ETV Bharat / sports

ଆଜିଠୁ ଭାରତ ବନାମ ଅଷ୍ଟ୍ରେଲିଆ ଟି-ଟ୍ବେଣ୍ଟି ସିରିଜ, ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ସୂର୍ଯ୍ୟ ସେନା

author img

By ETV Bharat Odisha Team

Published : Nov 23, 2023, 8:55 AM IST

ଆଜିଠୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟି-ଟ୍ବେଣ୍ଟି ସିରିଜ ଆରମ୍ଭ ହେବ । ବିଶାଖାପାଟ୍ଟନମରେ ପ୍ରଥମ ମ୍ୟାଚ ଖେଳାଯିବ । ଅଧିକ ପଢନ୍ତୁ

india vs Australia T20 series
ଆଜିଠୁ ଭାରତ ବନାମ ଅଷ୍ଟ୍ରେଲିଆ ଟି-ଟ୍ବେଣ୍ଟି ସିରିଜ

ବିଶାଖାପଟ୍ଟନମ୍: ସଦ୍ୟ ସମାପ୍ତ ବିଶ୍ବକପ ପରେ ପୁଣି ଥରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ ଓ ଅଷ୍ଟ୍ରେଲିଆ । ବିଶ୍ବକପ ପରେ ମିଶନ ଟି-20 ବିଶ୍ବକପ 2024 ଲକ୍ଷ୍ୟ ନେଇ ବାହାରିଛି ଟିମ୍ ଇଣ୍ଡିଆ । ଆଜିଠୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟି-20 ସିରିଜ୍ ଆରମ୍ଭ ହେବାକୁ ଯାଉଛି । ବିଶାଖାପଟ୍ଟନମରେ ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚ୍‌ ଖେଳାଯିବ । ଟିମ୍ ଇଣ୍ଡିଆର ବରିଷ୍ଠଙ୍କୁ ବିଶ୍ରାମ ଦିଆଯାଇଛି । ଯୁବ ଖେଳାଳିଙ୍କୁ ନେଇ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ମୈଦାନକୁ ଓହ୍ଲାଇବ ଭାରତ । 3 ଦିନ ପୂର୍ବେ ବିଶ୍ବକପ 2023 ଫାଇନାଲ ମୁକାବିଲାରେ ଅଷ୍ଟ୍ରେଲିଆ ଭାରତକୁ ପରାସ୍ତ କରି ଚମ୍ପିଆନ ହୋଇଥିଲା । କ୍ରିକେଟ ପ୍ରେମୀ ଏହି ପରାଜୟର ଦୁଃଖକୁ ଭୁଲି ନଥିବାବେଳେ ପୁଣି ଥରେ ଦୁଇ ଦଳ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ବିଶ୍ବକପ ପରାଜୟର ପ୍ରତିଶୋଧ ଟି-ଟ୍ବେଣ୍ଟିରେ ନେବାର ଲକ୍ଷ୍ୟ ରଖିଛି ଭାରତ । ଆଜି ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ପ୍ରାୟସ କରିବ ସୂର୍ଯ୍ୟ ସେନା । ରାତି 7ଟାରୁ ଆରମ୍ଭ ହେବ ମ୍ୟାଚ୍‌ ।

ଭାରତ ବନାମ ଅଷ୍ଟ୍ରେଲିଆ: ଅଷ୍ଟ୍ରେଲିଆ ବିପକ୍ଷ ଟି-ଟ୍ବେଣ୍ଟି ସିରିଜ ପାଇଁ ବହୁ ଯୁବ ଖେଳାଳିଙ୍କୁ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ଆହତ ଥିବାରୁ ଦଳର ଅଧିନାୟକ ଭାର ଟି-ଟ୍ବେଣ୍ଟି ସ୍ପେସାଲିଷ୍ଟ ସୂର୍ଯ୍ୟକୁମାର ଯାଦବଙ୍କୁ ଦିଆଯାଇଛି । ଏକ ସନ୍ତୁଳିତ ଦଳ ପ୍ରସ୍ତୁତ ହୋଇଛି । ବିଶ୍ବକପ ପରାଜୟର ହିସାବ ନେବ ଭାରତ । ରିଙ୍କୁ ସିଂହ, ଯଶସ୍ବୀ ଜସ୍ବାଲ, ତିଲକ ବର୍ମାଙ୍କ ଉପରେ ନଜର ରହିବ । ବୋଲିଂରେ ୱାଶିଂଟନ ସୁନ୍ଦର, ଅକ୍ଷର ପଟେଲ ଓ ଅର୍ଶଦୀପ ସିଂହଙ୍କ ଉପରେ ଫୋକସ ରହିବ ।

