ETV Bharat / sports

ମହିଳା ଟି-20 ବିଶ୍ବକପ ଫାଇନାଲ: ପ୍ରଥମେ ବୋଲିଂ କରିବ ଭାରତ

author img

By

Published : Mar 8, 2020, 12:23 PM IST

womens-t20-wc-final-australia-women-have-won-the-toss-and-have-opted-to-bat
ମହିଳା ଟି-20 ବିଶ୍ବକପ ଫାଇନାଲ: ପ୍ରଥମେ ବୋଲିଂ କରିବ ଭାରତ

ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଘରୋଇ ଅଷ୍ଟ୍ରେଲିଆ ଦଳ । ଫଳରେ ପ୍ରଥମେ ବୋଲିଂ କରିବ ଭ୍ରମଣକାରୀ ଭାରତ ।

ମେଲବୋର୍ଣ୍ଣ: ଆଇସିସି ମହିଳା ଟି-20 ବିଶ୍ବକପର ଫାଇନାଲ ଫାଇଟରେ ପ୍ରଥମ ରୋମାଞ୍ଚ । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଘରୋଇ ଅଷ୍ଟ୍ରେଲିଆ ଦଳ । ଫଳରେ ପ୍ରଥମେ ବୋଲିଂ କରିବା ଭ୍ରମଣକାରୀ ଭାରତ । ତେବେ ପ୍ରଥମ ଥର ଫାଇନାଲ ଖେଳୁଥିବା ଭାରତୀୟ ଦଳ ପ୍ରଥମ ବିଶ୍ବକପ ଲକ୍ଷ୍ୟରେ ରହିଛି ।

ତେବେ ଟସ ହାରିବା ପରେ ଅଧିନାୟିକା ହରମନପ୍ରୀତ୍‌ କୌର କହିଛନ୍ତି, ଆମେ ପ୍ରଥମ ବ୍ୟାଟିଂ କରିବାକୁ ଇଚ୍ଛା କରୁଥିଲୁ । ମ୍ୟାଚ ବହୁତ ସଙ୍ଘର୍ଷ ପୂର୍ଣ୍ଣ ହେବ । ତେଣୁ ଆମେ ଆମର ଶତ ପ୍ରତିଶତ ଦେବାକୁ ଚେଷ୍ଟା କରିବୁ ।

  • ଭାରତୀୟ ଏକାଦଶ: ଶେଫାଳି ବର୍ମା, ସ୍ମୃତି ମାନ୍ଧନା, ହରମନପ୍ରୀତ କୌର(କ୍ୟାପଟେନ), ଜେମିମ୍ମା ରୋଡ୍ରିଗ୍ୟୁସ, ତାନିଆ ଭାଟିଆ(ୱିକେଟ କିପର), ବେଦା କ୍ରିଷ୍ଣାମୂର୍ତ୍ତୀ, ରାଧା ଯାଦବ, ପୁନମ ଯାଦବ, ରାଜେଶ୍ବରୀ ଗାଏକ୍ବାଡ, ଶିଖା ପାଣ୍ଡେ, ଦୀପ୍ତି ଶର୍ମା ।
  • ଅଷ୍ଟ୍ରେଲିଆ ଏକାଦଶ: ଆଲିସା ହେଲି (ୱିକେଟ କିପର), ବେଥ୍ ମୋନି, ମେଗ ଲାନିଙ୍ଗ(କ୍ୟାପଟେନ), ରାଚେଲ ହେନ୍ସ, ଆଶ୍ଲେ ଗାର୍ଡନର୍, ସୋଫି ମୋଲିନେକ୍ସ, ନିକୋଲା କେରେ, ଜେସ୍ ଜୋନାସେନ୍, ଜର୍ଜିଆ ୱାରେହମ୍, ଡେଲିସା କିମିନ୍ସ, ମେଗାନ୍ ସ୍କଟ୍ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.