ETV Bharat / sports

AUS vs IND 1st T20: ଅଷ୍ଟ୍ରେଲିଆକୁ କଡାଟକ୍କର ଦେବ ବିରାଟ ବାହିନୀ

author img

By

Published : Dec 4, 2020, 12:59 PM IST

AUS vs IND 1st T20: ଅଷ୍ଟ୍ରେଲିଆ ଦଳକୁ  କଡାଟକ୍କର ଦେବ ବିରାଟ ବାହିନୀ
AUS vs IND 1st T20: ଅଷ୍ଟ୍ରେଲିଆ ଦଳକୁ କଡାଟକ୍କର ଦେବ ବିରାଟ ବାହିନୀ

ଆଜି ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟି-20 ମ୍ୟାଚ । ଭାରତୀୟ ସମୟ ଅନୁସାରେ ମ୍ୟାଚ ଦିନ 1ଟା 40ରେ ଆରମ୍ଭ ହେବ ।

କାନବେରା: ଟିମ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସିରିଜରେ ପରାସ୍ତ ହେବା ପରେ ଆଜି ଠାରୁ ଟି-20 ସିରିଜରେ ଘରୋଇଦଳକୁ କଡାଟକ୍କର ଦେବାକୁ ଗ୍ରାଉଣ୍ଡକୁ ଓହ୍ଲାଇବ । କାରଣ ଭାରତୀୟ ଟି-20 ଟିମ ପାଖରେ ସନ୍ତୁଳିତ ଖେଳାଳି ଅଛନ୍ତି ।

କୋରୋନା ମହାମାରୀ ଆରମ୍ଭ ପୂର୍ବରୁ ନ୍ୟୁଜିଲାଣ୍ଡ ଦଳକୁ ଟିମ ଇଣ୍ଡିଆ 5ମ୍ୟାଚ ବିଶିଷ୍ଟ ଟି-20 ସିରିଜରେ ପରାସ୍ତ କରିଥିଲା । ଫଳରେ ଭାରତୀୟ ଦଳର ମନୋବଳ ବେଶ୍‌ ଦୃଢ ରହିଛି । ଓ୍ବାସିଂଟନ ସୁନ୍ଦର. ଦୀପକ ଚହର ଓ ଟି ନଟରାଜନ ବୋଲିଂ ବିଭାଗ ସମ୍ଭାଳିବେ ।

  • 🇦🇺 Australia have won 10 of their 13 completed T20I matches since the start of 2019!

    🇮🇳 India have won each of their last eight completed T20Is, including two Super Overs!

    Which team will come out on top in the first #AUSvIND match today? 👀 pic.twitter.com/5rR6WYK6SB

    — ICC (@ICC) December 4, 2020 " class="align-text-top noRightClick twitterSection" data=" ">

ମାନୁକା ଓଭାଲ ପିଚ୍‌ ଉଭୟ ସ୍ପିନର ଓ ପେସ୍‌ ବୋଲରଙ୍କୁ ସୁହାଇବ । ତେବେ ବୁମରାହଙ୍କ ସହ ଆରମ୍ଭ ସାମି କିମ୍ବା ଦୀପକ ଚହର କିଏ କରୁଛି ମ୍ୟାଚରେ ଜଣାପଡିବ । ତେବେ ଦିନିକିଆରେ ଫେଲ୍‌ ମାରିଥିବା ଚହଲ ଆଜି ଫର୍ମକୁ ଆସିବାକୁ ଚେଷ୍ଟା କରିବେ ।

ଏପେଟେ ବ୍ୟାଟିଂ ବିଭାଗକୁ ଦେଖିଲେ କେଏଲ ରାହୁଲ ଆଜି ଧଓ୍ବନଙ୍କ ସହ ଓପନିଂ କରି ପାରନ୍ତି । ଖାସ୍‌ କରି ସମସ୍ତଙ୍କ ନଜର କେଏଲ ରାହୁଲଙ୍କ ଉପରେ ରହିବ । କାରଣ ଆଇପିଏଲରେ ସର୍ବାଧିକ ରନ୍‌ ହାସଲ କରିଥିଲେ କେଏଲ୍‌ ରାହୁଲ । ଏଥିସହ ଅଧିନାୟକ ବିରାଟ କୋହଲି ଦିନିକିଆରେ ଫର୍ମରେ ରହିଥିଲେ , ଟି-20 ସିରିଜରେ ବି ଫର୍ମ ଜାରି ରଖିବାକୁ ଚାହିଁବେ । ଶ୍ରେୟାସ ଆୟର ଆଜିର ମ୍ୟାଚରେ ବଡ ଇଂନିସ ଖେଳିବାକୁ ଚାହିଁବେ ।

ଅନ୍ୟପଟେ ଘରୋଇ ଦଳ ଦିନିକିଆ ସିରିଜ ହାତେଇ ଜୋସ୍‌ରେ ରହିଛି । ଓପନୋର ଡେଭିଡ ଓ୍ବାର୍ଣ୍ଣର ଆହତ ହୋଇଥିବାରୁ ଆଜି ଅଧିନାୟକ ଫିଞ୍ଚଙ୍କ ସହ କିଏ ଓପୋନିଂ କରିବ ତାହା ସମସ୍ତଙ୍କ ନଜର ରହିବ । ବୋଲିଂ ବିଭାଗରେ ପାଟ କମିନ୍ସ ଓ ଷ୍ଟାର୍କ 3ୟ ଦିନିକିଆର ଏକାଦଶରେ ସ୍ଥାନ ପାଇନଥିଲେ । ଆଜିର ଟି-20 ସିରିଜର 1ମ ମ୍ୟାଚରେ ଚୁଡାନ୍ତ ଏକାଦଶରେ ସ୍ଥାନ ପକ୍କା କରି ପାରନ୍ତି ।

ଭାରତୀୟ ସମୟ ଅନୁସାରେ ମ୍ୟାଚ ଆରମ୍ଭ ଦିନ 1ଟା 40ରେ ଆରମ୍ଭ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.