ETV Bharat / sports

ଭୁଲ ସୁଧାରିବ ବିରାଟ ବାହିନୀ, ଇଂଲଣ୍ଡ ସିରିଜ ପୂର୍ବରୁ ଖେଳିବ ଅଭ୍ୟାସ ମ୍ୟାଚ

author img

By

Published : Jul 2, 2021, 7:02 PM IST

England board likely to give Kohli & Co warm-up against county team
ଭୁଲ ସୁଧାରିବ ବିରାଟ ବାହିନୀ, ଇଂଲଣ୍ଡ ସିରିଜ ପୂର୍ବରୁ ଖେଳିବ ଅଭ୍ୟାସ ମ୍ୟାଚ

ଇଂଲଣ୍ଡ ବିପକ୍ଷରେ 5 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପୂର୍ବରୁ ଅଭ୍ୟାସ ମ୍ୟାଚ ଖେଳିବ ଟିମ ଇଣ୍ଡିଆ । ଅଧିକ ପଢନ୍ତୁ...

ଲଣ୍ଡନ: ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ ପୁରୁଷ ଟିମ ଘରୋଇ ଦଳ ବିପକ୍ଷରେ 5 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପୂର୍ବରୁ ଏକ ଅଭ୍ୟାସ ମ୍ୟାଚ ଖେଳିବ । ଏକ କାଉଣ୍ଟି ଟିମ ବିପକ୍ଷରେ ଅଭ୍ୟାସ ମ୍ୟାଚର ଆୟୋଜନ ପାଇଁ ବିସିସିଆଇ ଇଂଲଣ୍ଡ କ୍ରିକେଟ ବୋର୍ଡକୁ ଅନୁରୋଧ କରିଥିଲା । ଫଳରେ ଇସିବି ଏହି ପ୍ରସ୍ତାବରେ ସହମତି ପ୍ରକାଶ କରିଥିବା ଜଣାପଡିଛି ।

ତେବେ କୋଭିଡ ନିୟମ ପାଳନ ସହ ଏକ ତିନିଦିନିଆ ଅଭ୍ୟାସ ମ୍ୟାଚ ଆୟୋଜନ ନେଇ ଖୁବଶୀଘ୍ର ଘୋଷଣା କରାଯିବ ବୋଲି ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ(ଇସିବି)ର ଜଣେ କର୍ମଚାରୀ କହିଛନ୍ତି ।

ବର୍ତ୍ତମାନର ସୂଚୀ ଅନୁଯାୟୀ, ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ଖେଳିସାରିବା ପରେ ଭାରତୀୟ ଟିମକୁ ତିନି ସପ୍ତାହ ବ୍ରେକ ମିଳିଛି । ତେବେ ଜୁଲାଇ 15 ସୁଦ୍ଧା ଦୁରହମଠାରେ ଟେଷ୍ଟ ସିରିଜର ପ୍ରସ୍ତୁତି ଆରମ୍ଭ କରିବ ଟିମ ଇଣ୍ଡିଆ । ଅଗଷ୍ଟ 4ରୁ ନଟିଂହାମରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟ ଖେଳିବ ଭାରତ । ଅଗଷ୍ଟ ପହିଲାରେ ଭାରତୀୟ ଟିମ ନଟିଂହାମ ଗସ୍ତ କରିବ ।

କୋଭିଡ-19 ମହାମାରୀ କଟକଣା ଯୋଗୁଁ, ଭାରତୀୟ ଟିମକୁ ଆନ୍ତଃଦଳ ମ୍ୟାଚ ଖେଳିବାକୁ ପଡିପାରେ ।

WTC ଫାଇନାଲରେ ନ୍ୟୁଜିଲାଣ୍ଡ ଠାରୁ ଭାରତର ପରାଜୟ ପରେ ଇଂଲିସ ପରିବେଶରେ ଅଭ୍ୟାସ ମ୍ୟାଚ ନ ଖେଳିବାର ପରିଣାମ ବୋଲି ଅନେକ ଯୁକ୍ତି ବାଢିଥିଲେ । ଫଳରେ ଘରୋଇ ଦଳ ବିପକ୍ଷରେ ଟେଷ୍ଟ ସିରିଜ ପୂର୍ବରୁ ଭଲ ପ୍ରସ୍ତୁତି ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.