ETV Bharat / sports

world cup 2023: ଭାରତ-ପାକିସ୍ତାନ ମଧ୍ୟରେ ହେବ କି ସେମି ଲଢେଇ ? ଜାଣନ୍ତୁ କଣ କହୁଛି ତାଜା ସମୀକରଣ

author img

By ETV Bharat Odisha Team

Published : Nov 9, 2023, 2:00 PM IST

ଆଇସିସି କ୍ରିକେଟ ବିଶ୍ବକପ 2023ରେ ନଭେମ୍ବର 15 ଓ 16 ତାରିଖରେ ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ସେମିଫାଇନାଲ ମ୍ୟାଚ ଖେଳାଯିବ । ଭାରତ ଓ ଦକ୍ଷିଣଆଫ୍ରିକା ସେମିରେ ପ୍ରବେଶ କରି ସାରିଛନ୍ତି । ତେବେ ଭାରତ କେଉଁ ଦଳ ସହ ସେମି ଫାଇନାଲ ମ୍ୟାଚ ଖେଳିବ । ନ୍ୟୁଜିଲାଣ୍ଡ, ଆଫଗାନିସ୍ତାନ ନା ପାକିସ୍ତାନ କାହା ସହ ସେମିଫାଇନାଲ ଖେଳିବ ରୋହିତ ସେନା ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଅଧିକ ପଢ଼ନ୍ତୁ

Cricket world cup 2023
Cricket world cup 2023 Semifinal equation

ହାଇଦ୍ରାବାଦ: ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପର ପ୍ରାୟ 90 ପ୍ରତିଶତ ଲିଗ ମ୍ୟାଚ୍‌ ସରିଛି । ସେମି ଫାଇନାଲ ପାଇଁ ସମୟ ନିକଟ ହେଉଛି । ଟେବୁଲ ଟପ୍‌ରେ ଥିବା ଭାରତ ଓ ଦ୍ବିତୀୟ ସ୍ଥାନରେ ଥିବା ଦକ୍ଷିଣ ଆଫ୍ରିକା ସେମିଫାଇନାଲରେ ପ୍ରବେଶ କରି ସାରିଛନ୍ତି । ତେବେ ଭାରତ ସେମି ଫାଇନାଲରେ କେଉଁ ଦଳ ସହ ଖେଳିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଅଷ୍ଟ୍ରେଲିଆ ମଧ୍ୟ ସେମି ଫାଇନାଲରେ ସ୍ଥାନ ପକ୍କା କରି ସାରିଛି । ରୋହିତ ସେନା ପଏଣ୍ଟ ଟେବୁଲ ଶୀର୍ଷ ସ୍ଥାନ ଦଖଲ କରିଛି । ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ପରବର୍ତ୍ତୀ ଦୁଇଟି ସ୍ଥାନରେ ଥିବାରୁ ଉଭୟ ପରସ୍ପର ସହ ସେମି ଫାଇନାଲ ଖେଳିବା ଏକପ୍ରକାର ସ୍ପଷ୍ଚ ହୋଇଛି । ତେବେ ଭାରତ କାହା ସହିତ ସେମି ଫାଇନାଲ ଖେଳିବ । ପ୍ରଥମ 3ସ୍ଥାନ ପକ୍କା ହୋଇସାରିଥିବାରୁ ଚତୁର୍ଥ ସ୍ଥାନ ରେସରେ ଥିବା ନ୍ୟୁଜିଲାଣ୍ଡ, ପାକିସ୍ତାନ ଓ ଆଫଗାନିସ୍ତା ରହିଛନ୍ତି । ଭାରତ ଏହି 3 ଦଳ ମଧ୍ୟରୁ ଗୋଟିଏ ଦଳ ସହ ସେମିଫାଇନାଲ ଖେଳିପାରେ ।

