ETV Bharat / sports

WFI Elections: ପୁଣି ବଦଳିଲା ତାରିଖ, ଜୁଲାଇ 6ରେ ଭାରତୀୟ କୁସ୍ତି ସଂଘ ନିର୍ବାଚନ

author img

By

Published : Jun 14, 2023, 3:15 PM IST

ଭାରତୀୟ କୁସ୍ତି ସଂଘ ନିର୍ବାଚନ ତାରିଖ ନେଇ ଘୋଷଣା ହୋଇଛି । ଜୁଲାଇ 6 ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ ଓ ସେହି ଦିନ ଫଳାଫଳ ପ୍ରକାଶ ପାଇବ । ଅଧିକ ପଢନ୍ତୁ

WFI Elections
ଜୁଲାଇ 6ରେ ଭାତୀୟ କୁସ୍ତି ସଂଘ ନିର୍ବାଚନ

ନୂଆଦିଲ୍ଲୀ: ବିବାଦ ଭିତରେ ଥିବା ଭାରତୀୟ କସ୍ତୁ ସଂଘ ନିର୍ବାଚନ ତାରିଖ ପୁଣି ବଦଳିଛି । ଜୁଲାଇ 4 ତାରିଖରେ ଦେବାକୁ ଥିବା ଭାରତୀୟ କସ୍ତୁ ସଂଘ ନିର୍ବାଚନ ଜୁଲାଇ 6 ତାରିଖରେ ହେବ । ଏ ନେଇ ନବନିଯୁକ୍ତ ନିର୍ବାଚନ ଅଧିକାରୀ ଜାମ୍ମୁ କାଶ୍ମୀର ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ମହେଶ ମିତ୍ତଲ କୁମାର ଘୋଷଣା କରିଛନ୍ତି । ନିର୍ବାଚନ ନେଇ ପ୍ରକ୍ରିୟା ଆରମ୍ଭ କରିଛି ଭାରତୀୟ ଅଲମ୍ପିକ ଆସୋସିଏସନ ।

ଏହା ବି ପଢନ୍ତୁ...କୋହଲି ଟେଷ୍ଟ୍‌ ଅଧିନାୟକ ପଦ ଛାଡ଼ନ୍ତୁ ବୋଲି ବିସିସିଆଇ ପ୍ରସ୍ତୁତ ନଥିଲା: ସୌରଭ ଗାଙ୍ଗୁଲି

ଆସନ୍ତା 23ରୁ 25 ତାରିଖ ମଧ୍ୟରେ ନାମାଙ୍କନ ଦାଖଲ ଏବଂ 28ରୁ ଜୁନ 1 ତାରିଖ ମଧ୍ୟରେ ପ୍ରାର୍ଥୀପତ୍ର ପ୍ରାତ୍ୟାହାର ସମୟ ରହିଛି । ସେହିପରି ଜୁଲାଇ 2 ତାରିଖରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ । 6 ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ଗତ ଜୁନ 7 ତାରିଖରେ କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ଏବଂ କୁସ୍ତିଯୋଦ୍ଧାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଆନ୍ଦୋଳନର ନେତୃତ୍ବ ନେଇଥିବା ସାକ୍ଷୀ ମଲିକ, ବଜରଙ୍ଗ ପୁନିଆଙ୍କ ସହ ଆଲୋଚନା କରି ନିର୍ବାଚନ ହେବା ନେଇ କହିବା ପରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ ସିଂ ଗିରଫ ଦାବିରେ କୁସ୍ତିଯୋଦ୍ଧା ଆନ୍ଦୋଳନ ଚଳାଇଛନ୍ତି । କ୍ରୀଡ଼ାମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଜୁନ 15 ତାରିଖ ଯାଏଁ ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି କୁସ୍ତିଯୋଦ୍ଧା । ନିର୍ବାଚନ ଦିନ ହିଁ ଫଳାଫଳ ପ୍ରକାଶ ପାଇବ ।

ଏହା ବି ପଢନ୍ତୁ...ଧୋନୀଙ୍କ ପ୍ରଶଂସା ସହି ପାରିଲେନି ଭଜି ! କହିଲେ କେବଳ ଅଧିନାୟକ ନୁହେଁ, ଟିମ୍‌ ଜିତେ

ଭାରତୀୟ ଅଲମ୍ପିକ ଆସୋସିଏସନ ଏକ ବିବୃତ୍ତି ଜାରି କରି କହିଛି, "ଭାରତୀୟ କୁସ୍ତି ସଂଘ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଜମ୍ମୁ କାଶ୍ମୀର ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ମହେଶ ମିତ୍ତଲ କୁମାରଙ୍କୁ ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତ କରିଛି । ଏହା ସହିତ ଜଣେ ଅତିରିକ୍ତ ରିଟର୍ଣ୍ଣିଂ ଅଫିସର ଓ ଅନ୍ୟ କର୍ମଚାରୀ ନିଯୁକ୍ତ ହୋଇପାରନ୍ତି । ଭାରତୀୟ କୁସ୍ତି ସଂଘ ନିର୍ବାଚନରେ ସଭାପତି ପଦଠୁ ନେଇ ଅନ୍ୟ ଅନ୍ୟାନ ପଦବୀରେ ନିର୍ବାଚନ ଅନୁଷ୍ଠିତ ହେବ । ଜଣେ ଅତିରିକ୍ତ ରିଟର୍ଣ୍ଣିଂ ଅଫିସର ଓ ଅନ୍ୟ କର୍ମଚାରୀ ନିଯୁକ୍ତ କରିବା ନେଇ ଜଷ୍ଟିସ ମହେଶ ମିତ୍ତଲ କୁମାରଙ୍କୁ ଚିଠିରେ କହିଥିଲେ ଆଇଓଏ ମିଳିତ ସଚିବ ସିଇଓ କଲ୍ୟାଣ ଚୌବେ ।


ବର୍ତ୍ତମାନ କୁସ୍ତି ମହାସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ସିଂହଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ ରହିଛି । ଦେଶ ପାଇଁ ଅଲମ୍ପିକ ପଦକ ଜିତିଥିବା ମହିଳା କୁସ୍ତିଯୋଦ୍ଧା ତାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ବର୍ତ୍ତମାନ ଏହି ମାମଲାର ତଦନ୍ତ ଜାରି ରହିଛି । 15 ତାରିଖ ଯାଏଁ ବ୍ରିଜ ଭୂଷଣଙ୍କ ନାମରେ ଚାର୍ଜସିଟ ଦାଖଲ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.