ETV Bharat / sports

ସ୍ମରଣୀୟ ମ୍ୟାଚ: ଦ୍ବିତୀୟ ଥର ବିଶ୍ବକପ ବିଜୟୀ ହୋଇଥିଲା ଅଷ୍ଟ୍ରେଲିଆ

author img

By

Published : Jun 20, 2020, 6:50 PM IST

On this Day: Australia thrashed pakistan to lift their 2nd World Cup title in 1999
ସ୍ମରଣୀୟ ମ୍ୟାଚ: ଦ୍ବିତୀୟ ଥର ବିଶ୍ବକପ ବିଜୟୀ ହୋଇଥିଲା ଅଷ୍ଟ୍ରେଲିଆ

ଆଜିକୁ 20 ବର୍ଷ ପୂର୍ବେ 1999 ବିଶ୍ବକପ ଫାଇନାଲରେ ପାକିସ୍ତାନକୁ ହରାଇ 2ୟ ଥର ପାଇଁ ଦିନିକିଆ ପୁରୁଷ ବିଶ୍ବକପ ଚମ୍ପିଆନ ହୋଇଥିଲା ଅଷ୍ଟ୍ରେଲିଆ ।

ନୂଆଦିଲ୍ଲୀ: ଆଜିକୁ 20 ବର୍ଷ ପୂର୍ବେ 1999 ବିଶ୍ବକପ ଫାଇନାଲରେ ପାକିସ୍ତାନକୁ ହରାଇ 2ୟ ଥର ପାଇଁ ଦିନିକିଆ ପୁରୁଷ ବିଶ୍ବକପ ଚମ୍ପିଆନ ହୋଇଥିଲା ଅଷ୍ଟ୍ରେଲିଆ ।

ବିଶ୍ବକପର ଏହି ସଂସ୍କରଣରେ ଅଷ୍ଟ୍ରେଲିଆର କ୍ୟାପଟେନ ରହିଥିଲେ ଷ୍ଟିଭ ୱ । ଇଂଲଣ୍ଡର ଲର୍ଡ୍ସ କ୍ରିକେଟ ଗ୍ରାଉଣ୍ଡରେ ଫାଇନାଲ ମୁକାବିଲା ଖେଳାଯାଇଥିଲା । ପାକିସ୍ତାନ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲା । ତେବେ ମ୍ୟାଚ ଆରମ୍ଭର ମାତ୍ର 6 ଓଭର ମଧ୍ୟରେ ୱାଜାହାତୁଲ୍ଲା ୱାସ୍ତି ଓ ସୟିଦ ଅନୱାରଙ୍କୁ ହରାଇ ସଙ୍କଟରେ ପଡିଥିଲା ପାକିସ୍ତାନ ।

ତେବେ ଅବଦୁଲ ରଜାକ ପାକିସ୍ତାନ ପାଇଁ କିଛି ସମୟ କଙ୍ଗାରୁ ବୋଲରଙ୍କ ସଫଳ ମୁକାବିଲା କରି ପାକିସ୍ତାନ କ୍ୟାମ୍ପରେ ଉତ୍ସାହ ଭରିଥିଲେ । ମାତ୍ର 20ତମ ଓଭରରେ ଆଉଟ ହୋଇ ପାଭିଲିୟନ ଫେରିଥିଲେ ରଜାକ । ମାତ୍ର 68 ରନ ମଧ୍ୟ 3 ୱିକେଟ ହରାଇଥିଲା ଗ୍ରିନ ଆର୍ମୀ । ଏହାପରେ ୱସିମ ଆକ୍ରମଙ୍କ ଟିମ ମାତ୍ର 132 ରନରେ ଅଲଆଉଟ ହୋଇଯାଇଥିଲା ।

133 ରନର ସହଜସାଧ୍ୟ ବିଜୟ ଲକ୍ଷ୍ୟକୁ ସଫଳତାର ସହ ହାସଲ କରିଥିଲା ଅଷ୍ଟ୍ରେଲିଆ । ଦଳ ପକ୍ଷରୁ ଓପନର ଆଡାମ ଗ୍ରୀଲଖ୍ରୀଷ୍ଟ 35 ବଲରେ 54 ରନର ବିସ୍ପୋର୍କ ଇଂନିସ ଖେଳିଥିଲେ । ଡାରେନ ଲେହମାନ ବିଜୟ ସଟ୍ ଖେଳି ଅଷ୍ଟ୍ରେଲିଆକୁ ଚମ୍ପିଆନ କରାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.