ETV Bharat / sports

ଆଇପିଏଲ 2020: ମୋର୍ଗାନଙ୍କ ମାରାଥନ ଇଂନିସ, କେକେଆର 191/7

author img

By

Published : Nov 1, 2020, 9:39 PM IST

IPL 2020: KKR set mammoth 192 runs target for RR in must-win game
ଆଇପିଏଲ 2020: ମୋର୍ଗାନଙ୍କ ମାରାଥନ ଇଂନିସ, କେକେଆର 191/7

ନିର୍ଧାରିତ 20 ଓଭରରେ 7 ୱିକେଟ ହରାଇ 191 ରନ ସଂଗ୍ରହ କରିଛି କୋଲକାତା ନାଇଟ ରାଇଡର୍ସ । ଫଳରେ ରାଜସ୍ଥାମନ ସାମ୍ନାରେ 192 ରନର ବିଶାଳ ବିଜୟ ଲକ୍ଷ୍ୟ ରହିଛି । ଅଧିକ ପଢନ୍ତୁ...

ଦୁବାଇ: ଆଇପିଏଲର 54ତମ ମ୍ୟାଚ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଛି । ରାଜସ୍ଥାନ ରୟାଲ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ହେଉଛି ଗୁରୁତ୍ବପୂର୍ଣ୍ଣ ମୁକାବିଲା । ପ୍ଲେ-ଅଫରେ ସ୍ଥାନ ପାଇଁ ଉଭୟ ଟିମ ପାଇଁ ଏହି ମ୍ୟାଚ କର ବା ମର ଭଳି ସ୍ଥିତି ରହିଛି ।

IPL 2020: KKR set mammoth 192 runs target for RR in must-win game
ଆଇପିଏଲ 2020: ମୋର୍ଗାନଙ୍କ ମାରାଥନ ଇଂନିସ, କେକେଆର 191/7

ଟସ ଜିତି ରାଜସ୍ଥାନ କ୍ୟାପଟେନ ଷ୍ଟିଭ ସ୍ମିଥ ପ୍ରଥମେ କେକେଆରକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ପରେ ନିର୍ଧାରିତ 20 ଓଭରରେ 7 ୱିକେଟ ହରାଇ 191 ରନ ସଂଗ୍ରହ କରିଛି କୋଲକାତା ନାଇଟ ରାଇଡର୍ସ । ଫଳରେ ରାଜସ୍ଥାମନ ସାମ୍ନାରେ 192 ରନର ବିଶାଳ ବିଜୟ ଲକ୍ଷ୍ୟ ରହିଛି ।

IPL 2020: KKR set mammoth 192 runs target for RR in must-win game
ଆଣ୍ଡ୍ରେ ରସେଲ

କେକେଆର ପକ୍ଷରୁ କ୍ୟାପଟେନ ଇଆନ ମୋର୍ଗାନ ନିଜେ ବ୍ୟାଟିଂ ବିଭାଗର ଭାର ସମ୍ଭାଳିଥିଲେ । 35 ବଲରୁ 5 ଚୌକା ଓ 6 ଚୌକା ସହାୟତାରେ ଅପରାଜିତ 68 ରନର ଇଂନିସ ଖେଳିଛନ୍ତି ମୋର୍ଗାନ । ଓପନର ଶୁଭମନ ଗିଲ 6 ଚୌକା ସହାୟତାରେ 24 ବଲରୁ 36 ରନର ଇଂନିସ ଖେଳିଛନ୍ତି । ତେବେ ଫର୍ମରେ ଥିବା ନୀତିଶ ରାଣା ଏହି ମ୍ୟାଚରେ ବିଫଳ ହୋଇଥିଲେ । ରାହୁଲ ତ୍ରିପାଠୀ 34 ବଲରୁ 39, ଓ ଟିମର ଷ୍ଟାର ଅଲରାଉଣ୍ଡର 11 ବଲରୁ ଦ୍ରୁତ 25 ରନର ଇଂନିସ ଖେଳିଛନ୍ତି ।

ରସେଲଙ୍କ ଇଂନିସରେ ଗୋଟିଏ ଚୌକା ଓ 3ଟି ବିଶାଳ ଛକା ସାମିଲ ରହିଛି । ତେବେ ବିସ୍ଫୋରକ ବ୍ୟାଟିଂ କରୁଥିବାବେଳେ ରସେଲଙ୍କୁ, କାର୍ତ୍ତିକ ତ୍ୟାଗୀ ବଦଳ ଖେଳାଳି ଡେଭିଡ ମିଲରଙ୍କ ଦ୍ବାରା କ୍ୟାଚ ଆଉଟ କରାଇ ପାଭିଲିୟନ ପଠାଇଦେଇଥିଲେ । ମାତ୍ର କ୍ୟାପେଟନ ମୋର୍ଗାନ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି କୋଲକାତାର ସ୍କୋର 190 ପାର କରାଇଥିଲେ ।

ରାଜସ୍ଥାନ ପକ୍ଷରୁ ଜୋଫ୍ରା ଆର୍ଚର ପ୍ରଭାବୀ ସାବ୍ୟସ୍ତ ହୋଇଛନ୍ତି। 4 ଓଭରରେ ମାତ୍ର 19 ରନ ବ୍ୟୟରେ ଗୋଟିଏ ୱିକେଟ ହାତେଇଛନ୍ତି ଆର୍ଚର । ମାତ୍ର ରାହୁଲ ତେୱାତିଆ ବଲରେ କମାଲ ଦେଖାଇଛନ୍ତି । 4 ଓଭରରେ 25 ରନ ବ୍ୟୟରେ ସର୍ବାଧିକ 3ଟି ୱିକେଟ ଅକ୍ତିଆର କରିଛନ୍ତି ତେୱାତିଆ । କାର୍ତ୍ତିକ ତ୍ୟାଗୀ ଦୁଇଟି ଓ ଶ୍ରେୟସ ଗୋପାଳ ଗୋଟିଏ ୱିକେଟ ହାସଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.