ETV Bharat / sports

IPL 2022: ଟାଇଟନ୍ସ ବିପକ୍ଷରେ ଟସ୍‌ ଜିତି ବ୍ୟାଟିଂ କରିବ ବାଙ୍ଗାଲୋର

author img

By

Published : Apr 30, 2022, 3:24 PM IST

Updated : Apr 30, 2022, 4:26 PM IST

ଆଇପିଏଲ ୨୦୨୨ର ୪୩ତମ ମୁକାବିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ଓ ଗୁଜରାଟ ଟାଇଟନ୍ସ(GT)ମଧ୍ୟରେ ଖେଳାଯାଉଛି । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଛନ୍ତି RCB କ୍ୟାପଟେନ ଫାଫ ଡୁପ୍ଲେସିସ୍‌ । ଅଧିକ ପଢନ୍ତୁ

IPL 2022: Royal Challengers Bangalore opt to bat against Gujarat Titans
IPL 2022: ଟାଇଟନ୍ସ ବିପକ୍ଷରେ ଟସ୍‌ ଜିତି ବ୍ୟାଟିଂ କରିବ ବାଙ୍ଗାଲୋର

ମୁମ୍ବାଇ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗର(IPL 2022) ୪୩ତମ ମୁକାବିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯାଉଛି । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଛନ୍ତି RCB କ୍ୟାପଟେନ ଫାଫ ଡୁପ୍ଲେସିସ୍‌ । ବିଜୟ ଟ୍ରାକ୍‌ରୁ ବିଚ୍ୟୁତ ହୋଇଥିବା ବାଙ୍ଗାଲୋର ପାଇଁ ଏହି ମ୍ୟାଚ୍‌ ବେଶ ଗୁରୁତ୍ବପୂର୍ଣ୍ଣ ରହିଛି ।

RCB ପାଇଁ ବ୍ୟାଟିଂ କ୍ରମରେ ପରିବର୍ତ୍ତନ ସହ ଓପନର ଅନୁଜଙ୍କୁ ଚୁଡାନ୍ତ ଏକାଦଶରୁ ବାଦ୍‌ ଦେବା ନିଷ୍ପତି ସଠିକ ପ୍ରମାଣିତ ହୋଇନାହିଁ । ଫର୍ମ ପାଇଁ ସଂଘର୍ଷ କରୁଥିବା ବିରାଟ କୋହଲିଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ । ସୁୟଶ ପ୍ରଭୂଦେଶାଇଙ୍କ ସ୍ଥାନରେ ମହୀପାଲ ଲୋମରଙ୍କୁ ଟିମ ସୁଯୋଗ ଦେଇଛି । ଅନ୍ୟପଟେ ୮ଟି ମ୍ୟାଚ୍‌ରୁ ୭ଟିରେ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ଗୁଜରାଟ ଟାଇଟନ୍ସ । ଏହାମଧ୍ୟରେ ୪ଟି ମ୍ୟାଚ୍‌ ଶେଷ ଓଭରରେ ଓ ଦୁଇଟି ମ୍ୟାଚ୍‌ ଶେଷ ବଲ୍‌ରେ ଜିତିଛି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଟିମ ।

ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବ୍ରାବୋର୍ନୋ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯାଉଛି, ଯେଉଁଠାରେ ୨୦୩ ରନ୍‌ ଆଭରେଜ ପ୍ରଥମ ଇଂନିସ ସ୍କୋର ରହିଛି । ବିଶାଳ ବ୍ରାବୋର୍ନୋ ଗ୍ରାଉଣ୍ଡ ରହିଥିବାବେଳେ, ଗୋଟିଏପଟେ ବାଉଣ୍ଡ୍ରୀ ୭୯ ମିଟର ଓ ଅନ୍ୟପଟେ ୬୯ ମିଟର ରହିଛି ।

ଚୁଡାନ୍ତ ଏକାଦଶ:

ଗୁଜରାଟ ଟାଇଟନ୍ସ: ଶୁଭମନ ଗିଲ୍‌, ରିଦ୍ଧିମାନ ଶାହା(ୱିକେଟ କିପର), ସାଇ ସୁଦର୍ଶନ, ହାର୍ଦ୍ଦିକ ପାଣ୍ଡ୍ୟା(କ୍ୟାପଟେନ୍‌), ଡେଭିଡ ମିଲର, ରାହୁଲ ତେୱାତିଆ, ରସିଦ ଖାନ, ପ୍ରଦୀପ ସଙ୍ଗୱାନ, ଆଲଜେରୀ ଜୋସେଫ, ଲୋକି ଫର୍ଗୁସନ, ମହମ୍ମଦ ସାମି ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ଫାଫ୍‌ ଡୁପ୍ଲେସିସ(କ୍ୟାପଟେନ୍‌), ବିରାଟ କୋହଲି, ରଜତ ପଟିଦାର, ଗ୍ଳେନ ମାକ୍ସୱେଲ, ଦିନେଶ କାର୍ତ୍ତିକ(ୱିକେଟ କିପର), ଶାହାବାଜ ଅହମ୍ମଦ, ମହୀପାଳ ଲୋମର, ୱାନିନ୍ଦୁ ହସରଙ୍ଗା, ହର୍ଷଲ ପଟେଲ, ମହମ୍ମଦ ସିରାଜ, ଜସ ହେଜେଲଉଡ୍‌ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Apr 30, 2022, 4:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.