ETV Bharat / sports

ବିରାଟଙ୍କୁ ODI ଅଧିନାୟକ ପଦରୁ ହଟାଇଲା BCCI, ରାଗିଲେ ଫ୍ୟାନ୍ସ

author img

By

Published : Dec 9, 2021, 4:42 PM IST

ଭେଟେରାନ ଓପନିଂ ବ୍ୟାଟ୍‌ର ରୋହିତ ଶର୍ମା ଟିମ ଇଣ୍ଡିଆର ନୂଆ ଟି-୨୦ ଓ ODI ଅଧିନାୟକ ନିଯୁକ୍ତ ହୋଇଛନ୍ତି । ଅନ୍ୟପଟେ ରେଡ୍‌ ବଲ୍‌ ଫର୍ମାଟରେ ବିରାଟ କୋହଲି ଟିମର ନେତୃତ୍ବ ନେବା ଜାରିରଖିବେ । ଏହି ଖବର ପ୍ରଚାରିତ ହେବାପରେ ସୋସିଆଲ ମିଡିଆରେ କ୍ରିକେଟପ୍ରେମୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିବାରେ ଲାଗିଛି । ଅଧିକାଂଶ ଫ୍ୟାନ୍ସ BCCIର ବିରାଟ କୋହଲିଙ୍କୁ ଅଧିନାୟକ ପଦରୁ ହଟାଇବା ନିଷ୍ପତ୍ତିରେ ଅସନ୍ତୋଷ ଜାହିର କରିଛନ୍ତି । ଅଧିକ ପଢନ୍ତୁ

IND vs SA: BCCI Face Fans Fury As Rohit Sharma Replaces Virat Kohli As ODI Captain
ବିରାଟଙ୍କୁ ODI ଅଧିନାୟକ ପଦରୁ ହଟାଇଲା BCCI, ରାଗିଲେ ଫ୍ୟାନ୍ସ

ନୂଆଦିଲ୍ଲୀ: ଭେଟେରାନ ଓପନିଂ ବ୍ୟାଟ୍‌ର ରୋହିତ ଶର୍ମା ଟିମ ଇଣ୍ଡିଆର ନୂଆ ଟି-୨୦ ଓ ODI ଅଧିନାୟକ ନିଯୁକ୍ତ ହୋଇଛନ୍ତି । ଅନ୍ୟପଟେ ରେଡ୍‌ ବଲ୍‌ ଫର୍ମାଟରେ ବିରାଟ କୋହଲି ଟିମର ନେତୃତ୍ବ ନେବା ଜାରିରଖିବେ । ୨୦୨୧ ଟି-୨୦ ବିଶ୍ବକପ ପର୍ଯ୍ୟନ୍ତ ବିରାଟ କୋହଲି ସମସ୍ତ ଫର୍ମାଟରେ ଭାରତୀୟ ଟିମର ଅଧିନାୟକ ରହିଥିଲେ । ମାତ୍ର ରୋହିତଙ୍କୁ ପ୍ରଥମେ ଟି-୨୦ ଫର୍ମାଟ ଓ ପରେ ଦିନିକିଆ ଟିମର ନେତୃତ୍ବ ଭାର ମିଳିଛି ।

BCCIର ସର୍ବଭାରତୀୟ ସିନିୟର ଚୟନକର୍ତ୍ତା କମିଟି ବିରାଟ କୋହଲିଙ୍କୁ ଦିନିକିଆ(ODI) ଅଧିନାୟକ ପଦରୁ ହଟାଇବା ନିଷ୍ପତ୍ତି ନେଇଛି । ଭାରତୀୟ ଅଧିନାୟକ ଭାବେ ଦିନିକିଆ ଫର୍ମାଟରେ ବିରାଟ କୋହଲିଙ୍କ ଦମଦାର 72.65 ଆଭରେଜ ସହ ୫୦୦୦ରୁ ଅଧିକ ରନ୍‌ ରହିଛି । ଏଥିସହ ୯୫ଟି ମ୍ୟାଚ୍‌ରେ ୨୧ଟି ଶତକୀୟ ଇଂନିସ ମଧ୍ୟ ରହିଛି । ଫଳରେ ଏହି ଫର୍ମାଟରେ ବିରାଟଙ୍କ ନାମରେ ଅନ୍ୟତମ ସଫଳ ଭାରତୀୟ ଅଧିନାୟକ ରେକର୍ଡ ରହିଛି । ମାତ୍ର ବୁଧବାର ବିନା କୌଣସି କାରଣ ସ୍ପଷ୍ଟ କରି BCCI ଏହା ଘୋଷଣା କରିଛି ଯେ, ରୋହିତ ଶର୍ମା ଦିନିକିଆ ଓ ଟି-୨୦ ଫର୍ମାଟରେ ଭାରତୀୟ ଟିମର ନେତୃତ୍ବ ନେବେ ।

  • Don't think today was the day to sack Kohli as ODI captain, when the squad has not been named yet. For someone who won 65 of 95 games in charge, you could do this better.

