ETV Bharat / sports

ପଞ୍ଚମ ଦିିନିକିଆ: ମିତାଲିଙ୍କ ଲଢୁଆ 79 ସତ୍ତ୍ବେ ଭାରତ 188ରେ ଅଲଆଉଟ୍‌

author img

By

Published : Mar 17, 2021, 3:52 PM IST

କ୍ୟାପଟେନ ମିତାଲି ରାଜଙ୍କ ଲଢୁଆ 79 ରନର ଇଂନିସ ସତ୍ତ୍ବେ ଭାରତୀୟ ମହିଳା ଟିମ ଦକ୍ଷିଣ ଆଫ୍ରିକା ବିପକ୍ଷ ପଞ୍ଚମ ଦିନିକିଆରେ 188 ରନରେ ଅଲଆଉଟ । ଅଧିକ ପଢନ୍ତୁ...

5th ODI: India Women bundled out for 189 despite Mithali's fighting 79
ପଞ୍ଚମ ଦିିନିକିଆ: ମିତାଲିଙ୍କ ଲଢୁଆ 79 ସତ୍ତ୍ବେ, ଭାରତ 188ରେ ଅଲଆଉଟ୍

ଲକ୍ଷ୍ନୌ: କ୍ୟାପଟେନ ମିତାଲି ରାଜଙ୍କ ଲଢୁଆ 79 ରନର ଇଂନିସ ସତ୍ତ୍ବେ ଭାରତୀୟ ମହିଳା ଟିମ ଦକ୍ଷିଣ ଆଫ୍ରିକା ବିପକ୍ଷ ପଞ୍ଚମ ଦିନିକିଆରେ 188 ରନରେ ଅଲଆଉଟ ହୋଇଛି ।

ବୁଧବାର ଖେଳାଯାଉଥିବା ମୁକାବିଲାରେ ହରମନପ୍ରୀତ କୌର 30 ରନ୍‌ କରିଥିଲେ । 4ର୍ଥ ୱିକେଟ ଯୋଡିରେ ହରମନପ୍ରୀତ ଓ ମିତାଲି 71 ରନର ଭାଗିଦାରୀ କରିଥିଲେ ।

ମାତ୍ର ଭାରତୀୟ ସ୍କୋର 124/3 ଥିବାବେଳେ ହରମନପ୍ରୀତ ପାଭିଲିୟନ ଫେରିଥିଲେ । ପରେ ଭାରତୀୟ ଟିମ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ପରବର୍ତ୍ତୀ 52 ରନ ମଧ୍ୟରେ ଶେଷ 6ଟି ୱିକେଟ ହରାଇଥିଲା ଦଳ ।

ପୂର୍ବରୁ ଦକ୍ଷିଣ ଆଫ୍ରିକା 3-1 ଅଗ୍ରଣୀ ସହ ସିରିଜ କବ୍ଜା କରିସାରିଛି ।

ସଂକ୍ଷିପ୍ତ ସ୍କୋର: ଭାରତ 188 ଅଲଆଉଟ 49.3 ଓଭର(ମିତାଲି ରାଜ 79 ଅପରାଜିତ, ହରମନପ୍ରୀତ କୌର 30; ନଦିନେ ଦେ କ୍ଳାର୍କ 3/35)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.