ETV Bharat / sports

Asia Cup 2023: ଏଥର ହାଇବ୍ରିଡ ମଡେଲରେ ଟୁର୍ଣ୍ଣାମେଣ୍ଟ, ପାକିସ୍ତାନରେ ୪ ଶ୍ରୀଲଙ୍କାରେ ୯ ମ୍ୟାଚ

author img

By

Published : Jun 15, 2023, 9:42 PM IST

Updated : Jun 15, 2023, 9:59 PM IST

ପ୍ରକାଶ ପାଇଲା ଏସିଆ କପ ୨୦୨୩ର ଖେଳସୂଚୀ । ପାକିସ୍ତାନରେ ଖେଳାଯିବ ୪ଟି ମ୍ୟାଚ । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: ଏସିଆନ କ୍ରିକେଟ କାଉନସିଲ (ACC) ପକ୍ଷରୁ ପ୍ରକାଶ ପାଇଲା ଏସିଆ କପ ୨୦୨୩ର ଖେଳସୂଚୀ । ଅନେକ ସମୟର ପ୍ରତୀକ୍ଷା ପରେ ଖେଳସୂଚୀ ଜାରି କରାଯାଇଛି । ଆସନ୍ତା ଅଗଷ୍ଟ ୩୧ ତାରିଖଠାରୁ ଖେଳ ଆରମ୍ଭ ହୋଇ ସେପ୍ଟେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଏସିଆ କପ୍‌ରେ ଭାରତ ସମେତ ୬ଟି କ୍ରିକେଟ ଟିମ ଅଂଶଗ୍ରହଣ କରିବାକୁ ଥିବା ବେଳେ ପାକିସ୍ତାନରେ ୪ଟି ମ୍ୟାଚ ଖେଳାଯିବ ବୋଲି ଜଣାପଡ଼ିଛି ।

  • Dates and venues have been finalised for the Asia Cup 2023! The tournament will be held from 31st August to 17th September in a hybrid model - with 4 matches being held in Pakistan and the rest in Sri Lanka! https://t.co/bvkfSSAp9w#AsiaCup #ACC

    — AsianCricketCouncil (@ACCMedia1) June 15, 2023 " class="align-text-top noRightClick twitterSection" data=" ">

ଏସିଆ କପ୍‌ ୨୦୨୩ରେ ୬ଟି କ୍ରିକେଟ ଟିମ ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ ଓ ନେପାଳ ଅଂଶଗ୍ରହଣ କରିବେ । ଏହି ଟିମମାନଙ୍କ ମଧ୍ୟରେ ମୋଟ ୧୩ଟି ଦିନିକିଆ ମ୍ୟାଚ ଖେଳାଯିବ । ଟୁର୍ଣ୍ଣାମେଣ୍ଟକୁ ହାଇବ୍ରିଡ ମଡେଲରେ ହୋଷ୍ଟ କରାଯିବ । ଯେଉଁଥିରେ ପାକିସ୍ତାନରେ ମାତ୍ର ୪ଟି ମ୍ୟାଚ ଖେଳାଯିବାକୁ ଥିବା ବେଳେ ଶ୍ରୀଲଙ୍କାରେ ଖେଳାଯିବ ବାକି ୯ଟି ମ୍ୟାଚ୍‌ । ଗ୍ରୁପ ଷ୍ଟେଜ ଆରମ୍ଭରେ ୪ଟି ମ୍ୟାଚ ପାକିସ୍ତାନରେ ଖେଳାଯିବ । ହେଲେ ଭାରତ କୌଣସି ଗୋଟିଏ ବି ମ୍ୟାଚ ଖେଳିବା ଲାଗି ପାକିସ୍ତାନ ଗସ୍ତ କରିବ ନାହିଁ ।

ଏହା ବି ପଢନ୍ତୁ- WFI Controversy: ବଢିଲା ବ୍ରିଜଭୂଷଣଙ୍କ ଅଡୁଆ, 1000 ପୃଷ୍ଠାର ଚାର୍ଜ୍‌ସିଟ୍‌ ଦାଖଲ

ଭାରତ ନିଜର ସବୁ ମ୍ୟାଚ ଶ୍ରୀଲଙ୍କାରେ ଖେଳିବ । ହେଲେ କେଉଁ ମ୍ୟାଚ କେଉଁ ସହରରେ ଏବଂ କେଉଁ ସମୟରେ ଖେଳାଯିବ ସେ ନେଇ ପ୍ରକାଶ ପାଇଥିବା କାର୍ଯ୍ୟସୂଚୀରେ ଉଲ୍ଲେଖ ରହିନାହିଁ । ଭାରତ ଓ ପାକିସ୍ତାନକୁ ଗୋଟିଏ ଗ୍ରୁପରେ ଅନ୍ତର୍ଭୁକ୍ତ କରାଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଓ ପାକିସ୍ତାନ ମଧ୍ୟରେ ମୋଟ ୩ଟି ମ୍ୟାଚ ଖେଳାଯିବାର ସମ୍ଭାବନା ରହିଛି । ତେବେ ଏହି ଗ୍ରୁପରେ ନେପାଳ ମଧ୍ୟ ରହିଛି । ଅନ୍ୟପଟେ ଅନ୍ୟ ଏକ ଗ୍ରୁପରେ ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ତାନ ଟିମକୁ ଅନ୍ତର୍ଭୁକ୍ତ କରାଯାଇଛି ।

ଏସିଆ କପ ୨୦୨୩ ଟୁର୍ଣ୍ଣାମେଣ୍ଟରେ ୬ଟି ଟିମକୁ ୨ଟି ଗ୍ରୁପରେ ଶ୍ରେଣୀଭୁକ୍ତ କରାଯାଇଛି । ଏହି ୨ଟି ଗ୍ରୁପ ମଧ୍ୟରୁ ଶୀର୍ଷ ପ୍ରଦର୍ଶନ କରିଥିବା ୨ଟି ଟିମ ସୁପର ଫୋର ଷ୍ଟେଜ ପାଇଁ ଖେଳିବେ । ସୁପର ଫୋର ଷ୍ଟେଜରେ ୪ଟି ଟିମ ମଧ୍ୟରେ ଖେଳାଯିବା ପରେ ୨ଟି ଟିମ ମଧ୍ୟରେ ଫାଇନାଲ ଫାଇଟ ହେବ । ସୂଚନା ଥାଉ କି ଗତବର୍ଷଗୁଡ଼ିକର ରେକର୍ଡ ଦେଖିଲେ ଶ୍ରୀଲଙ୍କା ହେଉଛି ଏସିଆ କପ୍‌ର ଚମ୍ପିଆନ ଟିମ । ଗତ ୨୦୨୨ ଟୁର୍ଣ୍ଣାମେଣ୍ଟରେ ଶ୍ରୀଲଙ୍କା ଫାଇନାଲରେ ପାକିସ୍ତାନକୁ ହରାଇ ଟାଇଟଲ ହାସଲ କରିଥିଲା । ହେଲେ ଭାରତ ନିକଟରେ ସବୁଠୁ ଅଧିକ ଏସିଆ କପ ରହିଛି । ଭାରତ ୭ଥର ଏସିଆ କପ୍‌ ଚମ୍ପିଆନ ହୋଇଥିବା ବେଳେ ଶ୍ରୀଲଙ୍କା ୬ଥର ଚମ୍ପିଆନ ହୋଇଛି । ସେହିପରି ପାକିସ୍ତାନ ୨ଥର ଏସିଆ କପ ଚମ୍ପିଆନ ହୋଇଛି ।

Last Updated :Jun 15, 2023, 9:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.