ETV Bharat / sports

ଆଜିର ଦିନରେ ଟେଷ୍ଟ ଅଧିନାୟକ ଡେବ୍ୟୁ କରିଥିଲେ ବିରାଟ କୋହଲି

author img

By

Published : Dec 9, 2021, 6:43 PM IST

On this day in 2014: Kohli led India first time in Test match
ଆଜିର ଦିନରେ ଟେଷ୍ଟ ଅଧିନାୟକ ଡେବ୍ୟୁ କରିଥିଲେ ବିରାଟ କୋହଲି

୭ ବର୍ଷ ତଳେ ଆଜିର ଦିନରେ ବିରାଟ କୋହଲି ପ୍ରଥମ ଥର ପାଇଁ ଏକ ଟେଷ୍ଟ ମ୍ୟାଚ୍‌ରେ ଭାରତର ନେତୃତ୍ବ ନେଇଥିଲେ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ପାଇଁ ଆଜିର ଦିନ(ଡିସେମ୍ବର ୯) ଏକ ସ୍ମରଣୀୟ ଦିନ । ଠିକ୍‌ ୭ ବର୍ଷ ତଳେ ଆଜିର ଦିନରେ ବିରାଟ କୋହଲି ପ୍ରଥମ ଥର ପାଇଁ ଏକ ଟେଷ୍ଟ ମ୍ୟାଚ୍‌(first time in Test)ରେ ଭାରତର ନେତୃତ୍ବ ନେଇଥିଲେ ।

ଅଷ୍ଟ୍ରେଲିଆ ବିପକ୍ଷ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ରେ ଆଡିଲେଡ୍‌ ଓଭାଲରେ କ୍ରିକେଟର ଲମ୍ବା ଫର୍ମାଟର ଅଧିନାୟକ ଡେବ୍ୟୁ କରିଥିଲେ କୋହଲି । ସେହି ମ୍ୟାଚ୍‌ରେ ୩୬୪ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଭାରତୀୟ ଟିମ ୪୮ ରନ୍‌ର ପରାଜୟ ଭୋଗିଥିଲା । ମୂରଲି ବିଜୟ ଓ କୋହଲି ମ୍ୟାଚ୍‌ରେ ଏକସମୟରେ ଦମଦାର ବ୍ୟାଟିଂ କରିଥିଲେ ଓ ବିଜୟ ନିକଟତର କରାଇଥିଲେ ।

ମାତ୍ତ ବିଜୟଙ୍କୁ ୯୯ ରନ୍‌ର କଙ୍ଗାରୁ ଭେଟେରାନ ସ୍ପିନର ନାଥନ ଲାୟନ ଆଉଟ୍‌ କରି ମ୍ୟାଚ୍‌ର ମୋଡ ବଦଳାଇ ଦେଇଥିଲେ । ଭାରତ ଏକସମୟରେ ୨୪୨/୩ ରହିଥିଲା ମାତ୍ର, ଲାୟନଙ୍କ ଘାତକ ବୋଲିଂ ପରେ ୩୧୫ ରନ୍‌ର ସମସ୍ତ ୱିକେଟ ହରାଇଥିଲା । ୧୫୨ ରନ୍‌ ବ୍ୟୟରେ ୭ଟି ୱିକେଟ ହାତେଇଥିଲେ ଲାୟନ । ସେହି ମ୍ୟାଚ୍‌ରେ ଲେଗ୍‌-ସ୍ପିନର କର୍ଣ୍ଣ ଶର୍ମାଙ୍କ ମଧ୍ୟ ଡେବ୍ୟୁ ଟେଷ୍ଟ ମ୍ୟାଚ୍‌ ଥିଲା ଓ ଏହା ତାଙ୍କର ଏକମାତ୍ର ଟେଷ୍ଟ ରହିଥିଲା ।

ମ୍ୟାଚ୍‌ର ଉଭୟ ଇଂନିସରେ କୋହଲି ଶତକୀୟ ଇଂନିସ ଖେଳିଥିଲେ ମାତ୍ର ଅଷ୍ଟ୍ରେଲିଆ ପକ୍ଷରୁ ଡେଭିଡ ୱାର୍ଣ୍ଣର, ମାଇକେଲ କ୍ଳାର୍କ ଓ ଷ୍ଟିଭ ସ୍ମିଥ୍‌ ବ୍ୟାଟ୍‌ରେ କମାଲ କରିଥିଲେ ।

ଭାରତ ଏହି ସିରିଜରେ ପ୍ରଥମ ଦୁଇଟି ମ୍ୟାଚ୍‌ରେ ପରାଜୟ ସହ ୨-୦ରେ ପରାସ୍ତ ହୋଇଥିଲା । ଏହି ସିରିଜରେ ମହେନ୍ଦ୍ର ସିଂହ ଧୋନି କ୍ରିକେଟର ଲମ୍ବା ଫର୍ମାଟରୁ ସନ୍ୟାସ ଘୋଷଣା କରିଥିଲେ । ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ପରେ ଟେଷ୍ଟ କ୍ରିକେଟକୁ ବିଦାୟ କହିଥିଲେ ଧୋନି ।

ଏହାମଧ୍ୟ ପଢନ୍ତୁ: ବିରାଟଙ୍କୁ ODI ଅଧିନାୟକ ପଦରୁ ହଟାଇଲା BCCI, ରାଗିଲେ ଫ୍ୟାନ୍ସ

ବୁଧବାର BCCI ଓପନର ରୋହିତ ଶର୍ମାଙ୍କୁ ଟି-୨୦ ସହିତ ODI ଅଧିନାୟକ ଘୋଷଣା କରିଛି । କୋହଲି ଟେଷ୍ଟ କ୍ରିକେଟରେ ଭାରତୀୟ ଟିମର ନେତୃତ୍ବ ନେବା ଜାରି ରଖିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.