ETV Bharat / sports

ଭାରତ ବିପକ୍ଷ ଟି20 ସିରିଜ ପାଇଁ ଇଂଲଣ୍ଡ ଦଳ ଘୋଷଣା

author img

By

Published : Feb 11, 2021, 7:26 PM IST

Liam Livingstone recalled as England names squad for T20I series against India
ଭାରତ ବିପକ୍ଷ ଟି20 ସିରିଜ ପାଇଁ ଇଂଲଣ୍ଡ ଦଳ ଘୋଷଣା

ଭାରତ ବିପକ୍ଷ ଟି20 ସିରିଜ ପାଇଁ 16 ଖେଳାଳି ବିଶିଷ୍ଟ ସ୍କ୍ବାଡ ଘୋଷଣା କରିଛି ଇଂଲଣ୍ଡ । ଅଧିକ ପଢନ୍ତୁ...

ଲଣ୍ଡନ: ଭାରତ ବିପକ୍ଷ ଟି20 ସିରିଜ ପାଇଁ 16 ଖେଳାଳି ବିଶିଷ୍ଟ ସ୍କ୍ବାଡ ଘୋଷଣା କରିଛି ଇଂଲଣ୍ଡ । ମାର୍ଚ୍ଚ 12ରୁ ଅହମ୍ମଦାବାଦରେ ଆରମ୍ଭ ହେବ ଫଟାଫଟ କ୍ରିକେଟର 5 ଟିକିଆ ସିରିଜ ।

ସଦ୍ୟ ସମାପ୍ତ ହୋଇଥିବା ବିଗ ବାସ୍‌ ଲିଗ(BBL)ରେ ଦମଦାର ପ୍ରଦର୍ଶନ ପରେ ଲାନସୟର ବ୍ୟାଟ୍ସମ୍ୟାନ ଲିଆମ ଲିଭିଙ୍ଗଷ୍ଟୋନଙ୍କୁ ସ୍କ୍ବାଡରେ ସାମିଲ କରିଛି ଇଂଲଣ୍ଡ । ୱିକେଟ କିପର ବ୍ୟାଟ୍ସମ୍ୟାନ ଜସ ବଲଟରଙ୍କୁ ଶେଷ ତିନୋଟି ଟେଷ୍ଟରେ ବିଶ୍ରାମ ମିଳିବ । ତେବେ ଟି20 ସିରିଜରେ ଦଳକୁ ଫେରିବେ ବଟଲର ।

ଇଂଲଣ୍ଡ ଫେବ୍ରୁଆରୀ 26ରେ ଅହମ୍ମଦାବାଦ ଗସ୍ତ କରିବା ସହ 5 ଟିକିଆ ଟି2- ସିରିଜ ଖେଳିବ । ଭ୍ରଣଣକାରୀ ଦଳର ସ୍କ୍ବାଡରେ ଜେକ ବଲ ଓ ମାଟ ପାର୍କିନସନଙ୍କ ଭାବରେ ଦୁଇଜଣ ରିଜର୍ଭ ଖେଳାଳି ମଧ୍ୟ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.