ETV Bharat / sports

ଟି-୨୦ ସିରିଜ: SKYଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଓ ରିଙ୍କୁଙ୍କ ୱିନିଂ ସଟ୍‌, ୨ ୱିକେଟରେ ଜିତିଲା ଭାରତ

author img

By ETV Bharat Odisha Team

Published : Nov 23, 2023, 11:03 PM IST

ବିଶ୍ବକପ୍‌ର ବଦଲା ନେଲା ଭାରତ । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ କଙ୍ଗାରୁ ଦଳକୁ ଧୂଳି ଚଟାଇଲା ଟିମ ଇଣ୍ଡିଆ । ଅଧିକ ପଢନ୍ତୁ

IND vs AUS 1st T20
IND vs AUS 1st T20

ବିଶାଖାପାଟନମ: ବିଶ୍ବକପର ବଦଲା ନେଲା ଭାରତ । ଅଷ୍ଟ୍ରେଲିଆକୁ ୨ ୱିକେଟରେ ପରାସ୍ତ କଲା ଟିମ ଇଣ୍ଡିଆ । ଆଜି (ଗୁରୁବାର) ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଖେଳାଯାଇଥିବା ବେଳେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ । ଅଧିନାୟକ ସୂର୍ଯ୍ୟ କୁମାର ଯାଦବଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସହ ରିଙ୍କୁ ସିଂଙ୍କ ଦମଦାର ୱିନିଂ ସଟ୍‌ ଯୋଗୁଁ ଭାରତ ଏହି ମ୍ୟାଚ୍‌କୁ ୨ ୱିକେଟରେ ଜିତି ନେଇଛି ।

ଆଇସିସି ଦିନିକିଆ ବିଶ୍ବକପ ମ୍ୟାଚ୍‌ ପରେ ପୁଣି ଆଜି ମୁହାଁମୁହିଁ ହୋଇଥିଲେ ଭାରତ ଓ ଅଷ୍ଟ୍ରେଲିଆ । ତେବେ ଫାଇନାଲରେ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ଗ୍ରାଉଣ୍ଡକୁ ଓହ୍ଲାଇଥିଲା ଟିମ ଇଣ୍ଡିଆ । ତେବେ ଭାରତକୁ ଏହି ଟି-୨୦ ମ୍ୟାଚ୍‌ରେ ବିଜୟ ମିଳିଛି । ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆର ଟାର୍ଗେଟକୁ ଦଳ ପୂରଣ କରିଛି । ତେବେ ଭାରତ ପ୍ରଥମେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ବ୍ୟାଟିଂ ପାଇଁ ଓହ୍ଲାଇଥିବା ବେଳେ ୨୦ ଓଭରରେ ମାତ୍ର ୩ଟି ୱିକେଟ ହରାଇ ୨୦୮ ରନ କରିବା ସହ ଭାରତକୁ ୨୦୯ ଟାର୍ଗେଟ ଦେଇଥିଲା ।

ଏହା ବି ପଢନ୍ତୁ- ଆଜିଠୁ ଭାରତ ବନାମ ଅଷ୍ଟ୍ରେଲିଆ ଟି-ଟ୍ବେଣ୍ଟି ସିରିଜ, ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ସୂର୍ଯ୍ୟ ସେନା

ଭାରତୀୟ ଓପନର ଯଶସ୍ବୀ ଜୈସୱାଲ ୨୧ ରନ୍‌ କରିଥିବା ବେଳେ ଋତୁରାଜ ଗାଏକୱାଡ ଶୂନରେ ଆଉଟ୍‌ ହୋଇଥିଲେ । ଏହାପରେ ଈଶାନ କିଷାନଙ୍କ ବ୍ୟାଟ୍‌ରୁ ଦମଦାର ଅର୍ଦ୍ଧଶତକ ଦେଖିବାକୁ ମିଳିଥିଲା । ସେ ୩୯ ବଲ୍‌ ଖେଳି ୨ଟି ଚୌକା ଓ ୫ଟି ଛକା ସହ ମୋଟ ୫୮ ରନ୍‌ କରିଥିଲେ । ସେହିପରି ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ୪୨ ବଲ୍‌ରେ ୯ଟି ଚୌକା ଓ ୪ଟି ଛକା ସହ ବିସ୍ଫୋରକ ଅର୍ଦ୍ଧଶତକ (୮୦) ହାସଲ କରିଥିଲେ । ସୂର୍ଯ୍ୟ ଏକ ବଡ଼ ସଟ୍‌ ଖେଳିବାକୁ ଯାଇ କ୍ୟାଚଆଉଟ୍‌ ହେବା ପରେ ମୈଦାନକୁ ଓହ୍ଲାଇଥିଲେ ରିଙ୍କୁ ସିଂ ।

ଏହା ବି ପଢନ୍ତୁ- ଅଷ୍ଟ୍ରେଲିଆ ବିପକ୍ଷ ଟି20 ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆର ପୂଜାର୍ଚ୍ଚନା

ଗୋଟିଏ ପରେ ଗୋଟିଏ ୱିକେଟ ପତନ ପରେ ନିଜ ୱିକେଟକୁ ଜଗି ରହିଥିଲେ ରିଙ୍କୁ । ଆଉ ଶେଷରେ ଭାରତକୁ ବିଜୟ ଲାଗି ଗୋଟିଏ ବଲ୍‌ରେ ଗୋଟିଏ ରନ୍‌ର ଆବଶ୍ୟକତା ଥିବା ବେଳେ ରିଙ୍କୁ ଛକା ସହ ମ୍ୟାଚ୍‌ ଶେଷ କରିଥିଲେ । ଏହାପରେ ଫ୍ୟାନ୍ସଙ୍କ ସେଲିବ୍ରେସନରେ ଫାଟି ପଡ଼ିଥିଲା ଷ୍ଟାଡିୟମ । ସେପଟେ ଅଷ୍ଟ୍ରେଲିଆ ବୋଲର ତନବୀର ସାଙ୍ଗା ୪ ଓଭର ବୋଲିଂ କରି ସର୍ବାଧିକ ୨ଟି ୱିକେଟ ନେଇଥିଲେ । ଏହାପରେ ଜେସନ ବେହରେନଡ୍ରଫ, ସର୍ଟ, ଆବଟଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.