ETV Bharat / sports

ଭାରତ ବନାମ ଅଷ୍ଟ୍ରେଲିଆ ଶେଷ ଦିନିକିଆ: ଟସ୍‌ ଜିତି ବିରାଟ ବାହିନୀର ବ୍ୟାଟିଂ ନିଷ୍ପତ୍ତି

author img

By

Published : Dec 2, 2020, 9:13 AM IST

ଭାରତ ବନାମ ଅଷ୍ଟ୍ରେଲିଆ
ଭାରତ ବନାମ ଅଷ୍ଟ୍ରେଲିଆ

ଭାରତ ବନାମ ଅଷ୍ଟ୍ରେଲିଆ ଶେଷ ଦିନିକିଆ । ଟସ୍‌ ଜିତି ବିରାଟ ବାହିନୀର ବ୍ୟାଟିଂ ନିଷ୍ପତ୍ତି । ଅଧିକ ପଢନ୍ତୁ...

କାନବେରା: ଭାରତ-ଅଷ୍ଟ୍ରେଲିଆ ତୃତୀୟ ତଥା ଶେଷ ଦିନିକିଆରେ ଟସ୍‌ ଜିତି ଟିମ୍‌ ଇଣ୍ଡିଆର ବ୍ୟାଟିଂ ନିଷ୍ପତ୍ତି । କାନବେରା ଷ୍ଟାଡିୟମରେ ଟସ୍‌ ଜିତିବା ସହ ବିରାଟ ବାହିନୀ ବ୍ୟାଟିଂ ନିଷ୍ପତ୍ତି ନେଇଛି ।

ପ୍ରଥମ ଦୁଇଟି ମ୍ୟାଚ୍‌ ଜିତି 0-2ରେ ଆଗୁଆ ଥିବା ଘରୋଇ ଟିମ୍‌ ଅଷ୍ଟ୍ରେଲିଆ କ୍ଲିନସୁଇପ୍‌ ଲକ୍ଷ୍ୟରେ ରହିବ । ଏପଟେ ସମ୍ମାନ ବଞ୍ଚାଇବାକୁ ଜୋରଦାରରେ ଲାଗିବ ବିରାଟ ବାହିନୀ ।

ପ୍ରଥମ ଦୁଇଟି ମ୍ୟାଚ୍‌ରେ ବଡ ସ୍କୋର ଦେଖିବାକୁ ମିଳିଥିବାବେଳେ କାନବେରାରେ ମଧ୍ୟ ଏହାର ରିପିଟ୍‌ ଟେଲିକାଷ୍ଟ ଦେଖିବାକୁ ମିଳିପାରେ । କାନବେରାର ଟ୍ରାକ୍‌ ରେକର୍ଡ ଅନୁସାରେ, ଦର୍ଶକ ହାଇସ୍କୋରିଂ ମ୍ୟାଚ୍‌ ଦେଖିପାରନ୍ତି ।

ପ୍ରଥମ ଦୁଇଟି ମ୍ୟାଚ୍‌ରେ ଭାରତୀୟ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । ଯାହାକୁ ସୁଧାରି ସମ୍ମାନ ବଞ୍ଚାଇବାକୁ ଲକ୍ଷ୍ୟ ରଖିବ ଭାରତ । ସେହିପରି ଏହି ମ୍ୟାଚ୍‌ ଜିତି ଟି-20 ସିରିଜ ପୂର୍ବରୁ ମନୋବଳ ଦୃଢ କରିବା ଲକ୍ଷ୍ୟରେ ରହିବ ଭ୍ରମଣକାରୀ ଟିମ୍‌ ।

ଟିମ୍‌ ଇଲେଭେନ

ଭାରତ: ବିରାଟ କୋହଲି(କ୍ୟାପଟେନ), ଶିଖର ଧାୱନ, ଶୁଭମନ ଗିଲ, କେଏଲ ରାହୁଲ(ଭାଇସ କ୍ୟାପଟେନ / ୱିକେଟ କିପର), ଶ୍ରେୟସ ଆୟର, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଜଶପ୍ରୀତ ବୁମରା, ଶାର୍ଦ୍ଦୁଳ ଠାକୁର, ଟି. ନଟରାଜନ ।

ଅଷ୍ଟ୍ରେଲିଆ: ଆରୋନ ଫିଞ୍ଚ(କ୍ୟାପଟେନ), ଷ୍ଟିଭ ସ୍ମିଥ, ମାର୍ନସ ଲାବୁସନ, ଗ୍ଳେନ ମାକ୍ସୱେଲ, ଆଲେକ୍ସ କ୍ୟାରୀ(ୱିକେଟ କିପର), ଆଡାମ ଜାମ୍ପା, ଜସ ହେଜେଲଉଡ, ସିନ ଆବଟ୍ଟ, ଆଷ୍ଟନ ଅଗର, କେମରନ ଗ୍ରୀନ, ମୋଇସେସ ହେନେରିକ୍ସ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.