ETV Bharat / sports

ଆଇପିଏଲ-2020: କ୍ୟାପିଟାଲ୍ସ ବୋଲରଙ୍କ ଆଗରେ ଚ୍ୟାଲେଞ୍ଜର ଧରାଶାୟୀ, ଦିଲ୍ଲୀର 4ର୍ଥ ବିଜୟ

author img

By

Published : Oct 6, 2020, 8:48 AM IST

ଆଇପିଏଲ2020: କ୍ୟାପିଟାଲ୍ସ ବୋଲରଙ୍କ ଆଗରେ ଚ୍ୟାଲେଞ୍ଜର ଧରାଶାୟୀ, ଦିଲ୍ଲୀର 4ର୍ଥ ବିଜୟ
ଆଇପିଏଲ2020: କ୍ୟାପିଟାଲ୍ସ ବୋଲରଙ୍କ ଆଗରେ ଚ୍ୟାଲେଞ୍ଜର ଧରାଶାୟୀ, ଦିଲ୍ଲୀର 4ର୍ଥ ବିଜୟ

ଦିଲ୍ଲୀ କ୍ୟାପିଟାଲ୍ସ ପୁଣି ଅଲରାଣ୍ଡର ପ୍ରଦର୍ଶନ ବଳରେ ଆଇପିଏଲର 13ତମ ସଂସ୍କରଣରେ ସାନଦାର ବିଜୟ ହାସଲ କରିଛି । ଚଳିତ ଲିଗର 19ତମ ମ୍ୟାଚରେ ରୟାଲ୍ସ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ 59ରନ୍‌ରେ ପରାସ୍ତ କରି ଦିଲ୍ଲୀ କ୍ୟାପିଟାଲ୍ସ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି । ତେବେ ବୋଲର ଅକ୍ସର ପଟେଲଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ମିଳିଛି ।

ଦୁବାଇ: ଦିଲ୍ଲୀ କ୍ୟାପିଟାଲ୍ସ ପୁଣି ଅଲରାଣ୍ଡର ପ୍ରଦର୍ଶନ ବଳରେ ଆଇପିଏଲର 13ତମ ସଂସ୍କରଣରେ ସାନଦାର ବିଜୟ ହାସଲ କରିଛି । ଚଳିତ ଲିଗର 19ତମ ମ୍ୟାଚରେ ରୟାଲ୍ସ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ 59ରନ୍‌ରେ ପରାସ୍ତ କରି ଦିଲ୍ଲୀ କ୍ୟାପିଟାଲ୍ସ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି । ତେବେ ବୋଲର ଅକ୍ସର ପଟେଲଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ମିଳିଛି ।

ସୋମବାର ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଶ୍ରେୟାସ ଆୟରଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ତେବେ ଆରସିବି ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ପ୍ରଥମେ ବ୍ୟାଟିଂ କରିବା ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଗ୍ରାଉଣ୍ଡକୁ ଓହ୍ଲାଇଥିଲା । ଦିଲ୍ଲୀ ପକ୍ଷରୁ ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ 26 ବଲରୁ ଅପାରାଜିତ 53 ରନର ବିସ୍ପୋରକ ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ । ଏଥିରେ 6ଟି ଚୌକା ଓ 2ଟି ଛକା ସାମିଲ ରହିଥିଲା । ଓପନର ପୃଥ୍ବୀ ଶ 23 ବଲରୁ 5 ଚୌକା ଓ 2 ଛକା ସହାୟତାରେ 42 ରନର ଇଂନିସ ଖେଳିଥିଲେ। ସେହିପରି ଶିଖର ଧୱନ 32(28ବଲ୍‌), ଋଷଭ ପନ୍ତ 37 ରନ(25ବଲ୍‌) କରଥିବାବେଳେ, କ୍ୟାପଟେନ ଶ୍ରେୟସ ଆୟର ଓ ହେଟମୟର ମାତ୍ର 11 ରନ ସଂଗ୍ରହ କରିଥିଲେ । ତେବେ ନିର୍ଦ୍ଧାରିତ ଓଭର ବେଳକୁ 4 ଓ୍ବିକେଟ ହରାଇ ଦଳ 196ରନ୍‌ ସଂଗ୍ରହ କରିଥିଲା ।

ଅନ୍ୟପଟେ ଆରସିବି ପକ୍ଷରୁ ମହମ୍ମଦ ସିରାଜ 2ଟି ୱିକେଟ ହାସଲ କରିଥିବାବେଳେ, ଇସୁରୁ ଉଦ୍ଦାନା ଓ ମୋଅନ ଅଲ୍ଲୀ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

ତେବେ ବିପକ୍ଷ ଦଳ ଆରସିବି 197ରନର ବିଜୟଲକ୍ଷ୍ୟ ନେଇ ଗ୍ରାଉଣ୍ଡକୁ ଓହ୍ଲାଇଥିଲା । କିନ୍ତୁ ଦିଲ୍ଲୀ ବୋଲରଙ୍କ ବୋଲିଂ ଯାଦୁରେ ଆରସିବି 20 ଓଭରରେ 9 ଓ୍ବିକେଟ ହରାଇ ମାତ୍ର 137ରନ ହାସଲ କରିଥିଲା । କେବଳ ଅଧିନାୟକ ବିରାଟ କୋହଲି 44ରନ୍‌ କରିଥିବାବେଳେ ଦେବଦତ୍ତ 4, ଆରୋନ ଫିଞ୍ଚ 13, ଏବି ଡିଭିଲିୟର୍ସ 9,ମୋଇନ ଅଲ୍ଲୀ 11, ୱାଶିଂଟନ ସୁନ୍ଦର 17, ଶିବମ ଦୁବେ 11, ଇସୁରୁ ଉଦାନା 1, ନବଦୀପ ସାଇନି12, ମହମ୍ମଦ ସିରାଜ 5ରନ୍‌ ହାସଲ କରିଥିଲେ । ତେବେ ଦିଲ୍ଲୀ ପକ୍ଷରୁ ରାବାଡା 4, ଅକ୍ସର ପଟେଲ ଓ ଅନରିଚ ନର୍ଟଜେ 2ଟି ଲେଖାଏଁ ଓ୍ବିକେଟ ହାସଲ କରିଥିବାବେଳେ ଆର ଅଶ୍ବିନ ଗୋଟିଏ ଓ୍ହିକେଟ ହାତେଇଥିଲେ ।

ବିଜୟୀ ଦିଲ୍ଲୀ କ୍ୟାପିଟାଲ୍ସ 9 ଅକ୍ଟୋବରରେ ରାଜସ୍ଥାନ ରୟାଲ୍ସକୁ ଭେଟିବ । ସେହିପରି ଆରସିବି 10 ଅକ୍ଟୋବରରେ ଚେନ୍ନାଇ ସୁପରକିଙ୍ଗ୍ସ ସହ ମୁହାଁମୁହିଁ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.