ETV Bharat / sports

ଭାରତ-ଦ.ଆଫ୍ରିକା 2ୟ ଦିନିକିଆ: ଝୁଲଣଙ୍କ ବଲରେ‌ ଘାଇଲା ଦ.ଆଫ୍ରିକା, 157ରନ୍‌ରେ ଅଲ୍‌ଆଉଟ

author img

By

Published : Mar 9, 2021, 12:44 PM IST

ଭାରତ-ଦ.ଆଫ୍ରିକା 2ୟ ଦିନିକିଆ: ଝୁଲଣଙ୍କ ବଲରେ‌ ଘାଇଲା ଦ.ଆଫ୍ରିକା, 157ରନ୍‌ରେ ଅଲ୍‌ଆଉଟ
ଭାରତ-ଦ.ଆଫ୍ରିକା 2ୟ ଦିନିକିଆ: ଝୁଲଣଙ୍କ ବଲରେ‌ ଘାଇଲା ଦ.ଆଫ୍ରିକା, 157ରନ୍‌ରେ ଅଲ୍‌ଆଉଟ

ଝୁଲଣ ଗୋସ୍ବାମୀଙ୍କ ବଲ୍‌ରେ 41 ଓଭରରେ 157ରନ୍‌ରେ ଅଲ୍‌ଆଉଟ୍‌ ହୋଇଛି ଭ୍ରମଣକାରୀ ଟିମ । ଭାରତ ପକ୍ଷରୁ ଝୁଲଣ ସର୍ବାଧିକ 6ଟି ଓ୍ବିକେଟ ହାତେଇଛନ୍ତି ।

ଲକ୍ଷ୍ନୌ: ଭାରତ-ଦ.ଆଫ୍ରିକା 2ୟ ଦିନିକିଆ ମ୍ୟାଚରେ ମିତାଲୀ ବାହିନୀ ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ । ତେବେ ଝୁଲଣ ଗୋସ୍ବାମୀଙ୍କ ବଲ୍‌ରେ 41 ଓଭରରେ 157ରନ୍‌ରେ ଅଲ୍‌ଆଉଟ୍‌ ହୋଇଛି ଭ୍ରମଣକାରୀ ଟିମ । ଭାରତ ପକ୍ଷରୁ ଝୁଲଣ ସର୍ବାଧିକ 6ଟି ଓ୍ବିକେଟ ହାତେଇଛନ୍ତି ।

ଏଥିସହ ରାଜଶ୍ବରୀ ଗାଇକଓ୍ବାଡ 3ଟି, ମାନସି ଯୋଶୀ 2 ଓ ହରମନପ୍ରୀତ କୌର ଗୋଟିଏ ଓ୍ବିକେଟ ହାତେଇଛନ୍ତି ।

ଦ.ଆଫ୍ରିକା ପକ୍ଷରୁ ଲାରା ଗୁଡାଲ ସର୍ବାଧିକ 49 ରନ୍‌ କରିଥିବାବେଳେ ଲିଜେଲ 4, ଲୟରା 9, ସୁନେ ଲୁସ୍‌ 36, ମିଗନନ୍‌ 11, ମାରିଜାନେ 10, ତ୍ରୀଶା ଚେଟି 12, ନାଦିନ 8, ଶବ୍ନିମ ଇସମାଇଲ ଓ ନନ୍‌କୁଲୁଲେକୋ 0, ଆୟୋବୋଙ୍ଗା 5ରନ୍‌ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.