ETV Bharat / sports

WFI Controversy: ବଢିଲା ବ୍ରିଜଭୂଷଣଙ୍କ ଅଡୁଆ, 1000 ପୃଷ୍ଠାର ଚାର୍ଜ୍‌ସିଟ୍‌ ଦାଖଲ

author img

By

Published : Jun 15, 2023, 1:23 PM IST

Updated : Jun 15, 2023, 1:30 PM IST

ଭାରତୀୟ କୁସ୍ତି ମହାସଂଘ ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଚାର୍ଜସିଟ ଦାଖଲ କରିଛି । ଅଧିକ ପଢନ୍ତୁ

charge sheet against brijbhushan sharan singh
WFI Controversy

ନୂଆଦିଲ୍ଲୀ: ବଢିଲା ବ୍ରିଜଭୂଷଣ ଶରଣ ସିଂହଙ୍କ ଅଡୁଆ । ଭାରତୀୟ କୁସ୍ତି ମହାସଂଘ ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂହଙ୍କ ନାମରେ ଦିଲ୍ଲୀ ପୋଲିସ କୋର୍ଟରେ ଚାର୍ଜସିଟ ଦାଖଲ ହୋଇଛି । ମହିଳା କୁସ୍ତିଯୋଦ୍ଧାଙ୍କ ଯୌନ ନିର୍ଯାତନା ଅଭିଯୋଗ ଦିଲ୍ଲୀ ପୋଲିସ 1000 ପୃଷ୍ଠାର ଚାର୍ଜସିଟ ଦାଖଲ ହୋଇଛି । ମାମଲାରେ ଜୁଲାଇ 4ରେ ପରବର୍ତ୍ତୀ ଶୁଣାଣି ହେବ ।

  • Delhi Police is filing its chargesheet in FIRs registered by several wrestlers against former WFI chief Brij Bhushan Sharan Singh, in Delhi's Rouse Avenue Court.

    In the FIR registered by the wrestlers, after completion of the investigation, Delhi Police are filing a chargesheet…

    — ANI (@ANI) June 15, 2023 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ...WFI Elections: ପୁଣି ବଦଳିଲା ତାରିଖ, ଜୁଲାଇ 6ରେ ଭାରତୀୟ କୁସ୍ତି ସଂଘ ନିର୍ବାଚନ

ଆଇପିସି ଧାରା 354, 354D, 506(1) 345Aରେ ବ୍ରିଜଭୂଷଣ ନାମରେ ଚାର୍ଜସିଟ ଦାଖଲ ହୋଇଛି । ପୋକ୍‌ସୋ ମାମଲା ନାବାଳିକା କୁସ୍ତିଯୋଦ୍ଧାଙ୍କୁ ଯୌନ ଶୋଷଣ ମାମଲାରେ ବ୍ରଜିଭୂଷଣଙ୍କୁ ଦିଲ୍ଲୀ ପୋଲିସ କ୍ଲିନ୍‌ଚିଟ୍‌ ଦେଇଛି । ନାବାଳିକାଙ୍କ ବାପା ମତ ବଦଳାଇଥିବାରୁ ଏହି ମାମଲାରେ କ୍ଲିନ୍‌ଚିଟ୍‌ ମିଳିଛି । 7 ମହିଳା କୁସ୍ତିଯୋଦ୍ଧାଙ୍କ ଯୌନ ନିର୍ଯାତନା ଅଭିଯୋଗରେ ଦୁଇଟି କୋର୍ଟରେ ଚାର୍ଜସିଟ ଦାଖଲ ହୋଇଛି । 6 ମହିଳା କୁସ୍ତିଯୋଦ୍ଧାଙ୍କ ଅଭିଯୋଗରେ କୋର୍ଟରେ ଗୋଟିଏ ଚାର୍ଜସିଟରେ ଦାଖଲ ହୋଇଥିବା ବେଳେ ଦ୍ବିତୀୟ ଚାର୍ଜସିଟରେ ନାବାଳିକାଙ୍କ ଅଭିଯୋଗ ମାମଲାରେ ଦାଖଲ ହୋଇଛି । ନାବାଳିକାଙ୍କ ଦ୍ବାରା କରାଯାଇଥିବା ଯୌନ ନିର୍ଯାତନା ଅଭିଯୋଗରେ ବ୍ରିଜଭୂଷଣଙ୍କୁ କ୍ଲିନ୍‌ଚିଟ୍‌ ଦେଇଛି ଦିଲ୍ଲୀ ପୋଲିସ ।

