ETV Bharat / sports

ମହିଳା କ୍ରିକେଟ FTP ଘୋଷିତ, ଭାରତ ଖେଳିବ 62 ମ୍ୟାଚ

author img

By

Published : Aug 17, 2022, 1:06 PM IST

Updated : Aug 17, 2022, 2:05 PM IST

ମହିଳା କ୍ରିକେଟ FTP ଘୋଷିତ
ମହିଳା କ୍ରିକେଟ FTP ଘୋଷିତ

ଆଇସିସି ପକ୍ଷରୁ 2022ରୁ 2025 ସିଜିନ ପାଇଁ ଏଫଟିପି ଘୋଷଣା କରାଯାଇଛି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆଇସିସି (International Cricket Council) ପକ୍ଷରୁ ଆଗାମୀ 2022ରୁ 2025 ସିଜନ ପାଇଁ ମହିଳା କ୍ରିକେଟର ଫ୍ୟୁଚର ଟୁର ପ୍ରୋଗ୍ରାମ (FTP) ଘୋଷଣା ହୋଇଛି । ଆଗାମୀ 3 ବର୍ଷ ପାଇଁ ଭାରତୀୟ ମହିଳା କ୍ରିକେଟ ଟିମ 2ଟି ଟେଷ୍ଟ, 24ଟି ଦିନିକିଆ ଓ 36ଟି ଟି-ଟ୍ବେଣ୍ଟି ଖେଳିବାର କାର୍ଯ୍ୟକ୍ରମ ରହିଛି । ମୋଟ 62ଟି ମ୍ୟାଚ ଖେଳିବ ଭାରତ । 2023-24ରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବିପକ୍ଷରେ ଘରୋଇ ସିଜିନ ଖେଳିବ ।

ଘରୋଇ ସିଜିନରେ ଭାରତ ମୋଟ 23ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିବ । 2023 ସେପ୍ଟେମ୍ବରରୁ ଭାରତୀୟ ମହିଳା ଦଳର ଘରୋଇ ସିଜନ ଆରମ୍ଭ ହେବ । ପ୍ରଥମେ ଦକ୍ଷିଣ ଆଫ୍ରିକା ଭାରତ ଗସ୍ତରେ ଆସି 3ଟି ଦିନିକିଆ ଓ 3ଟି ଟି-20 ଖେଳିବ। ଏହାପରେ ଅକ୍ଟୋବରରେ ନ୍ୟୁଜିଲାଣ୍ଡ ମହିଳା ଦଳ ଭାରତ ଗସ୍ତରେ ଆସି ଗୋଟିଏ ଟେଷ୍ଟ ଓ 3ଟି ଟି-20 ଖେଳିବ। ଏହାପରେ ଅଷ୍ଟ୍ରେଲିଆ ଦଳ ଏକ ଫୁଲ ସିରିଜ ଖେଳିବା ପାଇଁ ଭାରତ ଆସିବ । ଏହି ସିରିଜରେ ଗୋଟିଏ ଟେଷ୍ଟ, 3ଟି ଦିନିକିଆ ଓ 3 ଟି-20 ଖେଳିବାର କାର୍ଯ୍ୟକ୍ରମ ରହିଛି । 1984ରେ ଅଷ୍ଟ୍ରେଲିଆ ଦଳ ଭାରତ ଗସ୍ତରେ ଆସିଥିଲା । ପରେ ଇଂଲଣ୍ଡ ଭାରତ ଗସ୍ତରେ ଆସିବ । ଶେଷ ଥର ପାଇଁ ଇଂଲଣ୍ଡ 2005ରେ ଭାରତ ଗସ୍ତରେ ଆସିଥିଲା ।

2023 ଫେବୃଆରୀରେ ମହିଳା ଟି-20 ବିଶ୍ବକପ ରହିଛି । ଦକ୍ଷିଣ ଆଫ୍ରିକାରେ ବିଶ୍ବକପ ଅନୁଷ୍ଠିତ ହେବ । ମାର୍ଚ୍ଚରେ ମହିଳା ଆଇପିଏଲ ଆୟୋଜନ କରିବାକୁ ବିସିଆଇ ଯୋଜନା କରୁଛି । ଏଥିପାଇଁ ମହିଳା କ୍ରିକେଟ ଘରୋଇ ସିଜନକୁ ଆଗୁଆ ଆୟୋଜନ କରାଯାଉଛି । ନିକଟରେ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ଓ ଟି-20 ଖେଳି ଚମ୍ପିଆନ ହୋଇଥିଲା । ବର୍ଷ ଶେଷ ଆଡକୁ ଦଳ ଅଷ୍ଟ୍ରେଲିଆ ଗସ୍ତ କରି 5 ମ୍ୟାଚ ବିଶିଷ୍ଟ ଟି-20 ସିରିଜ ଖେଳିବ । ସଦ୍ୟ ସମାପ୍ତ ରାଜ୍ୟଗୋଷ୍ଠୀ କ୍ରୀଡାରେ ରୌପ୍ୟ ପଦକ ହାସଲ କରିଥିଲା ଭାରତୀୟ ମହିଳା ଦଳ ।

Last Updated :Aug 17, 2022, 2:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.