ETV Bharat / sports

T20 World Cup: କୋହଲିଙ୍କ ବିରୋଧରେ Fake Fielding ଅଭିଯୋଗ କଲା ବାଂଲାଦେଶ, ICCରେ ହେବ ଦ୍ୱାରସ୍ଥ

author img

By

Published : Nov 3, 2022, 9:53 PM IST

kohlis fake fielding against bangladesh BCB to raise issue before ICC
T20 World Cup :ବାଂଲାଦେଶରେ ବିପକ୍ଷରେ କୋହଲି କରିଥିଲେ ଫେକ୍‌ ଥ୍ରୋ

ଚଳିତ ଟି-୨୦ ବିଶ୍ବକପରେ ବାଂଲାଦେଶକୁ ମାତ ଦେଇ ସେମୀର ନିକଟର ହୋଇଛି ଭାରତ । ମ୍ୟାଚ୍‌କୁ ନେଇ କୋହଲିଙ୍କ ବିରୋଧରେ ଏକ ଅଭିଯୋଗ ଆଣିଛନ୍ତି ବାଂଲାଦେଶର ଉପ ଅଧିନାୟକ ନୁରୁଲ ହାସନ । ଅଧିକ ପଢ଼ନ୍ତୁ

ହାଇଦ୍ରାବାଦ: ଚଳିତ ଟି୨୦ ବିଶ୍ବକପରେ ବାଂଲାଦେଶକୁ ମାତ ଦେଇ ସେମୀର ନିକଟର ହୋଇଛି ଭାରତ । ଏହି ବର୍ଷା ବାଧିତ ମ୍ୟାଚ୍‌ରେ DL ନିୟମ ଅନୁଯାୟୀ ଭାରତ ୫ ରନ୍‌ରେ ବିଜୟ ହାସଲ କରିଛି । ଏହି ମ୍ୟାଚ୍‌ରେ ଓପନର କେ.ଏଲ ରାହୁଲ ଓ ବିରାଟ କୋହଲି ଦମ୍‌ଦାର ପାଳି ଖେଳିଥିଲେ । ତେବେ ଏହି ମ୍ୟାଚ୍‌କୁ ନେଇ କୋହଲିଙ୍କ ବିରୋଧରେ ଏକ ଅଭିଯୋଗ ଆଣିଛନ୍ତି ବାଂଲାଦେଶର ଉପ ଅଧିନାୟକ ନୁରୁଲ ହାସନ । ମ୍ୟାଚ୍‌ରେ କୋହଲି ଫେକ୍‌ ଥ୍ରୋ କରିଥିବା ଅଭିଯୋଗ କରିଛନ୍ତି ନୁରୁଲ ହାସନ ।

ତେବେ ଅମ୍ପାୟାର ନଜରରେ ଏହା ପଡ଼ି ନଥିଲା । ଯାହାଫଳରେ ବାଂଲାଦେଶକୁ ୫ ରନ୍‌ ଅତିରିକ୍ତ ମିଳି ପାରିଥାଆନ୍ତା ବୋଲି କହିଛନ୍ତି ନୁରୁଲ । ବାଂଲାଦେଶ ପାଳିର ସପ୍ତମ ଓଭରରେ କୋହଲି ଫେକ୍‌ ଥ୍ରୋ ଆକ୍ସନ କରିଥିଲେ । ଏହି ଓଭର ପରେ ବର୍ଷା ଆରମ୍ଭ ହୋଇଯାଇଥିଲା । ଅକ୍ଷର ପଟେଲଙ୍କ ବଲ୍‌ରେ ଡିପ୍‌ ଅଫ୍‌ ସାଇଡଆଡ଼କୁ ଖେଳିଥିଲେ ଲିଟନ ଦାସ । ବଲ ଅର୍ଶଦୀପ ସିଂହଙ୍କ ପାଖକୁ ଯାଇଥିଲା । ସେ ଥ୍ରୋ କରିବା ପରେ କୋହଲି ଫେକ୍‌ ଥ୍ରୋ ଆକ୍ସନ କରିଥିଲେ ।

ସୋସିଆଲ ମିଡିଆରେ କୋହଲିଙ୍କ ଏହି ଆକ୍ସନ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି । ଏହାକୁ ନେଇ ବାଂଲାଦେଶ କ୍ରିକେଟ ବୋର୍ଡର ଜଣେ ଅଧିକାରୀ କହିଛନ୍ତି, କୋହଲିଙ୍କ ଫେକ୍‌ ଥ୍ରୋରେ ୫ ରନ୍‌ ପେନାଲ୍ଟି ମିଳି ପାରିଥାଆନ୍ତା । ଏହାଦ୍ବାରା ବାଂଲାଦେଶ ମ୍ୟାଚ୍‌କୁ ଟାଇ କିମ୍ବା ବିଜୟ ହାସଲ କରି ପାରିଥାଆନ୍ତା ।

କଣ ଫେକ୍‌ ଥ୍ରୋ' ନିୟମ ?

ICC ନିୟମ ୪୧.୫.୧ ମୁତାବକ ବ୍ୟାଟରଙ୍କୁ ବିଭ୍ରାନ୍ତ କରିବା ପାଇଁ ଫିଲ୍ଡରମାନଙ୍କ ଦ୍ବାରା ଇଚ୍ଛାକୃତ ଭାବରେ କୌଣସି ଆକ୍ସନ ବା ଶବ୍ଦର ବ୍ୟବହାର କରାଯାଇ ପାରିବ ନାହିଁ । ଫିଲ୍ଡର ଏଭଳି କଲେ ଫିଲ୍ଡର ଅମ୍ପାୟାର ଦୃଷ୍ଟି ଦେବେ ଯେ, ଏହାଦ୍ବାରା ବ୍ୟାଟରଙ୍କ ଧ୍ୟାନ ଭଙ୍ଗ ହୋଇଥିଲା କି ନାହିଁ । ତାହା ହୋଇଥିଲେ ତୁରନ୍ତ ସେହି ବଲ୍‌କୁ ଡେଡ୍‌ ବଲ ଘୋଷଣା କରାଯିବ । ନିୟମ ମୁତାବକ ଏହାଦ୍ବାରା ବ୍ୟାଟିଂ କରୁଥିବା ଦଳକୁ ୫ ରନ୍‌ ପ୍ରଦାନ କରି ପାରିବେ ଅମ୍ପାୟାର ।

ଆସନ୍ତା ସପ୍ତାହରେ ମେଲବର୍ଣ୍ଣରେ ଏକ ICCର ଏକ ବୈଠକ ହେବାକୁ ଯାଉଛି । ବୈଠକରେ ସୁଯୋଗ ମିଳିଲେ ଏହାକୁ ନେଇ ବାଂଲାଦେଶ କ୍ରିକେଟ ବୋର୍ଡ ଅଭିଯୋଗ କରିବ ବୋଲ କିହଛନ୍ତି BCB ଅପରେସନ ମୁଖ୍ୟ ଜଲାଲ ୟୁନୁସ । କୋହଲି ଫେକ୍‌ ଥ୍ରୋ ଆକ୍ସନ କରିବା ପରେ ଲିଟନ ଦାସ ଓ ନନ୍‌ ଷ୍ଟ୍ରାଇକିଂ ଏଣ୍ଡରେ ଥିବା ନାଜମୁଲ ହୋସେନ ଏହାକୁ ଅମ୍ପାୟାରଙ୍କୁ ସୂଚନା ଦେଇଥିଲେ । ତେବେ ଅମ୍ପାୟାର କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବା ଅଭିଯୋଗ କରିଛି BCB ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.