ETV Bharat / sports

8 ଇଂଲଣ୍ଡ କ୍ରିକେଟର ଫେରିଲେ ସ୍ୱଦେଶ, ମାଳଦୀପରୁ ସ୍ୱଦେଶ ଫେରିବେ କଙ୍ଗାରୁ ଖେଳାଳୀ

author img

By

Published : May 5, 2021, 11:00 PM IST

8 ଜଣ ଇଂଲଣ୍ଡ କ୍ରିକେଟର ଫେରିଲେ ସ୍ୱଦେଶ, ମାଳଦୀପରୁ ସ୍ୱଦେଶ ଫେରିବେ କଙ୍ଗାରୁ କ୍ରିକେଟର
8 ଜଣ ଇଂଲଣ୍ଡ କ୍ରିକେଟର ଫେରିଲେ ସ୍ୱଦେଶ, ମାଳଦୀପରୁ ସ୍ୱଦେଶ ଫେରିବେ କଙ୍ଗାରୁ କ୍ରିକେଟର

ସ୍ୱଦେଶ ଫେରିଲେ 8 ଜଣ ଇଂଲଣ୍ଡ କ୍ରିକେଟର । ଏହି ଖେଳାଳିଙ୍କ ମଧ୍ୟରେ ଜୋଶ ବଟଲର ଓ ଜନି ବେୟାଷ୍ଟୋ ଭଳି କ୍ରିକେଟର ସାମିଲ ରହିଛନ୍ତି । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ସ୍ୱଦେଶ ଫେରିଲେ 8 ଜଣ ଇଂଲଣ୍ଡ କ୍ରିକେଟର । ଏହି ଖେଳାଳିଙ୍କ ମଧ୍ୟରେ ଜୋଶ ବଟଲର ଓ ଜନି ବେୟାଷ୍ଟୋ ଭଳି କ୍ରିକେଟର ସାମିଲ ରହିଛନ୍ତି । ମୋଟ 11ଜଣ ଇଂଲଣ୍ଡ କ୍ରିକେଟରଙ୍କ ମଧ୍ୟରେ 8 ଜଣ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥିବାବେଳେ 3 ଜଣ ବର୍ତ୍ତମାନ ମଧ୍ୟରେ ଭାରତରେ ରହିଛନ୍ତି ।

ଏକାଧିକ ଫ୍ରାଞ୍ଚାଇଜିର ଖେଳାଳି ଓ ସପୋର୍ଟ ଷ୍ଟାଫ କୋରୋନା ସଂକ୍ରମିତ ହେବା ପରେ ଆଇପିଏଲ 2021କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ କରି ଦିଆଯାଇଛି । ଏହାପରେ ଇଂଲଣ୍ଡର ସାମ କୁରେନ, ଟମ କୁରେନ, ସାମ ବିଲିଂସ, କ୍ରୀଶ ୱୋକ୍ସ, ମୋଇନ ଅଲୀ ଓ କ୍ରୀଶ ଜୋର୍ଡାନ ମଧ୍ୟ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହାପରେ ଇଂଲଣ୍ଡର ଅଧିନାୟକ ଇଅନ ମୋର୍ଗାନ ଡେଭିଡ ମଲାନ ମଧ୍ୟ ଭାରତରୁ ଇଂଲଣ୍ଡ ଫେରି ଯାଇଛନ୍ତି ।

ବର୍ତ୍ତମାନ ଭାରତରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ରେଡ ଲିଷ୍ଟ ତାଲିକାରେ ରଖିଛି ୟୁନାଇଟେଡ କିଙ୍ଗଡମ । ଭାରତରୁ କୋରୋନା ସଂକ୍ରମଣ କିଭଳି ନବ୍ୟାପିବ ସେନେଇ ସଜାଗ ଅଛନ୍ତି ୟୁନାଇଟେଡ କିଙ୍ଗଡମ ସରକାର । ଏଥିପାଇଁ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବା ପରେ ଖେଳାଳିଙ୍କୁ 10 ଦିନ ବାଧ୍ୟତାମୂଳକ କ୍ବାରେଣ୍ଟିନରେ ରଖାଯିବ ।

ଆଇପିଏଲ କର୍ତ୍ତୃପକ୍ଷ ବିଦେଶୀ ଖେଳାଳିମାନେ କିଭଳି ସୁରୁଖୁରୁରେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରି ପାରିବେ ସେନେଇ ଧ୍ୟାନ ଦେଇଛନ୍ତି । ସେପଟେ ଅଷ୍ଟ୍ରେଲିଆ ଖେଳାଳିଙ୍କୁ ଶ୍ରୀଲଙ୍କା କିମ୍ବା ମାଳଦୀପରୁ ସ୍ବଦେଶ ପଠାଇବା ବ୍ୟବସ୍ଥା ମଧ୍ୟ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.