  • " class="align-text-top noRightClick twitterSection" data="">

ନ୍ୟୁଜିଲାଣ୍ଡ, ପାକିସ୍ତାନ ଓ ଆଫଗାନିସ୍ତାନ ପାଖରେ ଖେଳିବାକୁ ଆଉ ଗୋଟିଏ ଲିଗ ମ୍ୟାଚ ବାକି ରହିଛି । ଆଜି ନ୍ୟୁଜିଲାଣ୍ଡ ଶ୍ରୀଲଙ୍କା ବିପକ୍ଷରେ ତାର ଶେଷ ଲିଗ ମ୍ୟାଚ ଖେଳିବ । ପାକିସ୍ତାନ ଓ ଆଫଗାନିସ୍ତାନଠୁ ନ୍ୟୁଜିଲାଣ୍ଡ ରନରେଟରେ ଉପରେ ରହିଛି । ଯଦି ସେମିଫାଇନାଲ ଖେଳିବାର ଅଛି ତେବେ ନ୍ୟୁଜିଲାଣ୍ଡକୁ ଶ୍ରୀଲଙ୍କା ବିପକ୍ଷରେ ବିଜୟ ହାସଲ କରିବାକୁ ହେବ । ସେପଟେ ଆସନ୍ତାକାଲି ଅର୍ଥାତ ନଭେମ୍ବର 10 ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ ଆଫଗାନିସ୍ତାନ । ସେମିଫାଇନାଲ ପୂର୍ବରୁ ବିଜୟ ଲୟରେ ରହିବାକୁ ଚାହିଁବ ଦକ୍ଷିଣ ଆଫ୍ରିକା । ଆଜି ଯଦି ନ୍ୟୁଜିଲାଣ୍ଡ ଜିତେ ତେବେ ଆଫଗାନିସ୍ତାନର ଅଭିଯାନ ଶେଷ ହେଇଯାଇପାରେ । ଅନ୍ୟପଟେ ପାକିସ୍ତାନ ନଭେମ୍ବର 11 ତାରିଖରେ ଇଂଲଣ୍ଡ ବିପକ୍ଷରେ ଖେଳିବ । ଆଜି ନ୍ୟୁଜିଲାଣ୍ଡ ଯଦି ଜିତେ ତେବେ ପାକିସ୍ତାନକୁ ଇଂଲଣ୍ଡ ବିପକ୍ଷରେ ବଡ ବ୍ୟବଧାନରେ ଜିତିବାକୁ ହେବ । ଯଦି ଶ୍ରୀଲଙ୍କା ବିପକ୍ଷରେ ନ୍ୟୁଜିଲାଣ୍ଡ ବଡ଼ ବ୍ୟବଧାନରେ ଜିତେ ତେବେ ଶନିବାର ଇଂଲଣ୍ଡ ବିପକ୍ଷ ମ୍ୟାଚ ପୂର୍ବରୁ ପାକିସ୍ତାନ ପାଇଁ ବାଟ ବନ୍ଦ ହୋଇଯିବ ।

ହେବ କି ଭାରତ ପାକିସ୍ତାନ ସେମି ଫାଇନାଲ ମ୍ୟାଚ: ଆଜି ଯଦି ଶ୍ରୀଲଙ୍କାଠାରୁ ନ୍ୟୁଜିଲାଣ୍ଡ ହାରିଯିବ ଏବଂ ଆସନ୍ତାକାଲି ଆଫଗାନିସ୍ତାନ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଜୟ ହାସଲ କରେ ତେବେ ପାକିସ୍ତାନ ସେମିଫାଇନାଲକୁ ଉଠିଯିବ । ଏପରି ସ୍ଥଳେ 8 ପଏଣ୍ଟ ସହ ନ୍ୟୁଜିଲାଣ୍ଡ ଅଭିଯାନ ଶେଷ ହୋଇଯିବ । ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ରେନରେଟ ଆଧାରରେ ବିଚାର କରାଯିବ । ପାକିସ୍ତାନ ନେଟ୍‌ ରନରେଟ୍‌ (+0.036) ଆଫଗାନିସ୍ତାନଠୁ (-0.338) ଆଗରେ ରହିଛି । ଯଦି ନ୍ୟୁଜିଲାଣ୍ଡର ଅଭିଯାନ ଶେଷ ହୋଇଯାଏ ତେବେ ଭାରତ ସହ ପାକିସ୍ତାନର ସେମି ଫାଇନାଲ ଖେଳାଯିବା ଆକଳନ କରାଯାଉଛି । ତେବେ ଯଦି ଏହି ପରିଣାମ ମିଳେ ତେବେ ନଭେମ୍ବର 16 ତାରିଖରେ ଭାରତ-ପାକିସ୍ତାନ ମଧ୍ୟରେ ସେମିଫାଇନାଲ ମ୍ୟାଚ୍‌ ଖେଳାଯିବ ।

ଏହା ବି ପଢନ୍ତୁ...world cup 2023: ବିଶ୍ବକପ ପଦାର୍ପଣରେ ରାଚିନ ରବିନ୍ଦ୍ରଙ୍କ ବିସ୍ଫୋରକ ପ୍ରଦର୍ଶନ, ଜାଣନ୍ତୁ କେମିତି ଥିଲା କ୍ରିକେଟ ଯାତ୍ରା

ଯଦି 3 ନ୍ୟୁଜିଲାଣ୍ଡ, ପାକିସ୍ତାନ ଓ ଆଫଗାନିସ୍ତାନ ସେମାନଙ୍କ ଶେଷ ଲିଗ୍‌ ମ୍ୟାଚ ହାରିଯାଉଛନ୍ତି ତେବେ ସମସ୍ତେ 3 ପଏଣ୍ଟରେ ରହିବେ । ଏଥିରେ ନ୍ୟୁଜିଲାଣ୍ଡ ବାଜି ମାରି ନେଇପାରେ କାରଣ ଆଫଗାନିସ୍ତାନ ଓ ପାକିସ୍ତାନଠୁ ନେଟ୍‌ ରନରେଟ୍‌ରେ ନ୍ୟୁଜିଲାଣ୍ଡ ଆଗରେ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.