ETV Bharat / sports

IPL 2022: ବିପର୍ଯ୍ୟୟ ପରେ SKY ସାଜିଲେ ସଙ୍କଟମୋଚକ, RCB ସାମ୍ନାରେ ଟାର୍ଗେଟ ୧୫୨

author img

By

Published : Apr 9, 2022, 9:42 PM IST

Updated : Apr 9, 2022, 10:03 PM IST

IPL 2022: sensational suryakumar lifts Mumbai to 151 after collapse
IPL 2022: ବିପର୍ଯ୍ୟୟ ପରେ ସୂର୍ଯ୍ୟ ସାଜିଲେ ସଙ୍କଟମୋଚକ, RCB ସାମ୍ନାରେ ଟାର୍ଗେଟ ୧୫୨

ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୫୧ ରନ୍‌ ସଂଗ୍ରହ କରିଛି । ଫଳରେ RCB ସାମ୍ନାରେ ୧୫୨ ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ଅଧିକ ପଢନ୍ତୁ

ପୁନେ: ଆଇପିଏଲର ୨୦୨୨ର ୧୮ତମ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଉଛି । ରୋହିତ ଶର୍ମାଙ୍କ ନେତୃତାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୫୧ ରନ୍‌ ସଂଗ୍ରହ କରିଛି । ଫଳରେ RCB ସାମ୍ନାରେ ୧୫୨ ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

ପାୱରପ୍ଲେ ଶେଷସୁଦ୍ଧା କୌଣସି ୱିକେଟ ନ ହରାଇ ୫୦ ରନ୍‌ ସଂଗ୍ରହ କରି ସୁବିଧା ସ୍ଥିତିରେ ରହିଥିଲା ମୁମ୍ବାଇ । ଫଳରେ ଏକ ବଡ ଟାର୍ଗେଟ ଆଡକୁ ମୁହାଁଇଥିଲା MI । ଦୁଇ ଓପନର କ୍ୟାପଟେନ ରୋହିତ ଶର୍ମା ୧୫ ବଲ୍‌ରୁ ୨୬ ଓ ଇଶାନ କିଶନ ୨୮ ବଲ୍‌ରୁ ୨୬ ରନ୍‌ର ଇଂନିସ ଖେଳିଥିଲେ । ତେବେ RCB ବୋଲରଙ୍କ ଘାତକ ବୋଲିଂ ଯୋଗୁଁ ପାୱରପ୍ଲେ ପରେ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା ୫ ଥରର ଚାମ୍ପିୟନ ଟିମ ।

୧୩.୨ ଓଭର ସୁଦ୍ଧା ମାତ୍ର ୭୯ ରନ୍‌ରେ ୬ ୱିକେଟ ହରାଇ ସଙ୍କଟରେ ପଡିଥିଲା । ତେବେ ଷ୍ଟାର ବ୍ୟାଟ୍‌ର ସୂର୍ଯ୍ୟକୁମାର ଯାଦବ ଟିମ ପାଇଁ ସଙ୍କଟମୋଚକ ସାଜିଥିଲେ । ୩୭ ବଲ୍‌ରୁ ୫ଟି ଚୌକା ଓ ୬ଟି ଛକା ସହାୟତାରେ ୬୮ ରନ୍‌ର ଲଢୁଆ ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ । ଜୟଦେବ ଉନଦକତ୍‌ ମଧ୍ୟ ସୂର୍ଯ୍ୟଙ୍କୁ ଭରପୁର ସାଥ୍‌ ଦେଇଥିଲେ । ଫଳରେ ଉଭୟ ମିଶି ମୁମ୍ବାଇର ସ୍କୋର ୧୫୦ ପାର୍‌ କରାଇଥିଲେ । ସପ୍ତମ ୱିକେଟ ଯୋଡିରେ ଉଭୟଙ୍କ ମଧ୍ୟରେ ୭୨ ରନ୍‌ର ଭାଗିଦାରୀ ହୋଇଥିଲା । ଅନ୍ୟପଟେ RCB ପକ୍ଷରୁ ହର୍ଷଲ ପଟେଲ ଓ ୱାନିନ୍ଦୁ ହସରଙ୍ଗା ସର୍ବାଧିକ ଦୁଇଟି ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି । ଆକାଶ ଦୀପଙ୍କୁ ଗୋଟିଏ ୱିକେଟ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Apr 9, 2022, 10:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.