ETV Bharat / sports

ଅଷ୍ଟ୍ରେଲିଆ ବିପକ୍ଷ ଟି-ଟ୍ବେଣ୍ଟି ସିରିଜ ଖେଳିନପାରନ୍ତି ପାଣ୍ଡ୍ୟା, ଜାଣନ୍ତୁ କାହାକୁ ମିଳିବ ନେତୃତ୍ବ

author img

By ETV Bharat Odisha Team

Published : Nov 10, 2023, 9:31 AM IST

ବିଶ୍ବକପ ପରେ ଅଷ୍ଟ୍ରେଲିଆ ବିପକ୍ଷରେ ହେବାକୁ ଥିବା ଟି-ଟ୍ବେଣ୍ଟି ସିରିଜ ଖେଳି ନପାରନ୍ତି ଭାରତର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଅଧିକ ପଢନ୍ତୁ

India vs Australia t20 series
ଅଷ୍ଟ୍ରେଲିଆ ବିପକ୍ଷ ଟି-ଟ୍ବେଣ୍ଟି ସିରିଜ ଖେଳିନପାରନ୍ତି ପାଣ୍ଡ୍ୟା

ନୂଆଦିଲ୍ଲୀ: ଚଳିତ ମାସ ଶେଷ ଆଡକୁ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ 5 ମ୍ୟାଚ ବିଶିଷ୍ଟ ଟି-ଟ୍ବେଣ୍ଟି ସିରିଜ ଖେଳିବ । ଆହତ ହୋଇ ବିଶ୍ବକପରୁ ବାଦ ପଡିଥିବା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଅଷ୍ଟ୍ରେଲିଆ ବିପକ୍ଷ ସିରିଜି ଖେଳି ନପାରନ୍ତି । ଉକ୍ତ ସିରିଜ ବେଳକୁ ସେ ସମ୍ପୂର୍ଣ୍ଣ ଫିଟ୍‌ ହେବା ସମ୍ଭାବନା କମ ରହିଛି । ତାଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବ କିମ୍ବା ଋତୁରାଜ ଗାଏକ୍ବାଡଙ୍କୁ ଦଳର ନେତୃତ୍ବ ଭାର ମିଳିପାରେ । ଆସନ୍ତା ନଭେମ୍ବର 23ରୁ ଅଷ୍ଟ୍ରେଲିଆ ବିପକ୍ଷ ଟି-20 ସିରିଜ ଆରମ୍ଭ ହେବ ।

ଏହା ବି ପଢନ୍ତୁ...Cricket World Cup 2023: ଟିମ ଇଣ୍ଡିଆକୁ ଝଟକା, ବିଶ୍ବକପ୍‌ରୁ ବାଦ ପଡିଲେ ହାର୍ଦ୍ଦିକ ପାଣ୍ଡ୍ୟା

ବିଶ୍ବକପ ପରେ ବିସିସିଆଇ ସିନିୟର ଖେଳାଳିଙ୍କୁ ବିଶ୍ରାମ ଦେବାକୁ ଯୋଜନା କରୁଛି । ତେଣୁ ପାଣ୍ଡ୍ୟାଙ୍କ ସ୍ଥାନରେ SKY କିମ୍ବା ଗାଏକ୍ବାଡ କମାଣ ସମ୍ଭାଳି ପାରନ୍ତି । ବିଶ୍ବକପରେ ବାଂଲାଦେଶ ବିପକ୍ଷ ମ୍ୟାଚରେ ବୋଲିଂ କରୁଥିବାବେଳେ ଆହତ ହୋଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ଏହାପରେ ତାଙ୍କ ସ୍ଥାନରେ ଦଳରେ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ସାମିଲ କରାଯାଇଛି । ଆହତ ପାଣ୍ଡ୍ୟା ଆଗାମୀ ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ସୁସ୍ଥ ହେବା ଆଶା କରାଯାଉଛି ।

