ETV Bharat / sports

ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ 22 ବର୍ଷ, ସଚିନଙ୍କ ପରେ ମିତାଲିଙ୍କ ରାଜ୍‌

author img

By

Published : Jun 26, 2021, 10:54 PM IST

ଭାରତୀୟ ମହିଳା ଟିମ କ୍ୟାପଟେନ ମିତାଲି ରାଜ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ 22 ବର୍ଷ ପୂରଣ କରିଛନ୍ତି । ଅଧିକ ପଢନ୍ତୁ...

Mithali set to become 1st after Tendulkar to play 22 years of ODI cricket
ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ 22 ବର୍ଷ, ସଚିନଙ୍କ ପରେ ମିତାଲିଙ୍କ ରାଜ୍‌

ବ୍ରିଷ୍ଟଲ: ଭାରତୀୟ ମହିଳା ଟିମ କ୍ୟାପଟେନ ମିତାଲି ରାଜ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ 22 ବର୍ଷ ପୂରଣ କରିଛନ୍ତି । ଏହି ବିରଳ କିର୍ତ୍ତୀମାନର ଅଧିକାରିଣୀ ହେବାରେ ସେ ସଚିନ ତେନ୍ଦୁଲକରଙ୍କ ସମକକ୍ଷ ହୋଇଛନ୍ତି । ସଚିନଙ୍କ ପରେ ଦ୍ବିତୀୟ କ୍ରିକେଟର ଭାବେ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟର 22 ବର୍ଷର ସଫଳ ଯାତ୍ରା କରିଛନ୍ତି ମିତାଲି ।

ତେନ୍ଦୁଲକର ମୋଟ 22 ବର୍ଷ 91 ଦିନ ଖେଳିଥିବାବେଳେ, ମିତାଲିଙ୍କ 22 ବର୍ଷ ପୂରଣକୁ ଗୋଟିଏ ଦିନ ବାକି ରହିଛି । ରବିବାର ଇଂଲଣ୍ଡ କ୍ୟାପଟେନ ହେଥର ନାଇଟଙ୍କ ସହ ଟସ୍‌ ପକାଇବାକୁ ଯିବାପରେ ସେ ଏହି କିର୍ତ୍ତୀମାନ ନିଜ ନାମରେ କରିବେ । 38 ବର୍ଷୀୟା ମିତାଲି ବର୍ଷ 1999, ଜୁନ 26ରେ ଆୟରଲାଣ୍ଡ ବିପକ୍ଷରେ ମିଲଟନ କେଇନସରେ ଅନ୍ତର୍ଜାତୀୟ ଦିନିକିଆରେ ଡେବ୍ୟୁ କରିଥିଲେ । ସେତେବେଳ ସେ ମାତ୍ର 16 ବର୍ଷର ଥିଲେ ।

ଏହି 22 ବର୍ଷର ଯାତ୍ରା ମଧ୍ୟରେ ମିତାଲି 7,098 ରନ୍‌ ସଂଗ୍ରହ କରିଛନ୍ତି । ଏହାମଧ୍ୟରେ 214ଟି ମହିଳା ଦିନିକିଆ ମ୍ୟାଚରେ 7ଟି ଶତକ ଓ 55ଟି ଅର୍ଦ୍ଧଶତକୀୟ ଇଂନିସ ରହିଛି । ଜୋଧପୁର ଜନ୍ମିତ ଷ୍ଟାର ମହିଳା କ୍ରିକେଟର 6,000ରୁ ଅଧିକ ଦିନିକିଆ ରନ ସଂଗ୍ରହ କରିବାରେ ଏକମାତ୍ର ମହିଳା ଖେଳାଳି । ମିତାଲିଙ୍କ ନାମରେ 2,364 ଅନ୍ତର୍ଜାତୀୟ ଟି20 ରନ୍‌ ମଧ୍ୟ ରହିଛି ।

ଭାରତୀୟ ମହିଳା ଟିମ ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ରହିଛି । ମିତାଲିଙ୍କ ନେତୃତ୍ବରେ ଇଂଲଣ୍ଡ ମହିଳା ଟିମ ବିପକ୍ଷରେ ରବିବାର ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଭାରତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.