ETV Bharat / sports

ଆଇପିଏଲ 2020: ଦୁବାଇରେ ରୋହିତ-କୋହଲି ଟକ୍କର

author img

By

Published : Sep 28, 2020, 2:08 PM IST

Updated : Sep 28, 2020, 7:04 PM IST

ଆଇପିଏଲ 2020: ଦୁବାଇରେ ରୋହିତ-କୋହଲି ଟକ୍କର
ଆଇପିଏଲ 2020: ଦୁବାଇରେ ରୋହିତ-କୋହଲି ଟକ୍କର

ଭାରତର 2 ଦିଗଜ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଆଜି ଦୁବାଇ ଷ୍ଟାଡିୟମରେ ଦେଖିବାକୁ ମିଳିବ ଫାଇଟ୍‌ । ଆଇପିଏଲର 13ତମ ସଂସ୍କରଣର 10ମ ମ୍ୟାଚରେ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ ରୋହିତଙ୍କ ମୁମ୍ବାଇ ଇଣ୍ଡିଆନ୍ସ । ଉଭୟ ଏହି ଲିଗର 3ୟ ମ୍ୟାଚ ଖେଳିବେ ।

ଦୁବାଇ: ଭାରତର 2 ଦିଗଜ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଆଜି ଦୁବାଇ ଷ୍ଟାଡିୟମରେ ଦେଖିବାକୁ ମିଳିବ ଫାଇଟ୍‌ । ଆଇପିଏଲର 13ତମ ସଂସ୍କରଣର 10ମ ମ୍ୟାଚରେ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ ରୋହିତଙ୍କ ମୁମ୍ବାଇ ଇଣ୍ଡିଆନ୍ସ । ଉଭୟ ଏହି ଲିଗର 3ୟ ମ୍ୟାଚ ଖେଳିବେ ।

ଆଇପିଏଲ 2020: ଦୁବାଇରେ ରୋହିତ-କୋହଲି ଟକ୍କର

ତେବେ ଉଭୟ ଅଧିନାୟକଙ୍କ ମଧ୍ୟରେ ତୁଳନା କରାଗଲେ ଆଗରେ ରହିବେ ରୋହିତ ଶର୍ମା । 4ଥର ଲିଗ୍‌ର ଚମ୍ପିଆନ ହୋଇ ସାରିଛି ମୁମ୍ବାଇ । କିନ୍ତୁ କୋହଲି ଏଯାଏଁ କୌଣସି ସଂସ୍କରଣରେ ଚମ୍ପିଆନ ହୋଇ ପାରିନାହାନ୍ତି । ଆଉ ବର୍ତ୍ତମାନର ଫର୍ମକୁ ଦେଖିଲେ ରୋହିତ କେକେଆର ବିପକ୍ଷରେ ସାନଦାର ପାଳି ଖେଳି ବିଜୟ ହାସଲ କରିଥିଲେ । ଅନ୍ୟପଟେ ଚଳିତ ସିଜନରେ କୋହଲିଙ୍କ ବ୍ୟାଟରୁ ରନ୍‌ ବାହାରି ନାହିଁ । ତେବେ ଆଜିର ମ୍ୟାଚରେ କୋହିଲି ଚାହିଁବେ ଫର୍ମକୁ ଫେରିବାକୁ । କାରଣ ଟିମ ତାଙ୍କ ବ୍ୟାଟିଂ ଉପରେ ପ୍ରାୟତଃ ନିର୍ଭରଶୀଳ । ଏଥିସହ ଆରସିବି ଟିମର ଆଉ ଏକ ଖେଳାଳି ଏବି ଡେଭିଲିୟର୍ସଙ୍କୁ ଫର୍ମକୁ ଫେରିବାକୁ ପଡିବ ।

ଆଇପିଏଲ 2020: ଦୁବାଇରେ ରୋହିତ-କୋହଲି ଟକ୍କର
ହେଡ ଟୁ ହେଡ ମ୍ୟାଚ
ipl-2020-royal-challengers-bangalore-vs-mumbai-indians-10th-match-preview
ପଏଣ୍ଟ ଟେବୁଲ