ହାର୍ଦ୍ଦିକଙ୍କ ସ୍ଥାନରେ ଋତୁରାଜ କିମ୍ବା SKYଙ୍କୁ ମିଳିପାରେ ନେତୃତ୍ବ: ଆହତ ସମସ୍ୟା ନେଇ ବିଶ୍ବକପରେ ମାତ୍ର 3ଟି ମ୍ୟାଚ ଖେଳିଥିରେ ପାଣ୍ଡ୍ୟା । ଚତୁର୍ଥ ମ୍ୟାଚ ଖେଳୁଥିବା ବେଳେ ଆହତ ହୋଇ ବାକି ମ୍ୟାଚରୁ ବାଦ ପଡିଛନ୍ତି ଭାରତୀୟ ଦଳର ଉପଅଧିନାୟକ ତଥା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ତେବେ ବିଶ୍ବକପ ପରେ ଅଷ୍ଟ୍ରେଲିଆ ବିପକ୍ଷରେ ହେବାକୁ ଥିବା ଟି-ଟ୍ବେଣ୍ଟି ସିରିଜ ମଧ୍ୟ ଖେଳିନପାରିନ୍ତି ହାର୍ଦ୍ଦିକ । ତାଙ୍କ ସ୍ଥାନରେ ଋତୁରାଜ ଗାଏକ୍ବାଡ କିମ୍ବା ସୂର୍ଯ୍ୟକୁମାର ଯାଦବଙ୍କୁ ଦଳର ନେତୃତ୍ବ ଭାର ମିଳିପାରେ । ଋତୁରାଜ ଗାଏକ୍ବାଡଙ୍କ ନେତୃତ୍ବରେ ଭାରତ ଏସୀୟ କ୍ରୀଡାରେ ସ୍ବର୍ଣ୍ଣ ପଦକ ଜିତିଥିଲା । ଏହାଛଡା ଅଷ୍ଟ୍ରେଲିଆ ବିପକ୍ଷ ଟି-ଟ୍ବେଣ୍ଟି ସିରିଜରେ ପାଣ୍ୟା ନ ଖେଳିଲେ ତାଙ୍କ ସ୍ଥାନରେ ସୂର୍ଯ୍ୟକୁମାରଙ୍କୁ ନେତୃତ୍ବ ମିଳିପାରେ । ବିସିସିଆଇ ଓ ଚୟନକର୍ତ୍ତା ସୂର୍ଯ୍ୟକୁମାରଙ୍କୁ ଅଧିୟନାୟକ ଭାର ସମ୍ଭାଳିବାକୁ ଚିନ୍ତା କରୁଥିବା ସୂଚନା ମିଳିଛି । ସୂର୍ଯ୍ୟକୁମାର ଟି-ଟ୍ବେଣ୍ଟି ସ୍ପେସାଲିଷ୍ଟ ଭାବେ ଜଣାଶୁଣା । ଟି-20 ଫର୍ମାଟରେ ପୂର୍ବରୁ ମଧ୍ୟ ସେ ଦଳର ନେତୃତ୍ବ ନେଇଛନ୍ତି ।

ଏହା ବି ପଢନ୍ତୁ...world cup 2023: ଭାରତ-ପାକିସ୍ତାନ ମଧ୍ୟରେ ହେବ କି ସେମି ଲଢେଇ ? ଜାଣନ୍ତୁ କଣ କହୁଛି ତାଜା ସମୀକରଣ

ଭାରତ- ଅଷ୍ଟ୍ରେଲିଆ ଟି-ଟ୍ବେଣ୍ଟି ସିରିଜ ସୂଚୀ:

  • ପ୍ରଥମ ମ୍ୟାଚ- ନଭେମ୍ବର 23 (ବିଶାଖାପାଟନମ)
  • ଦ୍ବିତୀୟ ମ୍ୟାଚ- ନଭେମ୍ବର 26 (ଥିରୁଅନନ୍ତପୁରମ)
  • ତୃତୀୟ ମ୍ୟାଚ- ନଭେମ୍ବର 28 (ଗୌହାଟୀ)
  • ଚତୁର୍ଥ ମ୍ୟାଚ- ଡିସେମ୍ବର 1 (ନାଗପୁର)
  • ପଞ୍ଚମ ମ୍ୟାଚ- ଡିସେମ୍ବର 3 (ବେଙ୍ଗାଲୁରୁ)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.