ETV Bharat / sports

IPL 2023: ମୁମ୍ବାଇ ବିପକ୍ଷରେ ରାହାଣେଙ୍କ ରନ ବର୍ଷା, 7 ୱିକେଟରେ ଜିତିଲା CSK

author img

By

Published : Apr 8, 2023, 11:12 PM IST

IPL 2023 MI vs CSK
IPL 2023 MI vs CSK

ଆଇପିଏଲ ୨୦୨୩ରେ ଜାରି ରହିଛି ମୁମ୍ବାଇର ପରାଜୟ ଧାରା । ଆଜି ଚେନ୍ନାଇ ବିପକ୍ଷରେ 7 ୱିକେଟ ପରାଜୟବରଣ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଅଧିକ ପଢ଼ନ୍ତୁ

ମୁମ୍ବାଇ: ଆଇପିଏଲର 16ତମ ସଂସ୍କରଣର 12ତମ ମ୍ୟାଚରେ ସହଜ ବିଜୟ ହାସଲ କରିଛି ଚେନ୍ନାଇ ସୁପର କିଙ୍ଗସ । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳା ଯାଇଥିବା ଏହି ମ୍ୟାଚରେ 18.1 ଓଭରରେ ଟାର୍ଗେଟ ହାସଲ କରିଛି ଚେନ୍ନାଇ । ଆଜିଙ୍କ୍ୟ ରାହାଣେଙ୍କ ଦୃତ ଅର୍ଦ୍ଧଶତକ ବଳରେ ଏହି ମ୍ୟାଚକୁ ହାତେଇ ନେଇଛି ଚେନ୍ନାଇ ସୁପର କିଙ୍ଗସ । ଆଜି ୱିକେଟ ନେବାରେ ଫେଲ୍ ମାରିଲେ ମୁମ୍ବାଇ ଇଣ୍ଡିଆନ୍ସ ବୋଲର ।

ଟସ୍ ଜିତି ପ୍ରଥମେ ମୁମ୍ବାଇକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ ମହେନ୍ଦ୍ର ସିଂହ ଧୋନୀ। ଆକ୍ରାମକ ଅନ୍ଦାଜରେ ପାଳି ଆରମ୍ଭ କରିଥିଲେ ରୋହିତ ଶର୍ମା ଓ ଇଶାନ କିଷନ । ପ୍ରଥମ ୱିକେଟ ପାଇଁ 3.6 ଓଭରରେ ଦଳୀୟ ଖାତାରେ 38 ରନ ଯୋଡ଼ି ଥିଲେ ଦୁଇ ଓପନର । ଏହାପରେ ତୁଷାର ଦେଶପାଣ୍ଡେଙ୍କ ଶିକାର ପାଲଟିଥିଲେ ଅଧିନାୟକ ରୋହିତ ଶର୍ମା। ସେ 13ଟି ବଲରେ 21 ରନ କରି ପାଭେଲିୟନ ଫେରିଥିଲେ। ସେପଚଟେ ଇଶାନ କିଷନ ଆକ୍ରାମକ ସଟ ଖେଳିବା ଜାରି ରଖିଥିଲେ । ତେବେ ସେ ମଧ୍ୟ 21ଟି ବଲରେ 32 କରି ରବୀନ୍ଦ୍ର ଜାଡେଜାଙ୍କ ବଲରେ ଆଉଟ ହୋଇଥିଲେ । ସୂର୍ଯ୍ୟ କୁମାର ଯାଦବ ତାଙ୍କର ଲଗାତାର ଫ୍ଲପ ସୋ' ଜାରି ରଖିଛନ୍ତି । ଆଜିର ମ୍ୟାଚରେ ବି ସେ କେବଳ ଏକ ରନ କରିବାକୁ ସକ୍ଷମ ହୋଇ ପାରିଛନ୍ତି । ମିଡିଲ ଅର୍ଡରରେ ତିଲକ ବର୍ମାଙ୍କ ବ୍ୟାଟରୁ କେତେକ ବଡ଼ ସଟ ଦେଖିବାକୁ ମିଳିଥିଲା। ଟିମ ଡେଭିଡ ମଧ୍ୟ 22ଟି ବଲରୁ 31ର ପାଳି ଖେଳିଛନ୍ତି । ଯାହା ଫଳରେ ଦଳୀୟ ସ୍କୋର 8 ୱିକେଟ ବିନିମୟରେ 157 ରନରେ ପହଞ୍ଚି ଥିଲା ।

ଅନ୍ୟପଟେ ଆଜି ଚେନ୍ନାଇ ସୁପର କିଙ୍ଗସ ବୋଲରଙ୍କ ପକ୍ଷରୁ ଶୃଙ୍ଖଳିତ ବୋଲିଂ ଦେଖିବାକୁ ମିଳିଥିଲା। ଦଳ ପକ୍ଷରୁ ସିସାଣ୍ଡା ମାଗାଲା ସର୍ବାଧିକ 37 ରନ ଖର୍ଚ୍ଚ କରି ଗୋଟିଏ ୱିକେଟ ନେଇଥିଲେ । ରବୀନ୍ଦ୍ର ଜାଡେଜା ସର୍ବାଧିକ 3 ୱିକେଟ ଅକ୍ତିଆର କରିଥିବା ବେଳେ ସାଣ୍ଟନର ଓ ତୁଷାର ଦେଶପାଣ୍ଡେ ଦୁଇଟି ଲେଖାଏଁ ୱିକେଟ ନେଇଥିଲେ ।

ସପେଟେ 158 ରନର ବିଜୟ ଲକ୍ଷ୍ୟ ପିଛା କରିବାକୁ ଆସି ଆରମ୍ଭରୁ ୱିକେଟ ହରାଇଥିଲେ ଚେନ୍ନାଇ ସୁପର କିଙ୍ଗସ ଡେଭନ କନଭୟ ଖାତା ଖୋଲିବାତ ପୂର୍ବରୁ ପାଭେଲିୟନ ଫେରିଥିଲେ । କିନ୍ତୁ ଏହାପରେ ଆଜିଙ୍କୟ ରାହାଣେଙ୍କ ବ୍ୟାଟିଂ ଝଡ଼ରୁ ବର୍ତ୍ତି ପାରିନଥିଲା ମୁମ୍ବାଇ ଇଣ୍ଡିଆନ୍ସ । ଆଜିଙ୍କ୍ୟ ରାହାଣେ ଚଳିତ ଆଇପିଏଲ ସଂସ୍କରଣର ଦୃତତମ ଅର୍ଦ୍ଧଶତକ ହାସଲ କରି ଦଳର ସ୍ଥିତି ମଜଭୁତ କରିଥିଲେ। ସେ 20 ବଲରେ ଅର୍ଦ୍ଧଶତକ ହାସଲ କରିଥିବା ବେଳେ 27ଟି ବଲରେ 61 ରନ କରିଥିଲେ ।

ମୁମ୍ବାଇ ପକ୍ଷରୁ ଅର୍ସଦ ଖାନ ସବୁଠାରୁ ଅଧିକ ରନ ଖର୍ଚ୍ଚ କରିଛନ୍ତି । ସେ 2.1 ଓଭରରେ 35 ରନ ଖର୍ଚ୍ଚ କରିଛନ୍ତି । ଜେଶନ ବେଣ୍ଡ୍ରଫ୍, ପିୟୂଶ ଚାୱଲା ଓ କୁମାର କାର୍ତ୍ତୀକେୟ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। ତେବେ ଏହା ବିଜୟ ପାଇଁ ଯଥେଷ୍ଟ ନଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.