ETV Bharat / sports

ପ୍ରମୁଖ ଖେଳାଳିଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ସୁରକ୍ଷିତ ରଖିବା ଉଚିତ: ବାଙ୍ଗର

author img

By

Published : Nov 10, 2020, 6:47 PM IST

IPL 2020: DC should stick to talented players irrespective of title win, says Bangar
ପ୍ରମୁଖ ଖେଳାଳିଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ସୁରକ୍ଷିତ ରଖିବା ଉଚିତ: ବାଙ୍ଗର

ଇଣ୍ଡିଆନ ପ୍ରିମିୟର ଲିଗ 2020ର ଫାଇନାଲ ମୁକାବିଲା ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ ।

ହାଇଦ୍ରାବାଦ: ଇଣ୍ଡିଆନ ପ୍ରିମିୟର ଲିଗ 2020ର ଫାଇନାଲ ମୁକାବିଲା ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ରହିଛି । ଫାଇନାଲ ମ୍ୟାଚକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍କଣ୍ଠା ବଢୁଥିବାବେଳେ, କ୍ରିକେଟ ବିଷାରଦମାନେ ବିଷ୍ଳେଷଣ ଓ ଚର୍ଚ୍ଚା ଜାରି ରଖିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସକୁ ନେଇ ପୂର୍ବତନ ଭାରତୀୟ କ୍ରିକେଟର ସଞ୍ଜୟ ବାଙ୍ଗର ଗୁରୁତ୍ବପୂର୍ଣ୍ଣ ବୟାନ ରଖିଛନ୍ତି ।

IPL 2020: DC should stick to talented players irrespective of title win, says Bangar
ଶ୍ରେୟସ ଆୟର

ଆଇପିଏଲ ଫାଇନାଲ ମ୍ୟାଚର ଫଳାଫଳ ସହିତ ଟିମର ପ୍ରମୁଖ ଖେଳାଳିଙ୍କୁ ସୁରକ୍ଷିତ ରଖିବାକୁ ବାଙ୍ଗର କହିଛନ୍ତି । ନିଲାମ ପ୍ରକ୍ରିୟାରେ ଅନେକ ଖେଳାଳିଙ୍କୁ ଟିମ ବାହାର କରିଥାଏ । ସମସ୍ତ ବିଭାଗରେ ନୂଆ ଖେଳାଳିଙ୍କୁ ସ୍ଥାନ ପାଇଁ ପ୍ରୟାସ କରିଥାଏ । ମାତ୍ର ଦିଲ୍ଲୀ ପ୍ରମୁଖ ଖେଳାଳିଙ୍କୁ ରଖିବା ସପକ୍ଷରେ ମତ ଦେଇଛନ୍ତି ବାଙ୍ଗର ।

IPL 2020: DC should stick to talented players irrespective of title win, says Bangar
ସଞ୍ଜୟ ବାଙ୍ଗର

ଶ୍ରେୟସ ଆୟରଙ୍କ ଟିମରେ ଋଷଭ ପନ୍ତ, କାଗିସୋ ରବାଡା, ଅକ୍ସର ପଟେଲ, ଆନରିଚ ନର୍ଟଜେ ଓ ମାର୍କସ ଷ୍ଟୋଇନିସଙ୍କ ଭଳି ଷ୍ଟାର ଖେଳାଳି ରହିଛନ୍ତି । ମୁଖ୍ୟ କୋଚ ରିକି ପଏଣ୍ଟିଂଙ୍କ ସମୟରେ ଗତ ଦୁଇ ବର୍ଷ ଧରି ଟିମ ପ୍ରଭାବୀ ପ୍ରଦର୍ଶନ କରିଛି ।

ମୁମ୍ବାଇ ଇଣ୍ଡିଆନ୍ସ ବର୍ଷ 2013, 2015, 2017 ଓ 2019ରେ 4ଥର ଆଇପିଏଲ ଚମ୍ପିଆନ ରହିଛି । ରୋହିତ ଶର୍ମାଙ୍କ ନେତୃତ୍ବରେ ମୁମ୍ବାଇ ଇଣ୍ଡିଆନ୍ସ କ୍ବାଲିଫାୟର 1ରେ ଦିଲ୍ଲୀକୁ ହରାଇ ଫାଇନାଲରେ ପହଞ୍ଚିଛି । ସେହପରି କ୍ବାଲିଫାୟର 2ରେ ସନରାଇଜର୍ସ ହାଇଦ୍ରାବାକୁ ହରାଇ ଫାଇନାଲକୁ ଉନ୍ନୀତ ହୋଇଛି ଦିଲ୍ଲୀ କ୍ୟାପିଟାଲ୍ସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.