ETV Bharat / sports

Cricket World Cup 2023: ଟିମ ଇଣ୍ଡିଆକୁ ଝଟକା, ବିଶ୍ବକପ୍‌ରୁ ବାଦ ପଡିଲେ ହାର୍ଦ୍ଦିକ ପାଣ୍ଡ୍ୟା

author img

By ETV Bharat Odisha Team

Published : Nov 4, 2023, 9:35 AM IST

Updated : Nov 4, 2023, 11:28 AM IST

ବିଶ୍ବକପରୁ ବାଦ ପଡିଲେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଆହତ ଜନିତ ସମସ୍ୟା ଯୋଗୁଁ ବଳକା ମ୍ୟାଚ ସେ ଖେଳିବେ ନାହିଁ । ତାଙ୍କ ସ୍ଥାନରେ ଭାରତୀୟ ଦଳରେ ସାମିଲ ହେଲେ ପ୍ରସିଦ୍ଧ କ୍ରିଷ୍ଣା । ଅଧିକ ପଢନ୍ତୁ

Hardik Pandya Ruled Out Of Cricket World Cup
Hardik Pandya Ruled Out Of Cricket World Cup

ହାଇଦ୍ରାବାଦ: ଟିମ ଇଣ୍ଡିଆକୁ ଶକ୍ତ ଝଟକା । ବିଶ୍ବକପରୁ ବାଦ୍‌ ପଡିଲେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। । ଆହତ ଜନିତ କାରଣରୁ ଦଳରୁ ବାଦ୍‌ ପଡ଼ିଛନ୍ତି ପାଣ୍ଡ୍ୟା । ତାଙ୍କ ସ୍ଥାନରେ ଦଳରେ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ସାମିଲ କରାଯାଇଛି । ବାଂଲାଦେଶ ବିପକ୍ଷ ମ୍ୟାଚ ବେଳେ ଆହତ ହୋଇଥିଲେ ହାର୍ଦ୍ଦିକ । ଏହାପରେ କ୍ରମାଗତ ଭାବେ ସେ ଦୁଇଟି ମ୍ୟାଚ ଖେଳି ନଥିଲେ । ତାଙ୍କର ଚିକିତ୍ସା ଜାରି ରହିଥିବା ବଳେ ବର୍ତ୍ତମାନ ପର୍ଯ୍ୟନ୍ତ ସେ ଫିଟ ହୋଇ ପାରିନାହାନ୍ତି । ଯାହା ଫଳରେ ସେ ବିଶ୍ବକପରୁ ବାଦ ପଡିଛନ୍ତି । ତାଙ୍କର ଅନୁପସ୍ଥିତି ଭାରତ ପାଇଁ ଏକ ବଡ କ୍ଷତି ହୋଇପାରେ ବୋଲି କୁହାଯାଉଛି ।

  • Tough to digest the fact that I will miss out on the remaining part of the World Cup. I'll be with the team, in spirit, cheering them on every ball of every game. Thanks for all the wishes, the love, and the support has been incredible. This team is special and I'm sure we'll… pic.twitter.com/b05BKW0FgL

    — hardik pandya (@hardikpandya7) November 4, 2023 " class="align-text-top noRightClick twitterSection" data=" ">

ବିଶ୍ବକପରୁ ବାଦ ପଡିବା ପରେ ପ୍ରତିକ୍ରିୟା ରଖିଛନ୍ତି ପାଣ୍ଡ୍ୟା । ସେ ଏକ୍ସରେ କହିଛନ୍ତି ଯେ, ବିଶ୍ବକପରେ ଭାରତ ଖେଳିବାକୁ ଥିବା ଅବଶିଷ୍ଟ ମ୍ୟାଚରୁ ମୁଁ ବାଦ ପଡିଛି । ଏହାକୁ ଗ୍ରହଣ କରିବା ମୋ ପାଇଁ କଷ୍ଟକର । ମୁଁ ମୋ ଦଳ ସହିତ ରହିଛି ଏବଂ ରହିବି । ପ୍ରତି ମ୍ୟାଚରେ ତାଙ୍କୁ ଉତ୍ସାହିତ କରିବି । ମୋତେ ଭଲପାଇବା ଓ ସମର୍ଥନ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ । ଆମ ଦଳ ବିଶ୍ବକପରେ ସ୍ବତନ୍ତ୍ର । ମୋର ବିଶ୍ବାସ ଦେଶକୁ ଗୌରବାନ୍ବିତ କରିବ ଆମ ଦଳ ।

