ETV Bharat / sports

ତୁଟିନି ଏସିଆ କପ୍‌ ବିବାଦ: ପାକିସ୍ତାନରେ ଅଧିକ ମ୍ୟାଚ୍‌ ଆୟୋଜନ ପାଇଁ ଦାବି ରଖିବ ପିସିବି

author img

By

Published : Jul 17, 2023, 7:03 AM IST

ପାକିସ୍ତାନରେ ଅଧିକ ମ୍ୟାଚ୍‌ ଆୟୋଜନ ପାଇଁ ଦାବି ରଖିବ ପିସିବି
ପାକିସ୍ତାନରେ ଅଧିକ ମ୍ୟାଚ୍‌ ଆୟୋଜନ ପାଇଁ ଦାବି ରଖିବ ପିସିବି

ଏସିଆ କପ୍‌ ୨୦୨୩କୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ବିବାଦ ଏବେ ମଧ୍ୟ ଥମିନି । ଦୁବାଇରେ ହେବାକୁ ଥିବା ଏସିଆ କ୍ରିକେଟ୍‌ ପରିଷଦ (ଏସିସି) ବୈଠକରେ ପିସିବି ପାକିସ୍ତାନରେ ଅଧିକ ମ୍ୟାଚ୍‌ ଆୟୋଜନ ପାଇଁ ଦାବି ରଖିବ ବୋଲି ରିପୋର୍ଟ ପ୍ରକାଶ ପାଇଛି । ଅଧିକ ପଢ଼ନ୍ତୁ

ହାଇଦ୍ରାବାଦ: ଏସିଆ କପ୍‌ ୨୦୨୩କୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ବିବାଦ ଏକ ପ୍ରକାର ସମାଧାନ ହୋଇଯାଇଥିଲା । ପ୍ରଥମେ ବିସିସିଆଇ ପାକିସ୍ତାନ ଯିବାକୁ ସଫା ମନା କରିଦେଇଥିବା ବେଳେ ଏହି ବିବାଦ ଆରମ୍ଭ ହୋଇଥିଲା । ପାକିସ୍ତାନ ମଧ୍ୟ ଜିଦ୍‌ରେ ଅଟଳ ରହିଥିଲା । ହେଲେ ବାଂଲାଦେଶ ଓ ଶ୍ରୀଲଙ୍କା ପ୍ରମୁଖ ଦେଶ ଗୁଡ଼ିକ ଭାରତ ସପକ୍ଷରେ ବାହାରିବାରୁ ଏସିସି (ଏସିଆନ୍‌ କ୍ରିକେଟ୍‌ କାଉନ୍‌ସିଲ) ଦେଇଥିବା ହାଇବ୍ରିଡ୍‌ ପ୍ରସ୍ତାବକୁ ମାନି ନେଇଥିଲା ପାକିସ୍ତାନ । ଏହି ପ୍ରସ୍ତାବ କ୍ରମେ ପାକିସ୍ତାନରେ ୪ଟି ମ୍ୟାଚ୍‌ ଓ ଭାରତର ସମସ୍ତ ମ୍ୟାଚ୍‌ ସମେତ ୯ ମ୍ୟାଚ୍‌ ଶ୍ରୀଲଙ୍କାରେ ଆୟୋଜିତ ହେବ । ହେଲେ କିଛିଦିନ ବ୍ୟବଧାନରେ ପୁଣି କେଁ ବାହାର କରିଛି ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ।

