ETV Bharat / sports

ଭାରତ ବିପକ୍ଷ ଟେଷ୍ଟ ଲାଗି ଦଳ ଘୋଷଣା କଲା ଇଂଲଣ୍ଡ; ବଟଲର୍‌ ଆଉଟ୍‌, ଷ୍ଟୋକ୍ସ କ୍ୟାପ୍ଟେନ୍‌

author img

By ETV Bharat Odisha Team

Published : Dec 12, 2023, 9:25 PM IST

ଭାରତ ବିପକ୍ଷ ଟେଷ୍ଟ ଲାଗି ଦଳ ଘୋଷଣା କଲା ଇଂଲଣ୍ଡ
ଭାରତ ବିପକ୍ଷ ଟେଷ୍ଟ ଲାଗି ଦଳ ଘୋଷଣା କଲା ଇଂଲଣ୍ଡ

England Test Squad: ଭାରତ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ପାଇଁ ଏବେଠାରୁ ଦଳ ଘୋଷଣା କରିଛି ଇଂଲଣ୍ଡ କ୍ରିକେଟ୍‌ ବୋର୍ଡ । ୧୬ ଜଣିଆ ଦଳରେ ନିୟମିତ ଅଧିନାୟକ ଜୋଶ ବଟଲରଙ୍କୁ ମିଳିନାହିଁ ସ୍ଥାନ । ଅଭିଜ୍ଞ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସଙ୍କ କାନ୍ଧରେ ରହିଛି ଅଧିନାୟକ ଭାର । ଅଧିକ ପଢ଼ନ୍ତୁ

ଲଣ୍ଡନ: ଭାରତ ବିପକ୍ଷ ଟେଷ୍ଟ ଶୃଙ୍ଖଳା ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡ । ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ ଟାଇଟଲ୍‌ ଲକ୍ଷ୍ୟରେ ବେଶ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି ଇଂଲଣ୍ଡ ଦଳ । ଏଥିପାଇଁ ଆସନ୍ତା ଜାନୁଆରୀ ମାସ ଶେଷ ଆଡ଼କୁ ହେବାକୁ ଥିବା ଟେଷ୍ଟ ଶୃଙ୍ଖଳା ପାଇଁ ଏବେଠାରୁ ୧୬ ଜଣିଆ ଦଳ ଘୋଷଣା କରିଛି ଇଂଲଣ୍ଡ । ଦଳରେ ଏକାଧିକ ନୂଆ ଚେହେରାଙ୍କୁ ସ୍ଥାନ ମିଳିଥିବା ବେଳେ ଷ୍ଟାର ଅଲରାଉଣ୍ଡର ସାମ କରନ୍‌ ଏବଂ ନିୟମିତ ଅଧିନାୟକ ଜୋଶ ବଟଲରଙ୍କୁ ଟେଷ୍ଟ ଦଳରେ ସ୍ଥାନ ମିଳିନାହିଁ । ଅଭିଜ୍ଞ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସଙ୍କ କାନ୍ଧରେ ରହିଛି ଅଧିନାୟକ ଭାର ।

୨୦୨୪ରେ ବ୍ୟସ୍ତ ରହିବ ଟିମ୍‌ ଇଣ୍ଡିଆ ସେଡ୍ୟୁଲ । ଭାରତୀୟ କ୍ରିକେଟ୍‌ ଦଳ ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବାବେଳେ ଏଠାରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ଓ ୩ ମ୍ୟାଚ୍‌ ବିଶିଷ୍ଟ ଏକଦିବସୀୟ ଶୃଙ୍ଖଳା ପରେ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଖେଳିବ ଭାରତ । ଆଗାମୀ ଜାନୁଆରୀ ୭ ତାରିଖରେ ସରିବ ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ । ଏହାପରେ ତୁରନ୍ତ ଭାରତ ଗସ୍ତରେ ଆସିବ ଇଂଲଣ୍ଡ । ୨୦୨୪ ଜାନୁଆରୀ ୨୫ ତାରିଖରୁ ଆରମ୍ଭ ହେବାକୁଥିବା ଏହି ଟେଷ୍ଟ ଶୃଙ୍ଖଳା ପାଇଁ ଏବେଠାରୁ ୧୬ ଜଣିଆ ଦଳ ଘୋଷଣା କରିଛି ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡ । ଅଭିଜ୍ଞ ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କ ନେତୃତ୍ବରେ ଇଂଲଣ୍ଡର ଏହି ଦଳ ଭାରତ ଗସ୍ତରେ ଆସିବ । ଭାରତରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଇଂଲଣ୍ଡ ଦଳରେ ଏକାଧିକ ନୂଆ ଚେହେରାଙ୍କୁ ସାମିଲ୍ କରିଛି ।

ଏହା ମଧ୍ୟ ପଢ଼ନ୍ତୁ...ଶେଷ ମ୍ୟାଚ୍‌ ଜିତି ଲଜ୍ଜ୍ୟା ରଖିଲା ଭାରତ, ୨-୧ରେ ଶୃଙ୍ଖଳା ଜିତିଲା ଇଂଲଣ୍ଡ

ଭାରତ ଓ ଇଂଲଣ୍ଡ ସିରିଜ୍‌ ସୂଚୀ: ଏହି ସିରିଜର ପ୍ରଥମ ଟେଷ୍ଟ ୨୫ ଜାନୁଆରୀରୁ ହାଇଦ୍ରାବାଦରେ ଖେଳାଯିବ । ଏହାପରେ ଦ୍ବିତୀୟ ଟେଷ୍ଟ୍‌ ଫେବୃଆରୀ ୨ରୁ ଭାଇଜାଗରେ ଖେଳାଯିବ । ସେହିଭଳି ଫେବୃଆରୀ ୧୫ରୁ ରାଜକୋଟରେ ତୃତୀୟ ଟେଷ୍ଟ, ଫେବୃଆରୀ ୨୩ରୁ ରାଞ୍ଚିରେ ଚତୁର୍ଥ ଟେଷ୍ଟ ଏବଂ ମାର୍ଚ୍ଚ ୭ରୁ ଧର୍ମଶାଳାରେ ଖେଳାଯିବ ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ ।

ଭାରତ ବିପକ୍ଷ ଟେଷ୍ଟ ସିରିଜ୍‌ ପାଇଁ ଇଂଲଣ୍ଡ ଦଳ: ବେନ୍‌ ଷ୍ଟୋକ୍ସ (ଅଧିନାୟକ), ରେହାନ୍‌ ଅହମ୍ମଦ, ଜେମ୍ସ ଆଣ୍ଡରସନ୍, ଗସ୍‌ ଆଟ୍‌କିନ୍‌ସନ୍‌, ଜନି ବେୟାରଷ୍ଟୋ (ୱିକେଟ କିପର), ଶୋଏବ ବଶିର, ହ୍ୟାରି ବ୍ରୁକ୍, ଜ୍ୟାକ୍‌ କ୍ରାଓଲେ, ବେନ୍‌ ଡକେଟ୍‌, ବେନ୍‌ ଫକ୍ସ (ୱିକେଟ କିପର), ଟମ୍‌ ହାର୍ଟଲି, ଜ୍ୟାକ୍‌ ଲିଚ୍‌, ଓଲି ପୋପ୍‌ (ଉପ ଅଧିନାୟକ), ଓଲି ରବିନ୍‌ସନ୍‌, ଜୋ ରୁଟ୍‌, ମାର୍କ ଉଡ୍‌

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.