ETV Bharat / sports

ବାରବାଟୀରେ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ, ମିଡିଆ ଏକାଦଶ ଚମ୍ପିଆନ

author img

By

Published : Feb 12, 2023, 1:15 PM IST

ବାରବାଟୀରେ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ
friendly cricket match in barabati

ବାରବାଟୀରେ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚରେ କଟକ ସହରାଞ୍ଚଳ ପୋଲିସକୁ ପରାସ୍ତ କରି ଚମ୍ପିଆନ ହୋଇଛି ମିଡିଆ ଏକାଦଶ । ଅଧିକ ପଢନ୍ତୁ

ବାରବାଟୀରେ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ

କଟକ: ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚରେ ଟ୍ରଫି ହାତେଇଲା ମିଡିଆ ଏକାଦଶ । ବାରବାଟୀ ଷ୍ଟାଡିୟମରେ କଟକ କମିଶନରେଟ ପୋଲିସ ଏକାଦଶ ଏବଂ ମିଡିଆ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ ଖେଳାଯାଇଥିଲା । କଟକ ସହରାଞ୍ଚଳ ପୋଲିସକୁ ହରାଇ ଚମ୍ପିଆନ ହୋଇଛି ମିଡ଼ିଆ ଏକାଦଶ । ଫ୍ଲଡ଼ ଲାଇଟ ମୁକାବିଲାରେ ପୋଲିସ ଟିମକୁ 9 ରନରେ ପରାଜୟର ରାସ୍ତା ଦେଖାଇଛି ମିଡିଆ ଏକାଦଶ ।

ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ମିଡିଆ ଏକାଦଶ । ନିର୍ଦ୍ଧାରିତ 20 ଓଭରରେ 9 ୱିକେଟ ହରାଇ ମିଡିଆ ଏକାଦଶ 83 ରନ କରିଥିଲା । ଦଳ ପକ୍ଷରୁ ସର୍ବାଧିକ ପ୍ରଭୁକଲ୍ୟାଣ ପାଲ 20 ରନ କରିଥିଲା ବେଳେ ଦେବାଶିଷ ମହାନ୍ତି 17 ରନ କରିଥିଲେ । ଯାହା ଫଳରେ ଦଳ ଏହି ଲକ୍ଷରେ ପହଁଚି ପାରିଥିଲା । ଜବାବରେ ଧାର୍ଯ୍ୟ ଲକ୍ଷ୍ୟକୁ ପିଛା କରି 76 ରନ ରେ ଅଲ ଆଉଟ ହୋଇଯାଇଥିଲା କଟକ ୟୁପିଡ଼ି ପୋଲିସ । ବ୍ୟାଟିଂ ଆରମ୍ଭରୁ ହିଁ ବିପର୍ଯ୍ୟୟର ସାମ୍ନା କରିଥିଲା ଦଳ । ପ୍ରାରମ୍ଭିକ ଯୋଡି ମଧ୍ୟରୁ ଅରୁଣ କୁମାର ସ୍ୱାଇଁ ଖାତା ଖୋଲିବା ପୂର୍ବରୁ ହିଁ ପ୍ରଥମ ଓଭରରେ ରନ ଆଉଟ ହୋଇ ସଅଳ ପାଭିଲିୟନ ଫେରି ଯାଇଥିଲେ ।

ଏହା ବି ପଢନ୍ତୁ...DD college upgraded to university: କେନ୍ଦୁଝରକୁ ଭେଟି, ଡିଡି କଲେଜ ହେଲା ବିଶ୍ବବିଦ୍ୟାଳୟ

ଏହାପରେ ସନ୍ତୋଷ କୁମାର ସାହୁ ମାତ୍ର 3 ରନ କରି ରନ ଆଉଟ ହୋଇଥିଲେ । ଯାହା ଫଳରେ ଦଳ ପାଇଁ ଚିନ୍ତା ବଢିଥିଲା । ଏହାପରେ ଓପନର କାହ୍ନୁ ଧର୍ଯ୍ୟର ସହ ଖେଳି ସ୍ଥିତି ସମ୍ଭାଳି ଥିଲେ । ଶେଷ ପର୍ଯ୍ୟନ୍ତ ପଡିଆରେ ରହି ବ୍ୟକ୍ତିଗତ ସର୍ବାଧିକ 27 ରନ କରିଥିଲେ । ଏହାସହ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ସଞ୍ଜୟ କୁମାର ବ୍ୟକ୍ତିଗତ 11 ରନର ସହଯୋଗ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ବିଜୟ ଲକ୍ଷ୍ୟ ପିଛା କରୁଥିବା ପୋଲିସ ଏକାଦଶ 74 ରନରେ ଅଲ ଆଉଟ ହୋଇଯାଇଥିବା ।

ମିଡିଆ ଏକାଦଶ ପକ୍ଷରୁ ଜୟନ୍ତ ଦାସ, ଶକ୍ତି ବେହେରା 2 ଟି ଲେଖାଏଁ ୱେକେଟ ନେଇଥିଲା ବେଳେ ଦେବାଶିଷ ମହାନ୍ତି ,ପ୍ରଭୁକଲ୍ୟାଣ ପାଲ ଓ ଅଶୋକ ବାରିକ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ବେଷ୍ଟ ବ୍ୟାଟ୍ସମ୍ୟାନ କାହ୍ନୁ ଚରଣ ଦଳାଇ , ବେଷ୍ଟ ବୋଲର ଫିରୋଜ ରାଉତ ଓ ମ୍ୟାନ ଅଫ ଦି ମ୍ୟାଚ ଦେବାଶିଷ ମହାନ୍ତିଙ୍କୁ ବିବେଚିତ କରାଯାଇଥିଲା । ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ କଟକ ସିଏମସି କମିଶନର ନିଖିଲ ପବନ କଲ୍ୟାଣ ଯୋଗ ଦେଇ ଉଭୟ ଟିମକୁ ଟ୍ରଫି ପ୍ରଦାନ କରିଥିଲେ।

ତେବେ କର୍ମମୟ ଜୀବନ ମଧ୍ୟରେ କ୍ରିକେଟ ଆନନ୍ଦର ମାହୋଲ ଆଣି ଦେଇଛି । ଦୈନନ୍ଦିନ ଜୀବନରେ ସବୁ ବେଳେ ବ୍ୟସ୍ତ ରହୁନ୍ତି ଏହି ଦୁଇଟି ବିଭାଗ। ତେବେ ଏହିଭଳି ଆୟୋଜନ ମନରେ ଶାନ୍ତି ଆଣିବା ସହ ବନ୍ଧୁତାର ଦିଗ ଆହୁରି ମଜଭୁତ କରିବ ବୋଲି କଟକ ଡିସିପି ପିନାକ ମିଶ୍ର କହିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.