ETV Bharat / sports

ଇଂଲଣ୍ଡରେ ଟେଷ୍ଟ ସିରିଜ ପୂର୍ବରୁ ଭାରତ 'ଏ' ଟିମ ସହ ଲଢିବ ବିରାଟ ବାହିନୀ

author img

By

Published : Jan 28, 2021, 1:47 PM IST

ଇଂଲଣ୍ଡରେ ଟେଷ୍ଟ ସିରିଜ ପୂର୍ବରୁ ଭାରତ ଏ ଟିମ ସହ ଲଢିବ ବିରାଟ ବାହିନୀ
ଇଂଲଣ୍ଡରେ ଟେଷ୍ଟ ସିରିଜ ପୂର୍ବରୁ ଭାରତ ଏ ଟିମ ସହ ଲଢିବ ବିରାଟ ବାହିନୀ

ଚଳିତବର୍ଷ ଭାରତୀୟ କ୍ରିକେଟ ଦଳ ଇଂଲଣ୍ଡ ଗସ୍ତରେ ଯାଇ ଇଂଲଣ୍ଡ ବିପକ୍ଷରେ 5ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ । ତେବେ ଏହି ସିରିଜ ପୂର୍ବରୁ ଚଳିତ ଜୁଲାଇ ମାସରେ ବିରାଟ ବାହିନୀ ଦଳ ଅଭ୍ୟାସ ମ୍ୟାଚରେ ଭାରତ ଏ ଟିମକୁ ଭେଟିବ ।

ଲଣ୍ଡନ: ଚଳିତବର୍ଷ ଭାରତୀୟ କ୍ରିକେଟ ଦଳ ଇଂଲଣ୍ଡ ଗସ୍ତରେ ଯାଇ ଇଂଲଣ୍ଡ ବିପକ୍ଷରେ 5ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ । ଏହି ସିରିଜର ପ୍ରଥମ ମ୍ୟାଚ ଅଗଷ୍ଟ 4ରେ ନଟିଂହାମ୍‌ରେ ଖେଳାଯିବ । ତେବେ ଏହି ସିରିଜ ପୂର୍ବରୁ ଚଳିତ ଜୁଲାଇ ମାସରେ ବିରାଟ ବାହିନୀ ଦଳ ଅଭ୍ୟାସ ମ୍ୟାଚରେ ଭାରତ ଏ ଟିମକୁ ଭେଟିବ ।

ନର୍ଥମ୍ପଟନଶାୟର କାଉଣ୍ଟି କ୍ରିକେଟ୍ କ୍ଲବ କହିଛି ଯେ, ଏହି ଗ୍ରୀଷ୍ମ ଋତୁରେ କାଉଣ୍ଟି ଗ୍ରାଉଣ୍ଡରେ ବିଶ୍ବର କିଛି ଭଲ ଅନ୍ତରାଷ୍ଟ୍ରୀୟ କ୍ରିକେଟରଙ୍କ ଖେଳ ଦେଖିବାକୁ ମିଳିବ । ସେତେବେଳେ ଆମେ ଭାରତ ଓ ଭାରତ ଏ ଟିମର ସ୍ବାଗତ କରିବୁ ।

ସୂଚନାଥାଉକି, 2ୟ ଟେଷ୍ଟ ମ୍ୟାଚ(12 ଅଗଷ୍ଟ-16 ଅଗଷ୍ଟ), 3ୟ ଟେଷ୍ଟ ମ୍ୟାଚ(ଅଗଷ୍ଟ25-ଅଗଷ୍ଟ 29), 4ର୍ଥ ଟେଷ୍ଟ (ସେପ୍ଟେମ୍ବର2- 6) ଓ 5ମ ଟେଷ୍ଟ ମ୍ୟାଚ (10 ସେପ୍ଟେମ୍ବର-14) ଖେଳାଯିବ ।

ବର୍ତ୍ତମାନ ଇଂଲଣ୍ଡ ଦଳ ଭାରତ ଗସ୍ତରେ ଆସିଛନ୍ତି । ଉଭୟଙ୍କ ମଧ୍ୟରେ ଟେଷ୍ଟ, ଦିନିକିଆ ଓ ଟି-20 ସିରିଜ ଖେଳାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.