ETV Bharat / sports

ମିତାଲିଙ୍କ ନୂଆ କୀର୍ତ୍ତିମାନ, ମହିଳା ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ୍‌

author img

By

Published : Jul 4, 2021, 5:39 PM IST

Updated : Jul 4, 2021, 6:01 PM IST

ଅନ୍ତର୍ଜାତୀୟ ମହିଳା କ୍ରିକେଟରେ ସମସ୍ତ ଫର୍ମାଟରେ ସର୍ବାଧିକ ରନ ସଂଗ୍ରହକାରୀ ଖେଳାଳି ହୋଇଛନ୍ତି ଭାରତୀୟ ମହିଳା ଏକଦିବସୀୟ ଟିମ କ୍ୟାପଟେନ ମିତାଲି ରାଜ । ଅଧିକ ପଢନ୍ତୁ...

Mithali Raj becomes leading run-scorer across formats in women's international cricket
ମିତାଲିଙ୍କ ନୂଆ କୀର୍ତ୍ତିମାନ, ମହିଳା ଅନ୍ତର୍ଜାତୀୟ କ୍ରିକେଟରେ

ୱର୍ସଷ୍ଟର: ଭାରତୀୟ ମହିଳା ଏକଦିବସୀୟ ଟିମ କ୍ୟାପଟେନ ମିତାଲି ରାଜ ଆଉ ଏକ ବିରଳ କୀର୍ତ୍ତିମାନ ନିଜ ନାମରେ କରିଛନ୍ତି । ଅନ୍ତର୍ଜାତୀୟ ମହିଳା କ୍ରିକେଟରେ ସମସ୍ତ ଫର୍ମାଟରେ ମିତାଲି ସର୍ବାଧିକ ରନ ସଂଗ୍ରହକାରୀ ଖେଳାଳି ହୋଇଛନ୍ତି ।

ଚଳିତ ଇଂଲଣ୍ଡ ବିପକ୍ଷ ସିରଜର ତୃତୀୟ ତଥା ଶେଷ ଦିନିକିଆରେ ଏହି କୀର୍ତ୍ତିମାନର ଅଧିକାରିଣୀ ହୋଇଛନ୍ତି ମିତାଲି । ପୂର୍ବତନ ଇଂଲଣ୍ଡ କ୍ୟାପଟେନ ଚାରଲଟ ଏଡୱାର୍ଡସଙ୍କୁ ପଛରେ ପକାଇ ଏହି ସଫଳତା ହାସଲ କରିଛନ୍ତି ଭାରତୀୟ କ୍ୟାପଟେନ । ଏଡୱାର୍ଡସଙ୍କ ନାମରେ ସମସ୍ତ ଫର୍ମାଟରେ 10,273 ଅନ୍ତର୍ଜାତୀୟ ରନ୍‌ ରହିଥିଲା। ଫଳରେ ଏଡୱାର୍ଡସଙ୍କୁ ଟପିବାକୁ ତୃତୀୟ ଦିନିକିଆରେ ମାତ୍ର 12 ରନ୍‌ ଆବଶ୍ୟକ କରୁଥିଲେ ମିତାଲି ।

ମ୍ୟାଚର 24ତମ ଓଭରରେ ଏକ ଚମତ୍କାର ଚୌକା ସହ ଭାରତୀୟ କ୍ୟାପଟେନ ମହିଳା କ୍ରିକେଟରେ ସର୍ବାଧିକ ରନ୍‌ ସଂଗ୍ରହକାରୀ ହୋଇଥିଲେ । ଏହି ରେକର୍ଡ ପରେ ବିସିସିଆଇ ୱମେନ ଟ୍ବିଟ ଯୋଗେଁ କ୍ୟାପଟେନଙ୍କୁ ଶୁଭେଚ୍ଛା ଜଣାଇଛି ।

ଚଳିତ ବର୍ଷ ମାର୍ଚ୍ଚ ମାସରେ, ମିତାଲି ପ୍ରଥମ ମହିଳା ବ୍ୟାଟର ଭାବେ 7000 ଦିନିକିଆ ରନ ପୂରଣ କରିଥିଲେ ।

38 ବର୍ଷୀୟା ଭେଟେରାନ କ୍ରିକେଟର ପୂର୍ବରୁ ମହିଳା କ୍ରିକେଟ ଇତିହାସରେ ସର୍ବାଧିକ ମ୍ୟାଚ ଖେଳିବାର ଗୌରବ ମଧ୍ୟ ଅର୍ଜନ କରିସାରିଛନ୍ତି । ସମସ୍ତ ଫର୍ମାଟରେ 10,000 ରନ୍‌ ପୂରଣ କରିବାରେ ସେ ପ୍ରଥମ ଭାରତୀୟ ମହିଳା । ଏଥିସହ ଅନ୍ତର୍ଜାତୀୟ କ୍ରିକେଟରେ ଏଡୱାର୍ଡସଙ୍କ ପରେ 10,000 ରନ ପୂରଣ କରିବାରେ ମିତାଲି ମାତ୍ର ଦ୍ବିତୀୟ ମହିଳା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Jul 4, 2021, 6:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.