ETV Bharat / sports

T20 World Cup: ଭାରତୀୟ ସ୍କ୍ବାଡରେ ବୁମରା ଓ ହର୍ଷଲ ପଟେଲଙ୍କୁ ମିଳିପାରେ ସ୍ଥାନ

author img

By

Published : Sep 11, 2022, 10:06 PM IST

ଭାରତୀୟ ଟି-୨୦ ବିଶ୍ବକପ ସ୍କ୍ବାଡ୍‌କୁ(ICC T20 World Cup) ଫେରିପାରନ୍ତି ଜଶପ୍ରୀତ ବୁମରା ଏବଂ ହର୍ଷଲ ପଟେଲ । ଆହତ କାରଣରୁ ଏସିଆ କପ୍‌ ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡିଥିଲେ । ଅଧିକ ପଢନ୍ତୁ

ଟି୨୦ ବିଶ୍ବକପ ସ୍କ୍ବାଡରେ ସାମିଲ ହୋଇପାରନ୍ତି ଜଶପ୍ରିତ ବୁମରା ଓ ହର୍ଷଲ ପଟେଲ
ଟି୨୦ ବିଶ୍ବକପ ସ୍କ୍ବାଡରେ ସାମିଲ ହୋଇପାରନ୍ତି ଜଶପ୍ରିତ ବୁମରା ଓ ହର୍ଷଲ ପଟେଲ

ହାଇଦ୍ରାବାଦ: ଅକ୍ଟୋବରରେ ଅଷ୍ଟ୍ରେଲିଆରେ ଖେଳାଯିବ ଆଇସିସି ଟି-୨୦ ବିଶ୍ବକପ ( ICC T20 World Cup ) । ତେବେ ଟି-୨୦ ବିଶ୍ବକପ୍‌ ପାଇଁ ଭାରତୀୟ ସ୍କ୍ବାଡରେ କିଏ କିଏ ସାମିଲ ହେବେ ତାକୁ ନେଇ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା । ଭାରତୀୟ ଟି-୨୦ ବିଶ୍ବକପ ସ୍କ୍ବାଡ୍‌ରେ ଦ୍ରୁତ ବୋଲର ଜଶପ୍ରୀତ ବୁମରା (India pacers Jasprit Bumrah ) ଓ ହର୍ଷଲ ପଟେଲ ( Harshal Patel ) ସାମିଲ ହେବାର ସମ୍ଭାବନା ରହିଛି । ଦୁଇ ଷ୍ଟାର କ୍ରିକେଟର ଆହତ ସମସ୍ୟା ଯୋଗୁଁ ଏସିଆ କପ୍‌ ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡିଥିଲେ ।

ତେବେ ଜାତୀୟ କ୍ରିକେଟ ଏକାଡେମୀରେ (NCA) ସେମାନେ ନିୟମିତ ପ୍ରଶିକ୍ଷଣ ନେଉଛନ୍ତି । ଷ୍ଟାର ଫାଷ୍ଟ ବୋଲର ଜଶପ୍ରୀତ ବୁମରା NCAରେ ନିୟମିତ ବୋଲିଂ ପ୍ରାକ୍ଟିସ କରୁଛନ୍ତି । ଯେହେତୁ ସେ ଏବେ ଏବେ ସ୍ବାସ୍ଥ୍ୟଗତ ସମସ୍ୟାରୁ ବାହାରିଛନ୍ତି, ସେଥିପାଇଁ ବୁମରାଙ୍କ ଉପରେ ସ୍ବତନ୍ତ୍ର ଡାକ୍ତରୀ ଦଳ ନଜର ରଖିଛି । ସେ ଏବେ ଫିଟ୍‌ ଥିବା ନଜର ଆସୁଛନ୍ତି । ଏବଂ ସେ ଦଳକୁ ବହୁତ ଶୀଘ୍ର କମବ୍ୟାକ କରିବାର ସମ୍ଭାବନା ରହିଛି । ତାଙ୍କର ଅନ୍ତିମ ଟେଷ୍ଟ ହେବାର ବାକି ରହିଛି । ସେହିପରି ହର୍ଷଲ ପଟେଲଙ୍କର ମଧ୍ୟ ସୁସ୍ଥ ହୋଇ ଶୀଘ୍ର ଟିମକୁ ପ୍ରତ୍ୟାବର୍ତ୍ତନ କରିବାର ସମ୍ବାବନା ରହିଛି ।

ଅକ୍ଟୋବର ୧୬ରୁ ନଭେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଆଇସିସି ଟି-୨୦ ବିଶ୍ବକପ ପାଇଁ ବହୁତ ଶୀଘ୍ର ଟିମ ଘୋଷଣା ହୋଇପାରେ । ଭଭୟ ବୁମରା ଓ ହର୍ଷଲ ଭାରତୀୟ ବୋଲିଂ ବିଭାଗର ଦୁଇ ପ୍ରମୁଖ ଖେଳାଳି । ବୁମରା ଚଳିତ ବର୍ଷ ମାତ୍ର ତିନୋଟି ଟି-୨୦ ମ୍ୟାଚ ଖେଳିଛନ୍ତି । ଯେଉଁଥିରେ ସେ ତିନୋଟି ୱିକେଟ ଅକ୍ତିଆର କରିଛନ୍ତି ।ହର୍ଷଲ ପଟେଲ ମଧ୍ୟ ଚଳିତ ବର୍ଷ ପ୍ରଦର୍ଶନ କରିଛନ୍ତି । ତେବେ ଟି-୨୦ରେ ଭୁବନେଶ୍ବର କୁମାର ସର୍ବାଧିକ ୩୧ଟି ୱିକେଟ ନେଇ ଶୀର୍ଷ ସ୍ଥାନରେ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.