ETV Bharat / sports

Cricket World Cup 2023: ଶ୍ରୀଲଙ୍କାକୁ 358ରନ ଟାର୍ଗେଟ ଦେଲା ଭାରତ, ସେଞ୍ଚୁରୀ ମିସ୍ କଲେ ଗିଲ-କୋହଲି-ଆୟର

author img

By ETV Bharat Odisha Team

Published : Nov 2, 2023, 6:27 PM IST

Updated : Nov 2, 2023, 6:46 PM IST

Cricket World Cup 2023: ଶ୍ରୀଲଙ୍କାକୁ ୩୫୮ ରନ୍ ଟାର୍ଗେଟ ଦେଲା ବିରାଟ ବାହିନୀ
Cricket World Cup 2023: ଶ୍ରୀଲଙ୍କାକୁ ୩୫୮ ରନ୍ ଟାର୍ଗେଟ ଦେଲା ବିରାଟ ବାହିନୀ

ବିଶ୍ୱକପର 33ତମ ମ୍ୟାଚରେ ଶ୍ରୀଲଙ୍କାକୁ ୩୫୮ ରନର ଟାର୍ଗେଟ ଦେଇଛି ଭାରତ । ତେବେ ଭାରତୀୟ ଦଳର 3 ଜଣ ବ୍ୟାଟର ଆଜି ଶତକରୁ ବଞ୍ଚିତ ହୋଇଛନ୍ତି । ଅଧିକ ପଢନ୍ତୁ

ମୁମ୍ବାଇ: ଓ୍ବାଙ୍ଖେଡେ ଏନକାଉଣ୍ଟରରେ ଶ୍ରୀଲଙ୍କାକୁ ବିଶାଳ ଟାର୍ଗେଟ ଦେଲା ଘରୋଇ ଦଳ । ତିନି ଜଣ ବ୍ୟାଟର ଶତକ ମିସ କରିଥିଲେ ମଧ୍ୟ 357 ରନ ସ୍କୋର କରିଛି ଭାରତ । ଦଳ 8 ଓ୍ବିକେଟ ବିନିମୟରେ 357ରନର ବିଶାଳ ସ୍କୋର କରିଛି ।

ବ୍ୟାଟିଂ ଆମନ୍ତ୍ରଣ ପାଇ ବ୍ୟାଟିଂ ଆରମ୍ଭ କରିଥିବା ଭାରତ ପ୍ରଥମରୁ ହିଁ ଝୁଣ୍ଟିଥିଲା । ଦଳର ଷ୍ଟାର ବ୍ୟାଟର ଲୋକାଲ ବୟ ରୋହିତ ଶର୍ମା ହୋମ ଗ୍ରାଉଣ୍ଡରେ ହିଁ ପ୍ରଥମ ବଲରେ ଚୌକା ମାରିବା ପରେ ଦ୍ବିତୀୟ ବଲରେ କ୍ଲିନ ବୋଲ୍ଡ ହୋଇଥିଲେ । ପରେ ଦୁଇ ନିର୍ଭରଯୋଗ୍ୟ ବ୍ୟାଟର କୋହଲି ଏବଂ ଗିଲ ଦ୍ବିତୀୟ ଓ୍ବିକେଟରେ 189 ରନ ଭାଗିଦାରି କରିଥିଲେ । ଦୁହେଁ ଶତକ ଆଡକୁ ଅଗ୍ରସର ହେଉଥିବା ବେଳେ ଗିଲ 92 ରନ ଏବଂ କୋହଲି 88 ରନ କରି ଆଉଟ ହୋଇଥିଲେ । ପରେ ରାହୁଲ ମାତ୍ର 21 ରନ ସ୍କୋର କରିଥିଲେ । ସେହିପରେ ସୂର୍ଯ୍ୟ କୁରମା ଯାଦବ ମଧ୍ୟ ମାତ୍ର 12 ରନ କରିବାକୁ ସକ୍ଷମ ହୋଇଥିଲେ ।

ତେବେ ଶ୍ରେୟସ ଆୟାର ଏବଂ ଜାଡେଜାଙ୍କ ମଧ୍ୟରେ 57 ରନର ଭାଗିଦାରୀ ହୋଇଥିଲା । ଆୟର ଆକ୍ରାମଣାତ୍ମକ ଖେଳୁଥିବା ବେଳେ ଶତକ ଆଡକୁ ଅଗ୍ରସର ହେଉଥିଲେ । କିନ୍ତୁ ମଧୁସନକାଙ୍କ ବଲରେ 82ରନର ବ୍ୟକ୍ତିଗତ ସ୍କୋରରେ ଆଉଟ ହୋଇଥିଲେ ଆୟର । ସେ 56ଟି ବଲ ଖେଳି 3 ଚୋକା ଏବଂ 6 ଛକା ସହିତ ଦମଦାର 82 ରନ ସ୍କୋର କରିଥିଲେ । ପରେ ଜାଡେଜା ଗୋଟିଏ ଛକା ଏବଂ ଗୋଟିଏ ଚୋକା ସହାୟତାରେ 24 ବଲରୁ 35 ରନସ୍କୋର କରିଥିଲେ ।

ତେବେ ଭାରତୀୟ ଦଳର 3 ଜଣ ବ୍ୟାଟର ଆଜି ଶତକରୁ ବଞ୍ଚିତ ହୋଇଛନ୍ତି । କୋହଲି- ଗିଲ ଏବଂ ଆୟରଙ୍କ ନିକଟରେ ଶତକ ହାସଲର ସୁଯୋଗ ଥିଲେ ମଧ୍ୟ ଶତକ ମାରିବାରେ 3 ଖେଳାଳି ବିଫଳ ହୋଇଛନ୍ତି ।

ସେପଟେ ଶ୍ରୀଲଙ୍କା 50 ଓଭର ବୋଲିଂରେ 6 ଜଣ ବୋଲରଙ୍କୁ ମୈଦାନକୁ ଓହ୍ଲାଇଥିଲା । ମଧୁସନକା ଦଳର ଷ୍ଟାର ବୋଲର ସାଜିଥିଲେ । ସେ 10 ଓଭର ବୋଲିଂ କରି 80 ରନ ବ୍ୟୟରେ 5ଟି ଓ୍ବିକେଟ ନେଇଥିଲେ । ଚାମାରା 10 ଓଭର ବୋଲିଂ କରି 71 ରନ ଦେଇ ଗୋଟିଏ ଓ୍ବିକେଟ ନେଇଥିବା ବେଳେ ଥେକସେନା 10 ଓଭର ବୋଲିଂ କରି 67 ରନ ଖର୍ଚ୍ଚ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Nov 2, 2023, 6:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.