ଏସିଆ କପ୍‌ରେ ପାକିସ୍ତାନରେ ହେବାକୁ ଥିବା ମ୍ୟାଚ୍‌ ସଂଖ୍ୟାରେ ବୃଦ୍ଧି କରିବାକୁ ପିସିବି ଦାବି ଉପସ୍ଥାପନ କରିବ ବୋଲି ଜଣାପଡ଼ିଛି । ଦୁବାଇରେ ହେବାକୁ ଥିବା ଏସିଆ କ୍ରିକେଟ୍‌ ପରିଷଦ (ଏସିସି) ବୈଠକରେ ପିସିବି କମିଟି ମୁଖ୍ୟ ଜାକା ଆସ୍ରଫ୍ ଏହି ଦାବି ଉପସ୍ଥାପନ କରିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ଏସିସି ପକ୍ଷରୁ ପ୍ରସ୍ତୁତ ହୋଇଥିବା ସୂଚୀ ଅନୁସାରେ ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୧୭ ତାରିଖ ମଧ୍ୟରେ ଏସିଆ କପ୍‌ ୨୦୨୩ ଆୟୋଜନ ହେବ । ଭାରତ ଏହି ପ୍ରତିଯୋଗିତା ଖେଳିବାକୁ ପାକିସ୍ତାନ ଯିବା ପାଇଁ ରୋକ୍‌ଠୋକ୍‌ ମନା କରିବାରୁ ଏସିସି ଏଭଳି ପଦକ୍ଷେପ ନେଇଥିଲା । ସେତେବେଳେ ଯଦିଓ ପିସିବି ଦାୟିତ୍ବରେ ଆସ୍ରଫ୍‌ ନଥିଲେ, କିନ୍ତୁ ଏବେ ସେ ଦାୟିତ୍ବକୁ ଆସିବା ପରେ ପୁଣି ଥରେ ଏସିଆ କପ୍‌ ସୂଚୀରେ ପରିବର୍ତ୍ତନ ପାଇଁ ଏସିସି ଉପରେ ଚାପ ପକାଇବେ ବୋଲି ଜଣାପଡ଼ିଛି ।

ଏହା ମଧ୍ୟ ପଢ଼ନ୍ତୁ...Asia Cup 2023: ଏଥର ହାଇବ୍ରିଡ ମଡେଲରେ ଟୁର୍ଣ୍ଣାମେଣ୍ଟ, ପାକିସ୍ତାନରେ ୪ ଶ୍ରୀଲଙ୍କାରେ ୯ ମ୍ୟାଚ

ଅନ୍ୟପଟେ ଏସିଆ କପ୍‌ ଆୟୋଜନ ସମୟରେ ଶ୍ରୀଲଙ୍କାରେ ପାଣିପାଗ ଅସ୍ବାଭାବିକ ରହିବ ବୋଲି ଜଣାପଡ଼ିଛି । ସେଥିପାଇଁ ଏହାର ଫାଇଦା ଉଠାଇବା ଲକ୍ଷ୍ୟରେ ରହିଛି ପିସିବି । ଯଦିଓ ଏହି ଦାବି ଏସିସି ଉପରେ କୌଣସି ପ୍ରଭାବ ପକାଇ ପାରିବନି, ହେଲେ ଶ୍ରୀଲଙ୍କାରେ ଏଭଳି ଅସ୍ବାଭାବିକ ପାଣିପାଗ ସ୍ଥିତିକୁ ନଜରରେ ରଖି ପାକିସ୍ତାନକୁ ଅଧିକ ମ୍ୟାଚ୍‌ ମିଳିପାରେ ବୋଲି ପିସିବି ଆଶା ରଖିଛି । ହେଲେ ଅନ୍ୟପଟେ ଭାରତ ପାକିସ୍ତାନ ଯିବାକୁ ସମ୍ପୂର୍ଣ୍ଣ ଅମଙ୍ଗ । ତେଣୁ କାହାର ମ୍ୟାଚ୍‌ ପାକିସ୍ତାନକୁ ସ୍ଥାନାନ୍ତର ହେବ ନା ଏହି ବିବାଦ ଆହୁରି ଆଗକୁ ଘନେଇବ, ତାହା ଉପରେ ରହିଛି ସମସ୍ତ କ୍ରିକେଟ୍‌ପ୍ରେମୀଙ୍କ ନଜର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.