ETV Bharat / sports

ଆଜିଠୁ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ମ୍ୟାଚ୍‌: ଟସ୍‌ ଜିତି କଙ୍ଗାରୁ ଟିମର ବ୍ୟାଟିଂ ନିଷ୍ପତ୍ତି

author img

By ETV Bharat Odisha Team

Published : Dec 21, 2023, 9:47 AM IST

Updated : Dec 21, 2023, 10:11 AM IST

ଭାରତ ଓ ଅଷ୍ଟ୍ରେଲିଆ  ଟେଷ୍ଟ ସିରିଜ
IND vs AUS test series

IND vs AUS test series: ଆଜିଠୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ସିରିଜ । ଟସ ଜିତିଲା ଅଷ୍ଟ୍ରେଲିଆ । ବୋଲିଂ କରିବ ଭାରତ । ଅଧିକ ପଢନ୍ତୁ

ମୁମ୍ବାଇ: ଆଜିଠୁ ଭାରତ ଓ ଅଷ୍ଟ୍ରେଲିଆ ମହିଳା ଦଳ ମଧ୍ୟରେ ଖେଳାଯିବ ଟେଷ୍ଟ ମ୍ୟାଚ୍‌ । ଏଥି ପାଇଁ ପୁରା ପ୍ରସ୍ତୁତ ଦୁଇ ଦଳ । ଟସ୍‌ ଜିତି ବ୍ୟାଟଂ ନିଷ୍ପତ୍ତି ନେଇଛି ଅଷ୍ଟ୍ରେଲିଆ ମହିଳା ଦଳ । ବୋଲିଂ କରିବ ଭାରତ । ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ମହିଳା ଦଳ ବିଜୟୀ ହୋଇଥିବା ବେଳେ ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ ପାଇଁ ମଧ୍ୟ ଖେଳାଳିଙ୍କ ମନୋବଳ ଦୃଢ଼ ରହିଛି । ଆଜିର ଟେଷ୍ଟ ମ୍ୟାଚରେ ଡେବ୍ୟୁ କରିଛନ୍ତି ଭାରତୀୟ ଦଳର ରିଚା ଘୋଷ । ମୁମ୍ବାଇର ଓ୍ବେଙ୍ଖଡେ ଷ୍ଟାଡିୟମରେ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି ।

ମ୍ୟାଚ ଆରମ୍ଭରୁ ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଦେଖିବାକୁ ମିଳିଛି । ଅଷ୍ଟ୍ରେଲିଆ ଦଳ ପ୍ରଥମେ ବ୍ୟାଟିଂ କରୁଥିବା ବେଳେ 19 ରନ୍‌ରେ 2ଟି ଓ୍ବିକେଟର ପତନ ହୋଇଛି । ପ୍ରଥମ ଟେଷ୍ଟ ମ୍ୟାଚ୍‌ ଇଂଲଣ୍ଡ ସହ ଡିଓ୍ବାଇ ପାଟିଲ ଗ୍ରାଉଣ୍ଡରେ ଖେଳାଯାଇଥିଲା । ବିରାଟ ରନ ବ୍ୟବଧାନ ସହ ଭାରତୀୟ ମହିଳା ଦଳ ଐତିହାସିକ ବିଜୟ ହାସଲ କରିଥିଲା ।

ଏହା ମଧ୍ୟ ପଢନ୍ତୁ: ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ, 347 ରନରେ ଟିମ ଇଣ୍ଡିଆର ଦମଦାର ବିଜୟ

ଦୀର୍ଘ 9 ବର୍ଷ ପରେ ଭାରତରେ ମହିଳା ଟେଷ୍ଟ ସିରିଜର ଆୟୋଜନ କରାଯାଇଛି । ଗତ 16 ତାରିଖରେ ଡିଓ୍ବାଇ ପାଟିଲ ଗ୍ରାଉଣ୍ଡରେ ଇଂଲଣ୍ଡ ଓ ଭାରତ ମଧ୍ୟରେ ଚେଷ୍ଟ ମ୍ୟାଚ୍‌ ଖେଳାଯାଇଥିଲା । ତୃତୀୟ ଦିନରେ ସିରିଜ ଶେଷ ହୋଇଥିବା ବେଳେ ଭାରତୀୟ ମହିଳା ଦଳ ଦମଦାର ବିଜୟ ହାସଲ କରିଥିଲା । 347ରନରେ ବିଜୟ ହାସଲ କରିଥିଲା ଭାରତ । ଭାରତୀୟ ମହିଳା ଦଳ ଟେଷ୍ଟ କ୍ରିକେଟ୍ ଇତିହାସରେ ସବୁଠୁ ବଡ଼ ବିଜୟ ହାସଲ କରିଥିଲା । ଦୁଇଟି ଇନିଂସରେ ଭାରତ 614 ରନ ସଂଗ୍ରହ କରିଥିଲା । ଏହି ସିରିଜରେ ଦୀପ୍ତି ଶର୍ମା ଅଲରାଉଣ୍ଡର ସାବ୍ୟସ୍ତ ହୋଇଥିଲେ । ଦୀପ୍ତିଙ୍କ ବୋଲିଂରେ ଚିତପଟାଙ୍ଗ ହୋଇଥିଲେ ଇଂଲଣ୍ଡ ବୋଲର । ଆଜି ମଧ୍ୟ ଖେଳ ଆରମ୍ଭରୁ ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଦେଖିବାକୁ ମିଳିଛି ।

ଭାରତୀୟ ମହିଳା ସ୍କ୍ବାଡ୍‌: ହରମନପ୍ରୀତ କୌର(ଅଧିନାୟିକା), ସ୍ମୃତି ମନ୍ଧାନା, ଜେମିମା ରୋଡ୍ରିଗ୍ବିଜ, ଶେଫାଳି ବର୍ମା, ଦିପ୍ତି ଶର୍ମା, ୟାସ୍ତିକା ଭାଟିଆ, ସ୍ନେହା ରଣା, ରିଚା ଘୋଷ, ପୂଜା, ରେଣୁକା ସିଂ ଠାକୁର, ରାଜେଶ୍ବରୀ ଗାଅକଓ୍ବାଡେ ।

ଅଷ୍ଟ୍ରେଲିଆ ସ୍କ୍ୱାଡ୍‌: ବେଥ୍ ମୁନି, ଫୋବୀ ଲିଚ୍‌ଫିଲ୍ଡ, ଏଲିସ ପେରି, ଟାହଲିଆ ମ୍ୟାକଗ୍ରାଥ, ଅଲିସା ହେଲି, ଆନାବେଲ ସଟରଲ୍ୟାଣ୍ଡ, ଆଶ୍ଲେ ଗାର୍ଡନର୍, ଜେସ୍ ଜୋନାସେନ୍, ଆଲାନା କିଙ୍ଗ, କିମ ଗାର୍ଥ, ଲରେନ ଚିଟଲ୍‌

Last Updated :Dec 21, 2023, 10:11 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.