    — Saurabh Malhotra (@MalhotraSaurabh) December 8, 2021 " class="align-text-top noRightClick twitterSection" data=" ">

ଏହି ଖବର ପ୍ରଚାରିତ ହେବାପରେ ସୋସିଆଲ ମିଡିଆରେ କ୍ରିକେଟପ୍ରେମୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିବାରେ ଲାଗିଛି । କ୍ରିକେଟ ଖେଳାଳିଙ୍କ ଠାରୁ ନେଇ ସମୀକ୍ଷକ, ପ୍ରଶଂସକ ସମସ୍ତେ ଟ୍ବିଟ୍‌ରେ ନିଜର ପ୍ରତିକ୍ରିୟା ରଖିବାରେ ଲାଗିଛନ୍ତି । ଅଧିକାଂଶ ଫ୍ୟାନ୍ସ BCCIର ବିରାଟ କୋହଲିଙ୍କୁ ଅଧିନାୟକ ପଦରୁ ହଟାଇବା ନିଷ୍ପତ୍ତିରେ ଅସନ୍ତୋଷ ଜାହିର କରିଛନ୍ତି ।

  • Not here to comment on whether or not it was the right decision. How good or bad a captain Kohli was has no relevance here. It's about a cricket board casually replacing a captain of nearly 5 years with a one-liner at the end of an email. How shitty is that? #bcci #ViratKohli

    — Rohit Sankar (@imRohit_SN) December 8, 2021 " class="align-text-top noRightClick twitterSection" data=" ">

ଅନ୍ୟପଟେ କିଛି ଭାଗ ଫ୍ୟାନ୍ସ ଏହି ନିଷ୍ପତ୍ତି ବହୁତ ନିଆଯିବାର ଥିଲା ବୋଲି ମତ ଦେଇଛନ୍ତି । BCCI ଫ୍ୟାନ୍ସଙ୍କ ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ପଛର କାରଣ ସ୍ପଷ୍ଟ କରିବା ଉଚିତ ବୋଲି ଅନେକ ମତ ରଖିଛନ୍ତି । ଏହି କ୍ରମରେ ବିଶ୍ବକପ ବିତ୍ତଶାଳୀ କ୍ରିକେଟ ପରିଚାଳନ ବୋର୍ଡକୁ ଫ୍ୟାନ୍ସ ସମାଲୋଚନା କରିବାରେ ଲାଗିଛନ୍ତି ।

  • Best batting average as ODI captain:

    Kohli - 72.65(95 matches,SR 98.3)
    ABD - 63.94(101 matches,SR 110.5)
    MSD - 53.55(200 matches,SR 86.2)
    Kane - 49.56(77 matches,SR 79.2)
    Mathews - 45.97(106 matches,SR 84.9)

    Averaging 70+ for 100 matches vth ~100SR 🙏

    Absolute Beast @imVkohli pic.twitter.com/30ZyU3sVxN

    — 17 (@varun_rayudu) December 8, 2021 " class="align-text-top noRightClick twitterSection" data=" ">

ଏହାମଧ୍ୟ ପଢନ୍ତୁ: Ind vs SA: ହଟିଲେ କୋହଲି, ODI ଅଧିନାୟକ ହେଲେ ରୋହିତ

ଏକ ରିପୋର୍ଟ ଅନୁଯାୟୀ, ଚୟନକର୍ତ୍ତା କମିଟି ବିରାଟ କୋହଲିଙ୍କୁ ଦିନିକିଆ ଅଧିନାୟକ ପଦ ଛାଡିବାକୁ କହିଥିଲେ । ମାତ୍ର ନିର୍ଦ୍ଧାରିତ ସମୟ ଅବଧି ପୂରଣ ପର୍ଯ୍ୟନ୍ତ ବିରାଟ କୌଣସି ଘୋଷଣା କରିନଥିଲେ । ୨୦୨୩ ଦିନିକିଆ ବିଶ୍ବକପରେ ସେ ଟିମର ନେତୃତ୍ବ ନେବାକୁ ଚାହୁଁଥିଲେ । ଏହାପରେ ଜାତୀୟ ଚୟନକର୍ତ୍ତ କମିଟି ରୋହିତ ଶର୍ମାଙ୍କୁ ଦିନିକିଆ ଟିମର ଅଧିନାୟକ ଘୋଷଣା କରିଥିଲେ ବୋଲି ଦର୍ଶାଯାଇଛି । ତେବେ ଏନେଇ କୌଣସି ଔପଚାରିକ ଘୋଷଣା ସ୍ପଷ୍ଟ ହୋଇନାହିଁ ।

  • Just came here to say...

    The current @BCCI managed by a nepotism product and an ex-cricketer who can't manage shit, is the most ungrateful cricket board ever.

    I just hope Rohit Sharma doesn't get the same treatment as Virat Kohli if he fails to bring a World Cup home.

    — Jaanvi🏏 (@ThatCric8Girl) December 8, 2021 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.