଅଧିନାୟକ ଭାବେ ବେଲଗାମ ଶକ୍ତି ଓ ଅଧିକାର ଦିଆଯାଇଥିଲା । ସବୁଠାରୁ ବଡ଼ କଥା ହେଉଛି, ତାଙ୍କ ଦଳରେ କେବଳ ତାଙ୍କ ପସନ୍ଦର ଖେଳାଳି ରହୁଥିଲେ । ତାଙ୍କ ଅଧିକାର ଉପରେ କେବେ କୌଣସି ଚାପ ସୃଷ୍ଟି କରାଯାଇନାହିଁ । ତେଣୁ ଏସିଆ କପ୍‌ ଓ ବିଶ୍ବକପ୍‌ ପରାଜୟ ପାଇଁ ତାଙ୍କୁ ହିଁ ଦାୟୀ କରାଯାଇଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.