ETV Bharat / sports

ଆଜିର ଦିନରେ ମ୍ୟାନ ଇନ ବ୍ଲୁ ହୋଇଥିଲା ପ୍ରଥମ ଟି-୨୦ ବିଶ୍ୱ ବିଜେତା

author img

By

Published : Sep 24, 2022, 10:48 PM IST

ଆଜିକୁ ଠିକ ୧୫ ବର୍ଷ ତଳେ ଧୋନୀଙ୍କ ନେତୃତ୍ବରେ ଭାରତ ହାତେଇଥିଲା ପ୍ରଥମ ଟି-୨୦ ବିଶ୍ବକପ ଟ୍ରଫି ( ICC T20 World Cup ) । ଫାଇନାଲ ମ୍ୟାଚରେ ପାରମ୍ପାରିକ ପ୍ରତିଦ୍ବନ୍ଦୀ ପାକିସ୍ତାନକୁ ହରାଇ ହୋଇଥିଲା ଟି୨୦ ବିଶ୍ବ ବିଜେତା । ଅଧିକ ପଢନ୍ତୁ

ଆଜିର ଦିନରେ ମ୍ୟାନ ଇନ ବ୍ଲୁ ହୋଇଥିଲା ପ୍ରଥମ ଟି୨୦ ବିଶ୍ବ ବିଜେତା
ଆଜିର ଦିନରେ ମ୍ୟାନ ଇନ ବ୍ଲୁ ହୋଇଥିଲା ପ୍ରଥମ ଟି୨୦ ବିଶ୍ବ ବିଜେତା

ହାଇଦ୍ରାବାଦ: ଭାରତୀୟ କ୍ରିକେଟ ପାଇଁ ଆଜି ହେଉଛି ଏକ ବିଶେଷ ଦିନ । ଆଜିର ଦିନରେ ଭାରତୀୟ କ୍ରିକେଟ ଦୁନିଆରେ ଯୋଡି ହୋଇଥିଲା ଆଉ ଏକ ସ୍ବର୍ଣ୍ଣିମ ଅଧ୍ୟାୟ । ଆଜିକୁ ଠିକ ୧୫ ବର୍ଷ ତଳେ ଧୋନୀଙ୍କ ନେତୃତ୍ବରେ ଭାରତ ହାତେଇଥିଲା ପ୍ରଥମ ଟି୨୦ ବିଶ୍ବକପ ଟ୍ରଫି ( ICC T20 World Cup ) । ଦକ୍ଷିଣ ଆଫ୍ରିକା ମାଟିରେ ବିଶ୍ବକପ ହାତେଇ ମ୍ୟାନ ଇନ ବ୍ଲୁ ଆଜିର ଦିନକୁ ସ୍ମରଣୀୟ କରିଥିଲା । ଫାଇନାଲ ମ୍ୟାଚରେ ପାରମ୍ପାରିକ ପ୍ରତିଦ୍ବନ୍ଦୀ ପାକିସ୍ତାନକୁ ହରାଇ ହୋଇଥିଲା ଟି-୨୦ ବିଶ୍ବ ବିଜେତା ( India beat Pakistan in T20 World Cup ) ।

ଫାଇନାଲ ମ୍ୟାଚରେ ମହେନ୍ଦ୍ର ସିଂ ଧୋନୀ ( Mahendra Singh Dhoni ) ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୫୭ ରନ ସଂଗ୍ର କରିଥିଲା । ଭାରତ ପକ୍ଷରୁ ଗୌତମ ଗମ୍ଭୀର ସର୍ବାଧିକ ୭୫ ରନର ଇନିଂସ ଖେଳି ପାକିସ୍ତାନ ଆଗରେ ୧୫୮ ରନର ଟାର୍ଗେଟ ଦେଇଥିଲେ । ତେବେ ୧୫୮ ରନର ଟାର୍ଗେଟକୁ ପିଛା କରି ମଇଦାନକୁ ଓହ୍ଲାଇ ଥିବା ପାକିସ୍ତାନ ପ୍ରଥମ ଓଭରରେ ମହମ୍ମଦ ହଫିଜଙ୍କ ୱିକେଟ ହରାଇଥିଲା । ପାକିସ୍ତାନକୁ ମ୍ୟାଚ ହାତେଇବା ପାଇଁ ଶେଷ ଓଭରରେ ୧୩ ରନର ଆବଶ୍ୟକ ରହିଥିଲା । ହେଲେ ଭାରତୀୟ ବୋଲର ସେତେବେଳକୁ ପାକିସ୍ତାନର ୯ ଟି ୱିକେଟକୁ ପାଭଲିୟନ ପଠାଇସାରିଥିଲେ । ଧୋନୀ ଡେଥ ଓଭର ତଥା ଶେଷ ଓଭରର ବୋଲିଂ ଦାୟିତ୍ବ ଯୋଗିନ୍ଦର ଶର୍ମାଙ୍କୁ ଦେଇଥିଲେ । ତେବେ ମିଡିୟମ ପେସର ଯୋଗିନ୍ଦରଙ୍କ ଦ୍ବିତୀୟ ବଲରେ ପାକିସ୍ତାନ ବ୍ୟାଟର ଛକା ମାରିଥିଲେ । ପାକିସ୍ତାନକୁ ୪ଟି ବଲରେ ଜିତିବା ପାଇଁ ୬ ରନ ଆବଶ୍ୟକ ଥିଲା । ଯୋଗିନ୍ଦରଙ୍କ ପରବର୍ତ୍ତୀ ବଲକୁ ପାକିସ୍ତାନ ବ୍ୟାଟର ମିସବା ଉଲ ହକ ବଡ ସଟ ଖେଳିବାକୁ ଚେଷ୍ଟା କରିଥିଲେ ହେଲେ ପରିଣାମ ସ୍ବରୁପ ତାହା ବାଉଣ୍ଡରୀ ପାର ନକରି ଭାରତୀୟ ଫିଲ୍ଡରଙ୍କ ହାତରେ ଲାଗିଥିଲା । ଶେଷରେ ଭାରତ ୫ ରନରେ ପାକିସ୍ତାନକୁ ପରାସ୍ତ କରି ଟି-୨୦ ବିଶ୍ବକପ ହାତେଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.