ETV Bharat / sports

ରାଞ୍ଚି ଟେଷ୍ଟ: ଫଲୋଅନରେ ବି ଧରାଶାୟୀ ଦକ୍ଷିଣ ଆଫ୍ରିକା

author img

By

Published : Oct 21, 2019, 3:18 PM IST

ଘରୋଇ ଦଳର 497ରନ ପାଳି ଘୋଷଣା ଜବାବରେ ଅତିଥି ଦଳ ତାର ପ୍ରଥମ ଇଂନିସରେ 162ରନରେ ଅଲଆଉଟ ହୋଇଯାଇଛି। ଫଳରେ ଫଲୋଅନ ଖେଳିବାକୁ ବାଧ୍ୟ ହୋଇଛି ଦକ୍ଷିଣ ଆଫ୍ରିକା । ଫଲୋଅନରେ ମଧ୍ୟ ଆଣ୍ଠେଇ ପଡିଛି ଅତିଥି ଦଳ । ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନଂସରେ 4 ୱିକେଟ ହରାଇ ମାତ୍ର 26 ରନ୍‌ କରିଛି।

ରାଞ୍ଚି ଟେଷ୍ଟ

ରାଞ୍ଚି: ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟେଷ୍ଟ ଶୃଙ୍ଖଳାର 3ୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚର 3ୟ ଦିନରେ ଭାରତୀୟ ଦଳର ଦବଦବା ଜାରି ରହିଛି । ଘରୋଇ ଦଳର 497ରନ ପାଳି ଘୋଷଣା ଜବାବରେ ଅତିଥି ଦଳ ତାର ପ୍ରଥମ ଇଂନିସରେ 162ରନରେ ଅଲଆଉଟ ହୋଇଯାଇଛି । ଫଳରେ ଫଲୋଅନ ଖେଳିବାକୁ ବାଧ୍ୟ ହୋଇଛି ଦକ୍ଷିଣ ଆଫ୍ରିକା ।

ତେବେ ଫଲୋଅନରେ ମଧ୍ୟ ଆଣ୍ଠେଇ ପଡିଛି ଅତିଥି ଦଳ । ଚା ପାନ ବିରତି ସୁଦ୍ଧା ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନଂସରେ 4 ୱିକେଟ ହରାଇ ମାତ୍ର 26 ରନ୍‌ କରିଛି। ଭାରତୀୟ ବୋଲରଙ୍କ ମଧ୍ୟରେ ମହମ୍ମଦ ସାମି 3 ଓ ଉମେଶ ଯାଦବ ଗୋଟିଏ ୱିକେଟ ନେଇଛନ୍ତି।

ରାଞ୍ଚି ଟେଷ୍ଟ
ଫଟୋ ସୌଜନ୍ୟ- ବିସିସିଆଇ

ସେହିପରି ପ୍ରଥମ ଇଂନିସରେ ମଧ୍ୟ ଭ୍ରମଣକାରୀ ଦଳ ନୈରାଶ୍ୟ ଜନକ ଖେଳ ପ୍ରଦର୍ଶନ କରିଛି । ଦଳ ପକ୍ଷରୁ ଜୁବେର ହାମାଜା 62, ଜର୍ଜ ଲିଣ୍ଡେ 37 ଓ ତେମ୍ବା ବାଭୁମା 32ରନ୍‌ କରିଥିଲେ । ଅନ୍ୟମାନେ ଦୁଇ ଅଙ୍କ ସ୍କୋର ଛୁଇଁ ପାରି ନ ଥିଲେ । ଘରୋଇ ଦଳ ଲାଗି ଉମେଶ ଯାଦବ 3 ୱିକେଟ ନେଇଥିବା ବେଳେ ମହମ୍ମଦ ସାମି, ରବୀନ୍ଦ୍ର ଜାଡେଜା ଓ ପଦାର୍ପଣକାରୀ ଶାହବାଜ ନଦୀମ ଦୁଇ ଲେଖାଏଁ ୱିକେଟ ହାତେଇଥିଲେ । ଏହାପରେ 335 ରନ୍‌ରେ ପଛୁଆ ଥିବା ଦକ୍ଷିଣ ଆଫ୍ରିକାକୁ ଭାରତୀୟ ଅଧିନାୟକ ବିରାଟ କୋହଲି ଫଲୋଅନ୍‌ ଡାକିଥିଲେ ।

Intro:Body:

BLANK


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.