ସେପଟେ ବିଶ୍ବକପ ଚମ୍ପିଆନ ହୋଇଥିବାରୁ ଅଷ୍ଟ୍ରେଲିଆର ମନୋବଳ ଦୃଢ଼ ରହିଛି । ଟି-ଟ୍ବେଣ୍ଟିରେ ଭାରତ ରେକର୍ଡ ଭଲ ଥିଲେ ବି ବିଶାଖାପଟ୍ଟନମରେ ଅଷ୍ଟ୍ରେଲିଆର ରେକର୍ଡ ଉନ୍ନତ ରହିଛି । ଦଳ ଏଠାରେ 4ଟି ଦିନିକିଆ ଓ ଗୋଟିଏ ଟି-ଟ୍ବେଣ୍ଟି ସିରିଜ ଖେଳିଛି । ଗୋଟିଏ ମ୍ୟାଚରେ ପରାସ୍ତ ହୋଇଛି । ଅଧିନାୟକ ପ୍ୟାଟ୍ କମିନ୍ସଙ୍କୁ ବିଶ୍ରାମ ଦିଆ ଯାଇଛି । ୱିକେଟ କପିର ମାଥ୍ୟୁ ୱେଡ ଦଳର ନେତୃତ୍ବ ନେଇଛନ୍ତି ।

ଭାରତ ବନାମ ଅଷ୍ଟ୍ରେଲିଆ ଟି-20 ରେକର୍ଡ: ଟି-ଟ୍ବେଣ୍ଟିରେ ଦୁଇ ଦଳ ପରସ୍ପରକୁ 26 ଥର ଭେଟିଛନ୍ତି । ଏଥିରେ ଭାରତର ଭଲ ରେକର୍ଡ ରହିଛି । ଭାରତ 15ଟି ମ୍ୟାଚ୍‌ ଓ ଅଷ୍ଟ୍ରେଲିଆ 10ଟି ମ୍ୟାଚ୍‌ ଜିତିଛି । ଗୋଟିଏ ମ୍ୟାଚର ଫଳାଫଳ ବାହାରି ପାରିନଥିଲା । ଗତ 5ଟି ମ୍ୟାଚରେ ଭାରତ 3ଟି ଅଷ୍ଟ୍ରେଲିଆ 2ଟି ମ୍ୟାଚ ଜିତିଛି । ତେଣୁ ରେକର୍ଡ ଆଧାରରେ ଭାରତ ଭଲ ସ୍ଥିତିରେ ରହିଛି ।

ଏହା ବି ପଢନ୍ତୁ...ଆଉ ଟି୨୦କୁ ଫେରିବେନି ହିଟ୍‌ମ୍ୟାନ୍‌ ! BCCI ସୂତ୍ରରୁ ଅଶୁଭ ସଙ୍କେତ

ପିଚ୍ ରିପୋର୍ଟ: ପିଚ୍ ପେସ ବୋଲିଂ ପାଇଁ ଅନୁକୂଳ ରହିବ । ଟସ୍ ବିଜୟୀ ଦଳ ପ୍ରଥମ ଫିଲ୍ଡିଂ ନିଷ୍ପତ୍ତି ନେବ । ଗତ ମାର୍ଚ୍ଚରେ ଉଭୟ ଦଳ ମଧ୍ୟରେ ବିଶାଖାପାଟ୍ଟନମରେ ଏକ ଦିନିକିଆ ମ୍ୟାଚ ଖେଳିଥିଲା । ଅଷ୍ଟ୍ରେଲିଆ 10 ୱିକେଟରେ ବିଜୟ ହାସଲ କରିଥିଲା । ଏଥର ଯୁବ ଖେଳାଳି ସହ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । 2019ରେ ମଧ୍ୟ ଅଷ୍ଟ୍ରେଲିଆ ଏକ ଲୋ ସ୍କୋରିଂ ମ୍ୟାଚରେ ସମାନ ଭେନ୍ୟୁରେ ଜିତିଥିଲା ।

ଭାରତୀୟ ସମ୍ଭାବ୍ୟ ଦଳ: ଈଶାନ କିସନ (ୱିକେଟ କିପର), ଋତୁରାଜ ଗାଏକ୍ବାଡ, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ତିଲକ ବର୍ମା, ଶିବମ ଦୁବେ, ରିଙ୍କୁ ସିଂହ, ଯଶସ୍ବୀ ଜସ୍ବାଲ, ଅକ୍ଷର ପଟେଲ/ୱାଶିଂଟନ ସୁନ୍ଦର, ରବି ବଷ୍ଣୋଇ, ଅର୍ଶଦୀପ ସିଂହ, ପ୍ରସିଦ୍ଧ କ୍ରିଷ୍ଣା/ଅଭେଷ ଖାନ, ମୁକେଶ କୁମାର ।

ଅଷ୍ଟ୍ରେଲିଆ ସମ୍ଭାବ୍ୟ ଦଳ: ଷ୍ଟିଭେନ ସ୍ମିଥ, ମାଥ୍ୟୁ ସର୍ଟ, ଆରୋନ ହାର୍ଡି, ଜୋସ ଇନଗ୍ଲିସ, ମାର୍କସ ଷ୍ଟୋଇନିସ, ଟିମ ଡେଭିଡ, ମାଥ୍ୟୁ ୱେଡ (ଅଧିନାୟକ), ସିନ ଆବୋଟ, ନାଥନ ଏଲିସ, ଜାସନ ବେହରନଡର୍ଫ, ତନବୀର ସାଙ୍ଗା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.