ଆରସିବିର ଓପନର ଯୋଡି ଦେବଦତ୍ତ ପାଡିକଲ- ଆରୋନ ଫିଞ୍ଚ ଫର୍ମରେ ରହିଛନ୍ତି । କିନ୍ତୁ ଏମଆଇର ବୁମରାହଙ୍କ ବୋଲିଂ ପ୍ରତି ସତର୍କ ରହିବାକୁ ପଡିବ । ତେବେ ଟିମରେ ଫିନିସର କେହି ନାହିଁନ୍ତି , ଯିଏ କି ଅନ୍ତିମ ଓଭରରେ ଦ୍ରୁତ ଭାବେ ରନ କରି ପାରିବେ । ଶିବମ ଦୁବେ ଏହି ସ୍ଥାନ ନେବାର ଯୋଗ୍ୟତା ରଖିଛନ୍ତି, କିନ୍ତୁ ଏଯାଏଁ ସଫଳ ହୋଇ ନାହାଁନ୍ତି । ବଲିଂ ବିଭାଗରେ ଏଯାଏଁ ଡେଲ ଷ୍ଟେନ କୌଣସି କରିସ୍ମା ଦେଖାଇ ପାରି ନାହାଁନ୍ତି । ଉମେଶ ଯାଦବ ଓ ନବଦୀପ ସାଇନି ହାଇଦ୍ରାବାଦ ବିପକ୍ଷରେ ଭଲ ଖେଳିଥିଲେ ଓ ସ୍ପିନର ୟୁଜବେନ୍ଦ୍ର ଚହଲ ଭଲ ଫର୍ମରେ ରହିଛନ୍ତି ।

ଅନ୍ୟପଟେ ମୁମ୍ବାଇର ଓପନର କ୍ବିଣ୍ଟନ୍ ଡି କକ୍ ଓ ରୋହିତ ଶର୍ମା ଭଲ ଫର୍ମରେ ରହିଛନ୍ତି । ସୂର୍ଯ୍ୟ କୁମାର ବି ଭଲ ରନ କରୁଛନ୍ତି । ସୌରଭ ତିଓ୍ବାରି ବଡ ଇଂନିସ ଖେଳି ନଥିଲେ ବି ଟିମକୁ ସମ୍ଭାଳିଛନ୍ତି । 13 ସିଜନରେ କେବଳ ଏହି 4ଜଣ ବ୍ୟାଟ୍ସମ୍ୟାନ ହିଁ ଟିମକୁ ସମ୍ଭାଳିଛନ୍ତି । ନିମ୍ନକ୍ରମରେ ପାଣ୍ଡ୍ୟା ବଦର୍ସ ଓ ପୋଲାର୍ଡଙ୍କ ବ୍ୟାଟରୁ ଏଯାଏଁ ଛକା ଚୌକାର ବର୍ଷା ହୋଇ ନାହିଁ । ଯଦି ଆଜିର ମ୍ୟାଚରେ ଉପରକ୍ରମ ଫେଲ ମାରୁଛି ପାଣ୍ଡ୍ୟା ବଦର୍ସ ଓ ପୋଲାର୍ଡଙ୍କୁ ହିଁ ସମ୍ଭାଳିବାକୁ ପଡିବ ।

ବୋଲିଂ ବିଭାଗକୁ ଦେଖିଲେ ସ୍ପିନର ରାହୁଲ ଚହରଙ୍କ ଉପରେ ଟିମର ନିର୍ଭର କରିବ । ଯଦି ରୋହିତ 2ୟ ସ୍ପିନର ଭାବେ କାହାକୁ ଟିମରେ ସାମିଲ କରିବେ ତାହା ଉପରେ ସମସ୍ତଙ୍କ ନିଜର ରହିବ । ପେସ ବୋଲରଙ୍କ ମଧ୍ୟ ବୁମରା, ଟ୍ରେଣ୍ଟ ବୋଲ୍ଟଙ୍କ ଉପରେ ଦଳ ନିର୍ଭର କରିବ। ଏଥିସହିତ ଫିଞ୍ଚ, କୋହଲି ଓ ଡେଭିଲିୟର୍ସଙ୍କ ଓ୍ବିକେଟ ଶ୍ରୀଘ୍ର ହାସଲ ଲକ୍ଷ୍ୟ ରହିବ ।

ହେଡ ଟୁ ହେଡ ମ୍ୟାଚକୁ ଦେଖିଲେ ମୁମ୍ବାଇ ଓ ବାଙ୍ଗାଲୋର ମୋଟ 25ଟି ମ୍ୟାଚ ଖେଳିଛନ୍ତି । ସେଥିରୁ ମୁମ୍ବାଇ 16ଟା ମ୍ୟାଚ ଜିତିଥିବାବେଳେ ବାଙ୍ଗାଲୋର ମାତ୍ର 9ଟି ମ୍ୟାଚରେ ବିଜୟ ହାସଲ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Sep 28, 2020, 7:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.