ଏହା ମଧ୍ୟ ପଢନ୍ତୁ-Cricket World Cup 2023: ଟେନ୍‌ସନ ବଢ଼ାଇଲେ ପାଣ୍ଡ୍ୟା, ଆଗାମୀ ୨ଟି ମ୍ୟାଚ୍‌ ଖେଳିବେନି !

ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ବୋଲିଂ କରୁଥିବାବେଳେ ଆହତ ହୋଇଥିଲେ ପାଣ୍ଡ୍ୟା । ଡାହାଣ ଗୋଡ଼ରେ ବଲ୍‌କୁ ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ ସେ ଆହତ ହୋଇଥିଲେ । ଏହାପରେ ତାଙ୍କୁ ଗୋଡ଼ର ସ୍କାନିଂ ପାଇଁ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । ପାଣ୍ଡ୍ୟା ଆହତ ହେବା ପରେ ଭାରତ ପାଇଁ ଏହା ଏକ ଚିନ୍ତାର ବିଷୟ ହୋଇଥିଲା । ଏହାପରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ ମଧ୍ୟ ସେ ଖେଳିନଥିଲେ । ପରେ ସେ ଫିଟ ହୋଇଯାଇ ଖେଳିବେ ବୋଲି କୁହାଯାଉଥିଲା । କିନ୍ତୁ ଅନଫିଟ ଯୋଗୁଁ ଇଂଲଣ୍ଡ ଓ ଶ୍ରୀଲଙ୍କା ବିପକ୍ଷ ଦୁଇଟି ମୁକାବିଲା ମଧ୍ୟ ଖେଳି ପାରିନଥିଲେ । ଆହତ ସମସ୍ୟାରୁ ମୁକୁଳିବାରେ ସେ ବିଫଳ ହୋଇଥିବାରୁ ବଶ୍ବକପରୁ ସେ ବାଦ ପଡିଛନ୍ତି । ତାଙ୍କ ସ୍ଥାନରେ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଦଳରେ ସ୍ଥାନ ମିଳିଛି ।

ଗତ ୧୯ ଅକ୍ଟୋବର ପୁଣେରେ ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍‌ରେ ଆହତ ହୋଇଥିଲେ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଏହାପରେ ସେ ପଡ଼ିଆରୁ ବାହାରି ଯାଇଥିଲେ । ସେହି ଓଭରର ବଳକା ୩ଟି ବଲ ବିରାଟ କୋହଲି ବୋଲିଂ କରିଥିଲେ । ପାଣ୍ଡ୍ୟାଙ୍କ ଗୋଡ଼ ସ୍କାନ କରିବା ପାଇଁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ କିଛି ସମୟ ପରେ ପୁଣିଥରେ ସେ ଡ୍ରେସିଂ ରୁମ୍‌କୁ ଫେରିଥିଲେ । କିନ୍ତୁ ମୈଦାନକୁ ଆଉ ଫେରିନଥିଲେ । ଏକ ସ୍ବତନ୍ତ୍ର ବିଶେଷଜ୍ଞ ଡାକ୍ତରୀ ଟିମ୍‌ ତାଙ୍କୁ ଚିକିତ୍ସା ପାଇଁ ବେଙ୍ଗାଲୁରୁ ସ୍ଥିତ ଏନ୍‌ସିଏ (ଜାତୀୟ କ୍ରିକେଟ୍‌ ଏକାଡେମୀ) ନେଇଯାଇଥିଲେ । ଏହାପରେ ପାଣ୍ଡ୍ୟାଙ୍କ ବଦଳରେ ସୂର୍ଯ୍ୟକୁମାର ଯାଦବଙ୍କୁ ସ୍ଥାନ ମିଳିଥିଲା ।

Last Updated : Nov 4, 2023, 11:28 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.