ଦିଲ୍ଲୀ ପୋଲିସ 28 ଏପ୍ରିଲରେ ବ୍ରିଜଭୂଷଣ ବିରୋଧରେ ମାମଲା ଦାଖଲ କରିଥିଲା । ଦାଖଲ ହୋଇଥିବା 1000 ପୃଷ୍ଠା ଚାର୍ଜସିଟରୁ 550 ପୃଷ୍ଠାରେ ପୋଲିସ କହିଛି ନାବାଳିକା କରିଥିବା ଅଭିଯୋଗରେ କୌଣିସ ପ୍ରମାଣ ମିଳିଲା ନାହିଁ । ତେଣୁ ପୋକ୍‌ସୋ ମାମଲାକୁ ହଟାଇବାକୁ କୋର୍ଟଙ୍କୁ ଆବେଦନ କରିଛି । ପୀଡିତା ଏବଂ ତାଙ୍କ ବାପାଙ୍କ ବୟାନ ଆଧାରରେ ପୋଲିସ ରିପୋର୍ଟ କୋର୍ଟରେ ଦାଖଲ କରିଛି ।

ଏହା ବି ପଢନ୍ତୁ...WFI Controversy: ନାବାଳିକାଙ୍କ ବାପାଙ୍କ ୟୁଟର୍ଣ୍ଣ, ପ୍ରବଳ ଚାପ ଥିବା କହିଲେ ବଜରଙ୍ଗ

କଣ ମାମଲା: କୁସ୍ତିରେ ଅନେକ ମେଡାଲ ଆଣିଥିବା କୁସ୍ତଯୋଦ୍ଧା ଭିନେଶ ଫୋଗାଟ ଡବ୍ଲୁଏଫଆଇ ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ । ଭାରତର ଅନେକ ମହିଳା କୁସ୍ତିଯୋଦ୍ଧା ଯୌନ ନିର୍ଯାତନାର ଶିକାର ହୋଇଥିବା କହିଥିଲେ । 10ରୁ 12 ଜଣ ଯୌନ ନିର୍ଯାତନା ଘଟଣା ବିଷୟରେ ସେ ଜାଣିଥିବା କହିଥିଲେ । ବ୍ରିଜଭୂଷଣଙ୍କ ନାମରେ ଅଭିଯୋଗ କରି ଆନ୍ଦୋଳନ କରିଥିଲେ । ସମାଧାନ ପ୍ରତିଶ୍ରୁତି ମିଳିବା ସହିତ ତଦନ୍ତ କମିଟି ଗଠନ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଧାରଣାରୁ ହଟିଥିଲେ । ମେରୀ କମ୍‌ଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇ ତଦନ୍ତ ହୋଇଥିଲା ମାତ୍ର ପୋଲିସ ମାମଲା ରୁଜୁ କରୁନଥିବା ଅଭିଯୋଗ କରି ପୁଣି ଜନ୍ତରମନ୍ତରରେ ଧାରଣାରେ ବସିଥିଲେ କୁସ୍ତିଯୋଦ୍ଧା ।

ଦୀର୍ଘ 25 ଦିନରୁ ଅଧିକ ଧାରଣା ପରେ ଜୁନ 7 ତାରିଖରେ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନର ନେତୃତ୍ବ ନେଇଥିବା ବଜରଙ୍ଗ ପୁନିଆ ଓ ସାକ୍ଷୀ ମଲିକଙ୍କ ସହ ଆଲୋଚନା କରିଥିଲେ କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର । ଜୁନ୍‌ 15 ତାରିଖରେ ବ୍ରିଜଭୂଷଣଙ୍କ ନାମରେ ଚାର୍ଜସିଟ ଦାଖଲ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ଜୁନ୍‌ 15 ତାରିଖ ଯାଏ ଆନ୍ଦୋଳନକୁ ସ୍ଥଗିତ କରିଥିଲେ କୁସ୍ତିଯୋଦ୍ଧା ।

Last Updated : Jun 15, 2023, 1:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.