ETV Bharat / sports

ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି-ଟ୍ବେଣ୍ଟି, ପ୍ରେସ୍ କନଫରେନ୍ସରେ ପହଞ୍ଚିଲେ ମାତ୍ର 2 ସାମ୍ବାଦିକ

author img

By ETV Bharat Odisha Team

Published : Nov 24, 2023, 11:39 AM IST

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଗୁରୁବାରଠୁ ଟିଟ୍ବେଣ୍ଟି ସିରିଜ ଆରମ୍ଭ ହୋଇଛି । ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ପ୍ରଥମ ଟିଟ୍ବେଣ୍ଟି ମ୍ୟାଚ୍‌ ସାମ୍ବାଦିକ ସମ୍ମିଳନୀରେ ମାତ୍ର 2 ଜଣ ସାମ୍ବାଦିକ ଯୋଗ ଦେଇଥିବା ଦେଖିବାକୁ ମିଳିଛି । ବିଶ୍ବକପ ଫାଇନାଲରେ ଭାରତ ପରାସ୍ତ ହେବା ପରେ ଟିମ୍‌ଠୁ ମିଡିଆର ମୋହ ତୁଟି ଯାଇଥିବା ଚର୍ଚ୍ଚା ହେଉଛି । ଅଧିକ ପଢନ୍ତୁ

India vs Australia t20 Series
India vs Australia First t20 Match

ବିଶାଖାପାଟନା: ସଦ୍ୟ ସମାପ୍ତ କ୍ରିକେଟ ମହାକୁମ୍ଭ ବିଶ୍ବକପ ପରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟି-ଟ୍ବେଣ୍ଟି ସିରିଜ ଆରମ୍ଭ ହୋଇଛି । ଗୁରୁବାର ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚ ଖେଳାଯାଇଥିଲା । ଏହି ସିରିଜରେ ଭାରତର ଅଧିନାୟକତ୍ବ ଭାର ସୂର୍ଯ୍ୟକୁମାର ଯାଦବଙ୍କୁ ଦିଆଯାଇଛି । ପ୍ରଥମ ଟି ଟ୍ବେଣ୍ଟି ମ୍ୟାଚ ଜିତି ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ । ତେବେ ଏହି ମ୍ୟାଚରେ କିଛି ରୋଚକ ଘଟଣା ଦେଖିବାକୁ ମିଳିଛି । ଅଧିନାୟକ ସୂର୍ଯ୍ୟକୁମା ଯାଦବଙ୍କ ମ୍ୟାଚ ପ୍ରେସ୍ କନଫରେନ୍ସରେ ମାତ୍ର ଦୁଇ ଜଣ ସାମ୍ବାଦିକ ଯୋଗ ଦେଇଥିବା ଦେଖିବାକୁ ମିଳିଛି । ପ୍ରେସମିଟ ମାତ୍ର 4ମିନିଟ ଚାଲିଥିଲା । ବିଶ୍ବକପ ଫାଇନାଲରେ ଭାରତ ପରାସ୍ତ ହେବା ପରେ ଟିମଠୁ ମିଡିଆର ମୋହ ତୁଟି ଯାଇଥିବା ଚର୍ଚ୍ଚା ହେଉଛି ।

କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ କୌଣସି ଭାରତୀୟ ଦଳର ଅଧିନାୟକଙ୍କ ସାମ୍ବାଦିକ ସମ୍ମିଳନୀରେ କମ ସଂଖ୍ୟକ ସାମ୍ବାଦିକ ଖବର କଭର କରିଥିଲେ । ବିଶ୍ବକପ ଫାଇନାଲ ପରାଜୟକୁ ନେଇ ସୂର୍ଯ୍ୟକୁମାର ଯାଦବ କହିଥିଲେ, ''ଏହା କଠିନ ସମୟ ଏଥିରୁ ବାହାରିବାକୁ ସମୟ ଲାଗିବ । ଏମିତି ହେବ ନାହିଁ ଯେ ତୁମେ ସକାଳୁ ଉଠ ଓ ଯାହା ହେଲା ତାହାକୁ ଭୁଲିଯାଅ । ଏହା ଏକ ବଡ଼ ଟୁର୍ଣ୍ଣାମେଣ୍ଟ । ଆମେ ତାହାକୁ ଜିତିବାକୁ ପସନ୍ଦ କରିବୁ । ଯେମିତି ସକାଳ ହୁଏ ସୂର୍ଯ୍ୟ ଉଦୟ ହୁଅନ୍ତି ପୁଣି ରାତି ହୁଏ ସେମିତି ଆଗକୁ ବଢିବାକୁ ହେବ । ଏହି ନୂଆ ଟିଟ୍ବେଣ୍ଟି ଦଳ ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ ।'' ଟି 20 କ୍ରିକେଟରେ ଭାରତୀୟ ଦଳରେ ସୂର୍ଯ୍ୟକୁମାର 13ତମ ଅଧିନାୟକ ଭାବେ ଦଳର ନେତୃତ୍ବ ନେଇଛନ୍ତି ।

ଏହା ବି ପଢନ୍ତୁ...ଟି-୨୦ ସିରିଜ: SKYଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଓ ରିଙ୍କୁଙ୍କ ୱିନିଂ ସଟ୍‌, ୨ ୱିକେଟରେ ଜିତିଲା ଭାରତ

ବିଶାଖାପାଟନମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟି ଟ୍ବେଣ୍ଟି ମ୍ୟାଚ୍‌ ଖେଳାଯାଇଥିଲା । ଏହି ମ୍ୟାଚରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ସୂର୍ଯ୍ୟ ସେନା । ଭାରତର 13ତମ ଟି-ଟ୍ବେଣ୍ଟି ଅଧିନାୟକ ଭାବେ ଦଳର ନେତୃତ୍ବ ନେଇଛନ୍ତି ସୂର୍ଯ୍ୟକୁମାର । ପ୍ରଥମ ଟି-ଟ୍ବେଣ୍ଟିରେ ସୂର୍ଯ୍ୟକୁମାର ଯାଦବ 42 ବଲରେ 80 ରନ କରିଥିଲେ । ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ସୂର୍ଯ୍ୟ । ଭାରତ 2 ୱିକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା । ଭାରତ 1-0ରେ ଆଗୁଆ ରହିଛି । ଆସନ୍ତା 26 ତାରିଖରେ ଦ୍ବିତୀୟ ଟି-ଟ୍ବେଣ୍ଟି ମ୍ୟାଚ ଖେଳାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.