ETV Bharat / sports

ଆଇପିଏଲରେ କୋରୋନା ଭୟ, କ୍ବାରେଣ୍ଟିନରେ ଦିଲ୍ଲୀ କ୍ୟାପିଟାଲ୍ସ

author img

By

Published : Apr 18, 2022, 3:51 PM IST

Overseas player of DC tests COVID positive, squad's travel to Pune delayed
ଆଇପିଏଲରେ କୋରୋନା ଭୟ, କ୍ବାରେଣ୍ଟିନରେ ଦିଲ୍ଲୀ କ୍ୟାପିଟାଲ୍ସ

ଆଇପିଏଲ ୨୦୨୨ ଟୁର୍ଣ୍ଣାମେଣ୍ଟରେ ଘାରିଲା କୋରୋନା ଭୟ । ପୁଣି ଜଣେ ବିଦେଶୀ ଖେଳାଳି ସଂକ୍ରମିତ ଚିହ୍ନଟ ହେବାପରେ ଋଷଭ ପନ୍ତଙ୍କ ନେତୃତାଧୀନ ଦିଲ୍ଲୀ କ୍ୟାପିଟାଲ୍ସର ସୋମବାର ପୁନେ ଯାତ୍ରା ସ୍ଥଗିତ । କ୍ବାରେଣ୍ଟିନରେ ସଂପୂର୍ଣ୍ଣ ଦିଲ୍ଲୀ କ୍ୟାପିଟାଲ୍ସ ସ୍କ୍ବାଡ୍‌ । ଅଧିକ ପଢନ୍ତୁ

ମୁମ୍ବାଇ: ଆଇପିଏଲ ୨୦୨୨ ଟୁର୍ଣ୍ଣାମେଣ୍ଟରେ ଘାରିଲା କୋରୋନା ଭୟ । ଦିଲ୍ଲୀ କ୍ୟାପିଟାଲ୍ସର ପୁଣି ଜଣେ ବିଦେଶୀ ଖେଳାଳି ସଂକ୍ରମିତ ଚିହ୍ନଟ ହେବାପରେ ଋଷଭ ପନ୍ତଙ୍କ ନେତୃତାଧୀନ ଟିମ, ସୋମବାର ଥିବା ପୁନେ ଯାତ୍ରାକୁ ସ୍ଥଗିତ କରିଛି । ଏଥିସହ ସଂପୂର୍ଣ୍ଣ ଦିଲ୍ଲୀ କ୍ୟାପିଟାଲ୍ସ ସ୍କ୍ବାଡ୍‌ କ୍ବାରେଣ୍ଟିନରେ ରହିଛନ୍ତି । ସୂଚନା ଅନୁଯାୟୀ, ଟିମର ସମସ୍ତ ସଦସ୍ୟ ନିଜ ରୁମରେ କ୍ବାରେଣ୍ଟିନରେ ରହିବେ ଓ ଆଜି(ସୋମବାର) ଓ ଆସନ୍ତାକାଲି ଡୋର୍‌ ଟୁ ଡୋର୍‌ COVID-19 ଟେଷ୍ଟ ହେବ ।

ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ଫିଜିଓ ପାଟ୍ରିକ୍‌ ଫରହାର୍ଟ ପୂର୍ବରୁ COVID-19 ପଜିଟିଭ ଚିହ୍ନଟ ପରେ ଆଇସୋଲେସନରେ ରହିଛନ୍ତି । ତେବେ ବର୍ତ୍ତମାନ ଟିମର ଜଣେ ଖେଳାଳି ଓ ଅନ୍ୟ ଜଣେ ସଦସ୍ୟଙ୍କ ରିପୋର୍ଟ ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟରେ ପଜିଟିଭ ଥିବା ଜଣାପଡିଛି । ମାତ୍ର RT-PCR ଟେଷ୍ଟର ଫଳାଫଳକୁ ଅପେକ୍ଷା ରହିଛି ।

ଏପରି ସ୍ଥିତିରେ ବୁଧବାର(ଏପ୍ରିଲ ୨୦)ରେ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସର ପରବର୍ତ୍ତୀ ମ୍ୟାଚ୍‌ ପୁନଃନିର୍ଦ୍ଧାରିତ ହେବ ବୋଲି ଚର୍ଚ୍ଚା ହେଉଛି । ମାତ୍ର IPL ପକ୍ଷରୁ ଏଯାବତ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନଥିବାରୁ ପୂର୍ବସୂଚୀ ଅପରିବର୍ତ୍ତିତ ରହିବା ସମ୍ଭାବନା ଅଧିକ । ଦିଲ୍ଲୀ କ୍ୟାପିଟାଲ୍ସ ପୁନେରେ ଲଗାତାର ଦୁଇଟି ମ୍ୟାଚ୍‌ ଏପ୍ରିଲ ୨୦ରେ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଓ ଏପ୍ରିଲ ୨୨ରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଖେଳିବା ନେଇ ସୂଚୀ ରହିଛି ।

PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.