ETV Bharat / sports

Eng vs Ind 4th test: ରାହୁଲଙ୍କ ୧୫% ମ୍ୟାଚ ଫି କାଟିଲା ICC

author img

By

Published : Sep 5, 2021, 3:13 PM IST

Eng vs Ind 4th test: ରାହୁଲଙ୍କ ୧୫% ମ୍ୟାଚ ଫିସ୍ କାଟିଲା ICC
Eng vs Ind 4th test: ରାହୁଲଙ୍କ ୧୫% ମ୍ୟାଚ ଫିସ୍ କାଟିଲା ICC

ଅମ୍ପାୟାରଙ୍କ ନିଷ୍ପତ୍ତିରେ ଅସହମତି ପ୍ରକାଶ କରିବାରୁ ଚତୁର୍ଥ ଟେଷ୍ଟର ତୃତୀୟ ଦିନରେ କେ.ଏଲ ରାହୁଲଙ୍କୁ ଜୋରିମାନା କରିଛି ICC । ଅଧିକ ପଢ଼ନ୍ତୁ...

ଲଣ୍ଡନ : ଓଭାଲରେ ଜାରି ରହିଥିବା ଚତୁର୍ଥ ଟେଷ୍ଟ ମ୍ୟାଚ ବର୍ତ୍ତମାନ ଭାରତର ନିୟନ୍ତ୍ରଣରେ ରହିଛି । ତେବେ ଅମ୍ପାୟାରଙ୍କ ନିଷ୍ପତ୍ତିରେ ଅସହମତି ପ୍ରକାଶ କରିବାରୁ ଚତୁର୍ଥ ଟେଷ୍ଟର ତୃତୀୟ ଦିନରେ କେ.ଏଲ ରାହୁଲଙ୍କୁ ଜୋରିମାନା କରିଛି ICC । ଏଥିପାଇଁ କେ.ଏଲ ରାହୁଲଙ୍କ ୧୫ ପ୍ରତିଶତ ମ୍ୟାଚ ଫି କାଟିଛି ICC । କେ.ଏଲ ରାହୁଲ ICC ନିୟମର ଲେବଲ -୧ ଆଚରଣ ବିଧି ଉଲ୍ଲଂଘନ କରିଥିବା କଥା କୁହାଯାଇଛି ।

ICC ନିୟମର ଅନୁଚ୍ଛେଦ ୨.୮ର ଅନୁଯାୟୀ ଖେଳାଳି କିମ୍ବା ଖେଳାଳିଙ୍କ ସହ ସପୋର୍ଟ ଷ୍ଟାଫ ଅମ୍ପାୟାରଙ୍କ ନିଷ୍ପତ୍ତିରେ ଅସହମତି ପ୍ରକାଶ କରିପାରିବେ ନାହିଁ । ଏଭଳି କଲେ ସଂପୃକ୍ତ ଖେଳାଳି କିମ୍ବା ସପୋର୍ଟ ଷ୍ଟାଫଙ୍କୁ ଆଇସିସି ପକ୍ଷରୁ ଜୋରିମାନା କରାଯିବ ବୋଲି ଆଇସିସି ପକ୍ଷରୁ କୁହାଯାଇଛି । ଗତ ୨୪ ମାସ କ୍ରିକେଟ ସିଡ୍ୟୁଲ ମଧ୍ୟରେ ରାହୁଲ ପ୍ରଥମ ଥର ପାଇଁ ଏହି ନିୟମ ଉଲ୍ଲଂଘନ କରିଛନ୍ତି ବୋଲି କୁହାଯାଇଛି ।

ଭାରତର ଦ୍ବିତୀୟ ଇନିଂସର ୩୪ତମ ଓଭରରେ କେ.ଏଲ ରାହୁଲ କଟ୍ ବିହାଇଣ୍ଡ ଆଉଟ ହୋଇଥିଲେ । ଇଂଲଣ୍ଡର ରିଭ୍ୟୁ ପରେ ଥାର୍ଡ ଅମ୍ପାୟାର ଏହି ଆଉଟ ଦେଇଥିଲେ । କିନ୍ତୁ ଏଥିରେ ରାହୁଲ ଅସନ୍ତୁଷ୍ଠ ଥିବା ଦେଖା ଦେଇଥିଲା । ତେବେ ଏହାକୁ ନେଇ ତାଙ୍କୁ ଆଇସିସି ଜୋରିମାନା କରିଛି । ସେପଟେ ଏହି ଜୋରିମାନ ସ୍ବିକାର କରିଛନ୍ତି ରାହୁଲ । ଏଥିପାଇଁ ଏହାକୁ କୌଣସି ଶୁଣାଣି ହେବନାହିଁ ବୋଲି ଆଇସିସି ପକ୍ଷରୁ କୁହାଯାଇଛି ।

ଦ୍ବିତୀୟ ଇନିଂସରେ ଭାରତର ଦୁଇ ଓପନରଙ୍କ ମଧ୍ୟରେ ପ୍ରଥମ ୱିକେଟ ପାଇଁ କେ.ଏଲ ରାହୁଲ ଓ ରୋହିତ ଶର୍ମା ଭଲ ଆରମ୍ଭ କରିଥିଲେ । ପ୍ରଥମ ୱିକେଟ ପାଇଁ ଦୁଇ ଓପନର ଦଳୀୟ ଖାତାରେ ୮୩ ରନ ଯୋଡ଼ିଥିଲେ । ରୋହିତ ଶର୍ମା ବିଦେଶ ମାଟିରେ ପ୍ରଥମ ଶତକ ହାସଲ କରିଥିବା ବେଳେ କେ.ଏଲ ରାହୁଲ ଅଳ୍ପକେ ଅର୍ଦ୍ଧ ଶତକର ବଞ୍ଚିତ ହୋଇଥିଲେ । ଆଜି (ରବିବାର) ଚତୁର୍ଥ ଟେଷ୍ଟର ଚତୁର୍ଥ ଦିନ ମ୍ୟାଚ ଖେଳାଯିବ । ବର୍ତ୍ତମାନ ସୁଦ୍ଧା ଭାରତ ୩ଟି ୱିକେଟ ହରାଇ ୧୭୧ ରନ୍ ଲିଡ୍ ନେଇ ସାରିଛି । ବର୍ତ୍ତମାନ ପଡ଼ିଆରେ ଅଧିନାୟକ ବିରାଟ କୋହଲି ଓ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ବ୍ୟାଟିଂ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.